ସବୁଠୁ ବଡ଼ ବୁକେ: ଦାମ ଜାଣିଲେ…
ଉପହାରରେ ଏକ ସୁନ୍ଦର ଫୁଲର ବୁକେ ସମସ୍ତଙ୍କୁ ଭଲ ଲାଗେ। ବୁକେ ଯେତେ ବଡ଼ ଖୁସି ସେତେ ଅଧିକ ଲାଗେ। ତେବେ ନିକଟରେ ଅହମ୍ମଦାବାଦରେ ଯେଉଁ ବୁକେ ଗିନିଜ୍ ଓ୍ବାର୍ଲଡ ରେକର୍ଡସ୍ରେ ସ୍ଥାନ ପାଇଛି ତାକୁ ଦେଖିଲେ ତ କାହାର ବି ମନ ଖୁସିରେ ଭରିଯିବ। କାରଣ ଏ ହେଉଛି ପୃଥିବୀର ସବୁଠୁ ବଡ଼ ବୁକେ। ଅହମ୍ମଦାବାଦ ଇଣ୍ଟରନ୍ୟାଶନାଲ ଫ୍ଲାଓ୍ବାର ଶୋ’ରେ ଏହି ବୁକେ ପ୍ରଦର୍ଶିତ ହୋଇଥିଲା, ଯାହାର ଉଚ୍ଚତା ୧୦.୨୪ ମିଟର ଓ ଓସାର ୧୦.୮୪ […] The post ସବୁଠୁ ବଡ଼ ବୁକେ: ଦାମ ଜାଣିଲେ… appeared first on Dharitri Odia News.
ଉପହାରରେ ଏକ ସୁନ୍ଦର ଫୁଲର ବୁକେ ସମସ୍ତଙ୍କୁ ଭଲ ଲାଗେ। ବୁକେ ଯେତେ ବଡ଼ ଖୁସି ସେତେ ଅଧିକ ଲାଗେ। ତେବେ ନିକଟରେ ଅହମ୍ମଦାବାଦରେ ଯେଉଁ ବୁକେ ଗିନିଜ୍ ଓ୍ବାର୍ଲଡ ରେକର୍ଡସ୍ରେ ସ୍ଥାନ ପାଇଛି ତାକୁ ଦେଖିଲେ ତ କାହାର ବି ମନ ଖୁସିରେ ଭରିଯିବ। କାରଣ ଏ ହେଉଛି ପୃଥିବୀର ସବୁଠୁ ବଡ଼ ବୁକେ। ଅହମ୍ମଦାବାଦ ଇଣ୍ଟରନ୍ୟାଶନାଲ ଫ୍ଲାଓ୍ବାର ଶୋ’ରେ ଏହି ବୁକେ ପ୍ରଦର୍ଶିତ ହୋଇଥିଲା, ଯାହାର ଉଚ୍ଚତା ୧୦.୨୪ ମିଟର ଓ ଓସାର ୧୦.୮୪ ମିଟର। ଏହି ବୁକେରେ ୧୦,୦୮, ୯୦୦ ଟ୍ରେ ପ୍ଲାଣ୍ଟ, ୧୦,୦୮, ୭୯୬ ବ୍ୟାଗ ପ୍ଲାଣ୍ଟସ୍ ଓ ୫୯, ୧୫୦ ପଟ୍ରେ ଥିବା ପ୍ଲାଣ୍ଟ ବ୍ୟବହାର କରାଯାଇଛି। ଏହାକୁ ପ୍ରସ୍ତୁତ କରିବା ଲାଗି ବୁକେ ଆକାରର ଏକ ଷ୍ଟ୍ରକ୍ଚରରେ ୧୦୦ ପ୍ରକାରର ଫୁଲ ଗଛ ବ୍ୟବହାର କରାଯାଇଥିଲା। ଉକ୍ତ ବୁକେରେ ବେଶି ଋତୁକାଳୀନ ଫୁଲ ଗଛ ବ୍ୟବହାର କରାଯାଇଛି। ଏହି ରେକର୍ଡ ପୂର୍ବରୁ ୟୁନାଇଟେଡ ଆରବ ଏମିରେଟ୍ର ଅଲ ଆଇନ ମୁନିସିପାଲିଟି ନାଁରେ ଥିଲା। ସେଠାକାର ୭ମିଟର ଉଚ୍ଚ ଓ ୭ ମିଟର ଓସାରର ବୁକେ ଷ୍ଟ୍ରକ୍ଚରରେ ହୋଇଥିବା ବୁକେ ରେକର୍ଡ କରିଥିଲା। ସେହି ରେକର୍ଡକୁ ଭାଙ୍ଗି ଅହମ୍ମଦାବାଦର ଏହି ବୁକେ ନୂଆ ରେକର୍ଡ ସୃଷ୍ଟି କରିଛି।
The post ସବୁଠୁ ବଡ଼ ବୁକେ: ଦାମ ଜାଣିଲେ… appeared first on Dharitri Odia News.