ମୋଟରସାଇକେଲ୍କୁ ଧକ୍କାଦେଲା କାର୍: ଜଣେ ମୃତ, ଜଣେ ଆହତ
ପଟାଙ୍ଗି,୩୦ା୩(ଶରତ ଧଳ): ଯାତ୍ରା ଦେଖି ଘରକୁ ଫେରିବା ହେଲା କାଳ। ଏହିପରି ଏକ ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଟାଙ୍ଗିଣି ଘାଟିରେ। ସୂଚନାନୁଯାୟୀ, ଉକ୍ତ ବ୍ଲକର ସୁଙ୍କି ପଞ୍ଚାୟତ ସଦର ମହକୁମାରେ ହେଉଥିବା ମା’ ଭୈରବୀ ଠାକୁରାଣୀ ଯାତ୍ରା ଦେଖି ଉକ୍ତ ବ୍ଲକର ଅନ୍ୟତମ ପଞ୍ଚାୟତ ଦେଓପଟ୍ଟାଙ୍ଗିର ଲିଙ୍ଗାମଗୁଡି ଗ୍ରାମର ବିଶ୍ୱନାଥ ଗେମେଲ ଏବଂ ରାଲେଗଡ଼ା ପଞ୍ଚାୟତର ତେଲରାଇ ଗ୍ରାମର ନବୀନ ପାଙ୍ଗି ଦୁହେଁ ନିଜ ମୋଟରସାଇକେଲ ନଂ ଓଡି ୧୦ […] The post ମୋଟରସାଇକେଲ୍କୁ ଧକ୍କାଦେଲା କାର୍: ଜଣେ ମୃତ, ଜଣେ ଆହତ appeared first on Dharitri Odia News.
ପଟାଙ୍ଗି,୩୦ା୩(ଶରତ ଧଳ): ଯାତ୍ରା ଦେଖି ଘରକୁ ଫେରିବା ହେଲା କାଳ। ଏହିପରି ଏକ ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଟାଙ୍ଗିଣି ଘାଟିରେ।
ସୂଚନାନୁଯାୟୀ, ଉକ୍ତ ବ୍ଲକର ସୁଙ୍କି ପଞ୍ଚାୟତ ସଦର ମହକୁମାରେ ହେଉଥିବା ମା’ ଭୈରବୀ ଠାକୁରାଣୀ ଯାତ୍ରା ଦେଖି ଉକ୍ତ ବ୍ଲକର ଅନ୍ୟତମ ପଞ୍ଚାୟତ ଦେଓପଟ୍ଟାଙ୍ଗିର ଲିଙ୍ଗାମଗୁଡି ଗ୍ରାମର ବିଶ୍ୱନାଥ ଗେମେଲ ଏବଂ ରାଲେଗଡ଼ା ପଞ୍ଚାୟତର ତେଲରାଇ ଗ୍ରାମର ନବୀନ ପାଙ୍ଗି ଦୁହେଁ ନିଜ ମୋଟରସାଇକେଲ ନଂ ଓଡି ୧୦ ଟି ୨୨୧୫ ଯୋଗେ ଶୁକ୍ରବାର ବିଳମ୍ବିତ ରାତିରେ ଫେରୁଥିବା ବେଳେ ହଠାତ୍ ପଛପଟରୁ ଦ୍ରୁତଗତିରେ ଆସୁଥିବା ଏକ କାର୍ ମୋଟରସାଇକେଲ୍କୁ ଧକ୍କା ଦେଇଥିଲା। ଫଳରେ ଜାତୀୟ ରାଜପଥର ଟାଙ୍ଗିଣି ଗ୍ରାମ ଛକ ତଥା ଘାଟିର ଏକ ବୁଲାଣିଆ ରାସ୍ତାରେ ଉକ୍ତ ମୋଟରସାଇକେଲଟି ଭାରସାମ୍ୟ ହରାଇ ରହିଥିବା ଏକ କଲଭର୍ଟକୁ ଧକ୍କା ଦେଇଥିଲା। ଏହି ସମୟରେ ମୋଟରସାଇକେଲ ଚାଳକ ବିଶ୍ୱନାଥଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ମୋଟରସାଇକେଲ ପଛପଟରେ ବସିଥିବା ନବୀନଙ୍କୁ ସାମାନ୍ୟ ଆଘାତ ଲାଗିଥିଲା। ସେହି ଆହତ ନବୀନ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡକାଇ ଗଭୀର ଆଘାତ ଲାଗିଥିବା ବିଶ୍ୱନାଥଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ନେବା ସମୟରେ ବିଶ୍ୱନାଥଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ସ୍ଥାନୀୟ ଥାନାଧିକାରୀ ଚତୁର୍ଭୁଜ ନାୟକଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ କର୍ମଚାରୀ ପଟ୍ଟାଙ୍ଗି ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଛନ୍ତି। ଏଥିସହ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
The post ମୋଟରସାଇକେଲ୍କୁ ଧକ୍କାଦେଲା କାର୍: ଜଣେ ମୃତ, ଜଣେ ଆହତ appeared first on Dharitri Odia News.