ରାଶିଫଳ: ଶୁକ୍ରବାର , ମାର୍ଚ୍ଚ ୮ ତାରିଖ – Daily Horoscope

ମେଷ କର୍ମଭାବରେ ଚନ୍ଦ୍ର ଥିବାରୁ ନୂଆ କାମଟିଏ ଆରମ୍ଭ ଯୋଜନା କରିବେ। ଯାନବାହନ, ପାରିବାରିକ ସମ୍ପର୍କ, ହୋଟେଲ ଶିଳ୍ପରୁ ଭଲ ଫଳ ମିଳିବ। ଆନୁଷ୍ଠାନିକ କାମ କିମ୍ବା ରାଜନୈତିକ ସ୍ତରରେ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ପାରିବାରିକ କ୍ଷେତ୍ରରେ ବୁଝାମଣା ନେଇ ସହମତିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ବୃଷ ପରସ୍ପର ବିରୁଦ୍ଧାମତ୍କ ଗ୍ରହଜନିତ ଶାରୀରିକ ଦୁର୍ବଳତା ଯୋଗୁ କାମ କରିବାକୁ ଆଗ୍ରହ ଦେଖାଇବେ ନାହିଁ। ଶନି କ୍ଷେତ୍ରସ୍ଥ ରବିଙ୍କ ଯୋଗୁ ପାରିବାରିକ ସ୍ଥିତିରେ ଉନ୍ନତିର ଆଶା […] The post ରାଶିଫଳ: ଶୁକ୍ରବାର , ମାର୍ଚ୍ଚ ୮ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ଶୁକ୍ରବାର , ମାର୍ଚ୍ଚ ୮ ତାରିଖ – Daily Horoscope
ମେଷ
କର୍ମଭାବରେ ଚନ୍ଦ୍ର ଥିବାରୁ ନୂଆ କାମଟିଏ ଆରମ୍ଭ ଯୋଜନା କରିବେ। ଯାନବାହନ, ପାରିବାରିକ ସମ୍ପର୍କ, ହୋଟେଲ ଶିଳ୍ପରୁ ଭଲ ଫଳ ମିଳିବ। ଆନୁଷ୍ଠାନିକ କାମ କିମ୍ବା ରାଜନୈତିକ ସ୍ତରରେ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ପାରିବାରିକ କ୍ଷେତ୍ରରେ ବୁଝାମଣା ନେଇ ସହମତିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ।
ବୃଷ
ବୃଷ
ପରସ୍ପର ବିରୁଦ୍ଧାମତ୍କ ଗ୍ରହଜନିତ ଶାରୀରିକ ଦୁର୍ବଳତା ଯୋଗୁ କାମ କରିବାକୁ ଆଗ୍ରହ ଦେଖାଇବେ ନାହିଁ। ଶନି କ୍ଷେତ୍ରସ୍ଥ ରବିଙ୍କ ଯୋଗୁ ପାରିବାରିକ ସ୍ଥିତିରେ ଉନ୍ନତିର ଆଶା କ୍ଷୀଣ ହୋଇପାରେ। ସ୍ଥଗିତ କାମକୁ ଅନ୍ୟ ମାଧ୍ୟମରେ ପୂରାଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ। ସାଧାରଣ କଥାକୁ କେନ୍ଦ୍ରକରି ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ।
ମିଥୁନ
ମିଥୁନ
ବୁଧଙ୍କ ପ୍ରଭାବରେ ବନ୍ଧୁଙ୍କ ପରାମର୍ଶକୁ ଯଦି ଗ୍ରହଣ କରିବେ ତେବେ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରନ୍ତି। ବସ୍ତ୍ର ଓ ଅଳଙ୍କାର, ଔଷଧପତ୍ର କିମ୍ବା ସୌଖୀନ ଦ୍ରବ୍ୟ କ୍ରୟ କରିବେ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମକରି ଅନୁତପ୍ତ ହେବାର ଆଶଙ୍କା ରହିଛି। ଆକସ୍ମିକ ଭାବେ ଜ୍ୱର ଓ ବମନ ଦେଖାଦେଇପାରେ, ଏଣୁ ସ୍ବାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ।
