ପରିତ୍ୟକ୍ତ ଅବସ୍ଥାରେ ଶବଦାହ କେନ୍ଦ୍ର

ଆଗରପଡ଼ା,୨।୧୨(ସୁଶାନ୍ତ ଦାଶ): ଭଦ୍ରକ ଜିଲା ଆଗରପଡ଼ା ଥାନା ଅନ୍ତର୍ଗତ ପୁରୁଷଣ୍ଢ ମେଳନ ପଡ଼ିଆ ଶ୍ମଶାନରେ ନିର୍ମାଣ ହୋଇଥିବା ଶବଦାହ କେନ୍ଦ୍ର ଅତ୍ୟନ୍ତ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ରକ୍ଷଣାବେକ୍ଷଣ ଅଭାବରୁ କେନ୍ଦ୍ର ମଧ୍ୟରେ କଣ୍ଟା ଗଛ ଲତାରେ ଭରି ରହିଛି। ତା ମଧ୍ୟରେ ଶବ ଦାହ କରିବା ଅସମ୍ଭବ ହୋଇପଡ଼ିଛି। ଶବ ନେଇ ଯାଉଥିବା ଲୋକମାନେ ଶବକୁ ବାହାରେ ପୋଡ଼ିବାକୁ ବାଧ୍ୟ ହେଉଛନ୍ତ। ଶବଦାହ କେନ୍ଦ୍ରଟି ପୁରୁଷଣ୍ଢ ପଞ୍ଚାୟତର ପରେଶ କୁମାର ନାୟକ, ଅର୍ଜୁନ ତିଆଡ଼ି, ରମେଶ […] The post ପରିତ୍ୟକ୍ତ ଅବସ୍ଥାରେ ଶବଦାହ କେନ୍ଦ୍ର appeared first on Dharitri Odia News.

ପରିତ୍ୟକ୍ତ ଅବସ୍ଥାରେ ଶବଦାହ କେନ୍ଦ୍ର

ଆଗରପଡ଼ା,୨।୧୨(ସୁଶାନ୍ତ ଦାଶ): ଭଦ୍ରକ ଜିଲା ଆଗରପଡ଼ା ଥାନା ଅନ୍ତର୍ଗତ ପୁରୁଷଣ୍ଢ ମେଳନ ପଡ଼ିଆ ଶ୍ମଶାନରେ ନିର୍ମାଣ ହୋଇଥିବା ଶବଦାହ କେନ୍ଦ୍ର ଅତ୍ୟନ୍ତ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ରକ୍ଷଣାବେକ୍ଷଣ ଅଭାବରୁ କେନ୍ଦ୍ର ମଧ୍ୟରେ କଣ୍ଟା ଗଛ ଲତାରେ ଭରି ରହିଛି। ତା ମଧ୍ୟରେ ଶବ ଦାହ କରିବା ଅସମ୍ଭବ ହୋଇପଡ଼ିଛି। ଶବ ନେଇ ଯାଉଥିବା ଲୋକମାନେ ଶବକୁ ବାହାରେ ପୋଡ଼ିବାକୁ ବାଧ୍ୟ ହେଉଛନ୍ତ। ଶବଦାହ କେନ୍ଦ୍ରଟି ପୁରୁଷଣ୍ଢ ପଞ୍ଚାୟତର ପରେଶ କୁମାର ନାୟକ, ଅର୍ଜୁନ ତିଆଡ଼ି, ରମେଶ କୁମାର ବେହେରା, ସୁରେଶ ପୃଷ୍ଟି, ହିମାଂଶୁ କୁମାର ସାହୁ, ରାକେଶ କୁମାର ରଥ, ଶରତ ଘୋଷଙ୍କ ଉଦ୍ୟମରେ ୨୦୦୬ରେ ପୁରୀ ସ୍ବର୍ଗଦ୍ୱାରରୁ ମାଟି ଆଣି ପିଣ୍ଡି ସ୍ଥାପନ କରାଯାଇଥିଲା। ୨୦୧୬ରେ ପଞ୍ଚାୟତ ପାଣ୍ଠିରୁ ୧ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ୨୦୧୮ରେ ପଞ୍ଚାୟତ ପାଣ୍ଠିରୁ ୭୫ହଜାର ଟଙ୍କା ମଞ୍ଜୁର କରାଯାଇ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଥିଲା। ଗୃହକାର୍ଯ୍ୟ ଶେଷ ହୋଇଯାଇଥିଲେ ସୁଦ୍ଧା ଆଲୋକୀକରଣ ଏବଂ ପାଚେରି ନିର୍ମାଣ କରାଯାଇନାହିଁ। ଚର୍ତୁପାର୍ଶ୍ୱରେ ଜଙ୍ଗଲ ସୃଷ୍ଟି ହୋଇଥିବାରୁ ରାତିରେ ଅବା ବର୍ଷା ଦିନରେ ଶବ ସକତ୍ାର ପାଇଁ ଆସୁଥିବା ଲୋକେ ହନ୍ତସନ୍ତ ହେଉଥିବା ଦେଖାଯାଉଛି। ପୁରୁଷଣ୍ଢ ଓ ବିଟିପୁର ପଞ୍ଚାୟତର ଲୋକେ ଶବଦାହ ପାଇଁ ଏହା ଉପରେ ନିର୍ଭର କରୁଥିବା ବେଳେ ଜନପ୍ରତିନିଧିମାନେ ଏଥିପ୍ରତି ଦୃଷ୍ଟି ନ ଦେବା ଅତ୍ୟନ୍ତ ଦୁଃଖ ପରିତାପର ବିଷୟ।

The post ପରିତ୍ୟକ୍ତ ଅବସ୍ଥାରେ ଶବଦାହ କେନ୍ଦ୍ର appeared first on Dharitri Odia News.