ଓଡ଼ିଶା ପୋଲିସ କଲା ବଡ଼ ଘୋଷଣା, ବଳଙ୍ଗା ପୀଡିତା ଦେହରେ…

ଭୁବନେଶ୍ୱର,୨।୮: ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡିତା। ଏତେଦିନର ସଂଘର୍ଷ ପରେ ଜୀବନ ହାରିଛନ୍ତି ପୀଡିତା। ଆଖିବୁଜିଲେ ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା । ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସକୁ ହୋଇଥିଲେ ଏୟାରଲିଫ୍ଟ । ତେବେ ନାବାଳିକାଙ୍କୁ କିରୋସିନ ଢାଳି ଜାଳିଦେବା ଘଟଣାରେ ଓଡ଼ିଶା ପୋଲିସ ଏକ ବଡ଼ ଖୁଲାସା କରିଛି। ଏହି ଘଟଣାରେ ତଦନ୍ତ ଶେଷ ପର୍ଯାୟରେ ପହଞ୍ଚିଥିବା ଓଡ଼ିଶା ପୋଲିସର ଅଫିସିଆଲ ଏକ୍ସ […] The post ଓଡ଼ିଶା ପୋଲିସ କଲା ବଡ଼ ଘୋଷଣା, ବଳଙ୍ଗା ପୀଡିତା ଦେହରେ… appeared first on Dharitri Odia News.

ଓଡ଼ିଶା ପୋଲିସ କଲା ବଡ଼ ଘୋଷଣା, ବଳଙ୍ଗା ପୀଡିତା ଦେହରେ…

ଭୁବନେଶ୍ୱର,୨।୮: ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡିତା। ଏତେଦିନର ସଂଘର୍ଷ ପରେ ଜୀବନ ହାରିଛନ୍ତି ପୀଡିତା। ଆଖିବୁଜିଲେ ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା । ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସକୁ ହୋଇଥିଲେ ଏୟାରଲିଫ୍ଟ ।

ତେବେ ନାବାଳିକାଙ୍କୁ କିରୋସିନ ଢାଳି ଜାଳିଦେବା ଘଟଣାରେ ଓଡ଼ିଶା ପୋଲିସ ଏକ ବଡ଼ ଖୁଲାସା କରିଛି। ଏହି ଘଟଣାରେ ତଦନ୍ତ ଶେଷ ପର୍ଯାୟରେ ପହଞ୍ଚିଥିବା ଓଡ଼ିଶା ପୋଲିସର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲ (@odisha_police) ମାଧ୍ୟମରେ ସୂଚନା ଦିଆଯାଇଛି। ପୋଲିସ ପକ୍ଷରୁ ନିଷ୍ଠାର ସହ ତଦନ୍ତ କରାଯାଇଥିବା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ, ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି।

ଏହି ଘଟଣାରେ ପୀଡ଼ିତାଙ୍କର ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଖବର ଶୁଣି ଓଡ଼ିଶା ପୋଲିସ ଗଭୀର ଦୁଃଖ ପ୍ରକାଶ କରିଛି। ପୀଡ଼ିତାଙ୍କ ଶରୀରର ୭୫ ପ୍ରତିଶତ ପୋଡ଼ିଯାଇଥିବା କାରଣରୁ ତାଙ୍କ ଅବସ୍ଥା ଗୁରୁତର ଥିଲା। ପ୍ରାରମ୍ଭରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ପୀଡ଼ିତାଙ୍କୁ ପରେ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲା। ଦିଲ୍ଲୀ ଏମ୍ସରେ ୧୪ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ ତାଙ୍କ ଚିକିତ୍ସା କରୁଥିଲେ, କିନ୍ତୁ ସମସ୍ତ ପ୍ରୟାସ ସତ୍ତ୍ୱେ ତାଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇନଥିଲା।

 

ତଦନ୍ତ ପ୍ରକ୍ରିୟାରେ ପୋଲିିସ ପୀଡ଼ିତାଙ୍କ ବୟାନ ଚାରି ଥର ରେକର୍ଡ କରିଥିଲା। ଶେଷ ବୟାନଟି ସଫଦରଜଙ୍ଗ ଅଦାଲତର ନିର୍ଦ୍ଦେଶରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିଡିଓଗ୍ରାଫି ସହ ରେକର୍ଡ ହୋଇଥିଲା। ବଳଙ୍ଗା ଥାନା ଅଧିକାରୀ, ପୁରୀ ଡିଏସପି କଳ୍ପନା କାହଁରୀ ଏବଂ କ୍ରାଇମବ୍ରାଞ୍ଚ ଟିମ ଏହି ତଦନ୍ତରେ ସାମିଲ ଥିଲେ। ପୁରୀ ଏସପି ପିନାକ ମିଶ୍ର କହିଥିଲେ ଯେ ତଦନ୍ତ ଠିକ ଢଙ୍ଗରେ ଚାଲିଛି ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି।

ଘଟଣାସ୍ଥଳରୁ ପୋଲିିସ କିରୋସିନ ତେଲ ବୋତଲ, ପୋଡ଼ା କପଡ଼ା ଏବଂ ଏକ ରୂପା ମୁଦି ଜବତ କରିଥିଲା। ୨୦ରୁ ଅଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୋବାଇଲ ଟ୍ରାକ କରାଯାଇଥିଲା ଏବଂ ସ୍ଥାନୀୟ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା। ତଦନ୍ତରେ ପୀଡ଼ିତାଙ୍କ ବୟାନରେ ଅସଙ୍ଗତି ଥିବା ଯୋଗୁଁ ଜଟିଳତା ଦେଖାଦେଇଥିଲା, କିନ୍ତୁ ପୋଲିସର ସମ୍ପୂର୍ଣ୍ଣ ତଦନ୍ତ ପରେ ଏହା ସ୍ପଷ୍ଟ ହୋଇଛି ଯେ ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନାହିଁ।

ଆଖି ବୁଜିଲେ ବଳଙ୍ଗା ପୀଡିତା, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା!

The post ଓଡ଼ିଶା ପୋଲିସ କଲା ବଡ଼ ଘୋଷଣା, ବଳଙ୍ଗା ପୀଡିତା ଦେହରେ… appeared first on Dharitri Odia News.