କର୍କଟ
କର୍କଟ
ରାଶି ପ୍ରତି ରାଶ୍ୟାଧିପତିଙ୍କ ଦୃଷ୍ଟିଜନିତ ସ୍ବାସ୍ଥ୍ୟ ଭଲ ରହିବ ଏବଂ ଭାଙ୍ଗିଯାଇଥିବା ସମ୍ପର୍କଟି ପୁନଃ ପ୍ରତିଷ୍ଠିତ ହେବ। ମିଛକୁ ସତ ମନେକରି ପରକଥାରେ ଭୁଲ୍‌ ମାର୍ଗ ଅନୁସରଣ କରିପାରନ୍ତି। ସମ୍ପର୍କୀୟଙ୍କ ସହ ମିତ୍ରତା କରି କାମ ହାସଲ ପାଇଁ ଚେଷ୍ଟା କରିପାରନ୍ତି। ଶିକ୍ଷା, ଗବେଷଣା, ପରୀକ୍ଷା, କଳା, ସାହିତ୍ୟାଦିରେ ଆଶାନୁରୂପ ସୁଫଳ ମିଳିବ।
ସି˚ହ
ସି˚ହ
ନିଜର ଚେଷ୍ଟା ଓ ସାମର୍ଥ୍ୟରୁ ଆର୍ଥିକ ଉନ୍ନତି ଏବଂ କାର୍ଯ୍ୟ ହାସଲରୁ ଖୁସି ରହିବେ। ଶୁକ୍ର ସହ ଶନିଙ୍କ ସମ୍ବନ୍ଧରୁ ମିଥ୍ୟା ଗୁଜବଜନିତ ଆତଙ୍କିତ ହୁଅନ୍ତୁ ନାହିଁ। ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ ମାତ୍ର ପରିବହନ ସେତେଟା ସନ୍ତୋଷଜନକ ହେବନାହିଁ। ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ସଙ୍କଟଜନକ ସ୍ଥିତି ଉପୁଜିପାରେ।
କନ୍ୟା
ରାହୁଯୁକ୍ତ ବୁଧ କାରଣରୁ ଦୀର୍ଘଦିନର ଆଶା ପୂରଣ ହେବା କଷ୍ଟକର ହୋଇପାରେ। ଉତ୍ତରା ଫାଲ୍‌ଗୁନୀ ମନ ଖୁସିହେଲା ଭଳି କଥା କହି ଅନ୍ୟମାନଙ୍କର ପ୍ରିୟଭାଜନ ହେବେ। କର୍ମକ୍ଷେତ୍ରରେ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କଲେ ମଧ୍ୟ ସମର୍ଥନ ପାଇବେ ନାହିଁ। ଆକସ୍ମିକ ଭାବେ ଦୂରସ୍ଥାନ ଯାତ୍ରା କରିବାକୁ ପଡ଼ିପାରେ।
ତୁଳା
ତୁଳା
କର୍ମାଧିପ ମଙ୍ଗଳଯୁକ୍ତ ହେତୁ କର୍ମକ୍ଷେତ୍ରରେ ନୂତନତ୍ୱ ସୃଷ୍ଟି କରିବା ସକାଶେ ଚିନ୍ତା କରିପାରନ୍ତି। ଶନିଙ୍କ ପ୍ରଭାବରୁ ଆଧ୍ୟାମତ୍ିକତା ତଥା ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଅନ୍ୟମାନଙ୍କ ବାରମ୍ବାର ତାଗିଦା ଫଳରେ ନିଶ୍ଚିତ ବିପଦରୁ ରକ୍ଷା ପାଇବେ। କଳା, ସାହିତ୍ୟ, ସଙ୍ଗୀତ ଓ ସଭାସମିତିରେ ସୁନାମ ମିଳିବ।
ବିଛା
ବିଛା
ରବି କେନ୍ଦ୍ରସ୍ଥ ଯୋଗୁ ପରିବାରର ଖର୍ଚ୍ଚ ବୃଦ୍ଧି ପାଇଲେ ମଧ୍ୟ ରୋଜଗାର କମ୍‌ ହେବନି। ଘରଠୁ ଦୂର ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ। କାମରେ ଅବହେଳା କରିବା କାରଣରୁ ସହକର୍ମୀଙ୍କ ଉପରେ ବିରକ୍ତିଭାବ ସୃଷ୍ଟି ହେବ। ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାମ ହାସଲ କରିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଜୟଯୁକ୍ତ ହେବେ।
ଧନୁ
ଧନୁ
ସ୍ବଗୃହୀ ତୃତୀୟାଧିପ ହେତୁ ଶୁଭେଚ୍ଛୁଙ୍କ ଅନୁକମ୍ପା ସବୁପ୍ରକାର ଅନୁକୂଳ ପରିବେଶ ଓ ପରିସ୍ଥିତି ସୃଷ୍ଟିରେ ସହାୟକ ହେବ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା ପ୍ରତି ଆଗ୍ରହ ବଢ଼ିପାରେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଭୂରି ଭୂରି ପ୍ରଶଂସା ସହ ପୁରସ୍କୃତ ହୋଇପାରନ୍ତି।
ମକର
ମକର
ଚନ୍ଦ୍ର ମଙ୍ଗଳ ସଂଯୋଗରୁ ବନ୍ଧୁଙ୍କ ଅନୁରୋଧରେ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଯାତ୍ରା କରିବାକୁ ପଡ଼ିପାରେ। ବିବାଦୀୟ ପରିସ୍ଥିତି ସୃଷ୍ଟି ସୂଚନା ରହିଛି। ଶିଳ୍ପ, ବୃତ୍ତିଗତ ଧନ୍ଦା, ପରିବହନ ଏବଂ ବ୍ୟବସାୟରେ ପ୍ରତିବନ୍ଧକ ଦୂରେଇଯିବ। ଉତ୍ତରାଷାଢ଼ା ନକ୍ଷତ୍ର ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମକରି ମଧ୍ୟ ନିନ୍ଦା ଶୁଣିବେ।
କୁମ୍ଭ
କୁମ୍ଭ
ଶନିଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା ଦୂରେଇଯିବ। ପାରିବାରିକ କ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରିନେବେ। ଶତ୍ରୁତା ହେତୁ ନିର୍ମାଣ କାମ ଧିମେଇ ଯିବ ଓ ଆବଶ୍ୟକତା ପୂରଣ ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିପାରନ୍ତି। ଆର୍ଥିକ ଉନ୍ନତି, କର୍ମାରମ୍ଭ ଓ କିଛି ପ୍ରାପ୍ୟ ହାତପଇଠ ହୋଇପାରେ।
ମୀନମୀନ

ଆଜି ଆପଣ ଯାହାକୁ ଯାହା କହିବେ କିମ୍ବା କରିବେ ସବୁକିଛି ଆପଣଙ୍କ ବିପକ୍ଷରେ ଯାଇପାରେ। କର୍ମକ୍ଷେତ୍ରରେ ବିଜାତୀୟ ବ୍ୟକ୍ତି ଜଣେ ଅସହଯୋଗ କରିବାର ସୂଚନା ରହିଛି। ମୁଖଭାବସ୍ଥ ଗୁରୁ ହେତୁ ପ୍ରତ୍ୟେକ କ୍ଷେତ୍ରରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ପରିବାରରେ ସନ୍ତାନଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇପାରନ୍ତି।

The post ରାଶିଫଳ: ଶୁକ୍ରବାର , ମାର୍ଚ୍ଚ ୮ ତାରିଖ – Daily Horoscope appeared first on Dharitri Odia News.