ଟ୍ରକ୍ ଧକ୍କାରେ ମା’ ମୃତ, ପୁଅ ଗୁରୁତର
ମାଲକାନଗିରି, ୨୩ା୬(ଦୁର୍ଯ୍ୟୋଧନ ପାତ୍ର)-ମାଲକାନଗିରି ଜିଲା ଡିଏନ୍କେ ଛକଠାରେ ରବିବାର ଏକ ସଡକ ଦୁର୍ଘଟଣାରେ ଟ୍ରକ୍ ତଳେ ଚାପିହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ସଦର ମହକୁମା ରିକ୍ଲାମେସନ କଲୋନୀର ମଜୁରିଆ ଭାବେ କାମ କରୁଥିବା ମହିଳା ପାର୍ବତୀ ପାଣିଗ୍ରାହୀ ଓ ତାଙ୍କ ପୁଅ ସାଗର ସାଇକେଲ ଯୋଗେ ଡିଏନ୍କେ ଛକ ପାର ହେଉଥିଲେ। ସେତିକିବେଳେ ମାଲକାନଗିରି ପଟୁ ଆନ୍ଧ୍ର ଅଭିମୁଖେ ଦ୍ରୁତଗତିରେ ଯାଉଥିବା ଏକ […] The post ଟ୍ରକ୍ ଧକ୍କାରେ ମା’ ମୃତ, ପୁଅ ଗୁରୁତର appeared first on Dharitri Odia News.
ମାଲକାନଗିରି, ୨୩ା୬(ଦୁର୍ଯ୍ୟୋଧନ ପାତ୍ର)-ମାଲକାନଗିରି ଜିଲା ଡିଏନ୍କେ ଛକଠାରେ ରବିବାର ଏକ ସଡକ ଦୁର୍ଘଟଣାରେ ଟ୍ରକ୍ ତଳେ ଚାପିହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ସଦର ମହକୁମା ରିକ୍ଲାମେସନ କଲୋନୀର ମଜୁରିଆ ଭାବେ କାମ କରୁଥିବା ମହିଳା ପାର୍ବତୀ ପାଣିଗ୍ରାହୀ ଓ ତାଙ୍କ ପୁଅ ସାଗର ସାଇକେଲ ଯୋଗେ ଡିଏନ୍କେ ଛକ ପାର ହେଉଥିଲେ।
ସେତିକିବେଳେ ମାଲକାନଗିରି ପଟୁ ଆନ୍ଧ୍ର ଅଭିମୁଖେ ଦ୍ରୁତଗତିରେ ଯାଉଥିବା ଏକ ଟ୍ରକ୍ ସାଇକଲ ପଛପଟୁ ଧକ୍କା ଦେବା ଫଳରେ ପାର୍ବତୀ ଚକା ତଳେ ପଡି ଯିବାରୁ ଟ୍ରକଟି ତାଙ୍କ ଉପରରେ ଚଢି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ସାଗର କିଛି ଦୁରରେ ଛିଟିକି ପଡିଯିବାରୁ ତାଙ୍କ ଗୋଡ ଭାଙ୍ଗି ଯାଇଛି।
ସ୍ଥାନୀୟ ଲୋକେ ସାଗରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଖବର ପାଇ ସାହି ବାସିନ୍ଦା ଓ ସମ୍ପର୍କୀୟମାନେ ମୃତଦେହ ରଖି ଆନ୍ଦୋଳନ କରିବା ସହ କ୍ଷତିପୂରଣ ଦାବି କରିଥିଲେ। ଫଳରେ ମଧ୍ୟାହ୍ନ ପର୍ଯ୍ୟନ୍ତ ଉକ୍ତ ରାସ୍ତାଦେଇ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ସହ ଉଭୟ ପଟେ ଗାଡିଗୁଡିକ ଅଟକି ରହିଥିଲା।
ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚ ଗାଡିଗୁଡିକୁ ବାଇପାସ୍ ରାସ୍ତା ପଟେ ପଠାଇଥିବା ବେଳେ ଗାଡି ଓ ଚାଳକଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖଛି। ଅନ୍ୟପକ୍ଷରେ ସାହି ବାସିନ୍ଦା ଓ ସମ୍ପର୍କୀୟମାନଙ୍କୁ ବୁଝାସୁଝା କରିବା ସହ ତାଙ୍କୁ କ୍ଷତପୂରଣ ପ୍ରତଶ୍ରୁତି ଦେବା ପରେ ଆନ୍ଦୋଳନରୁ ଓହରି ଥିଲୋ । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
The post ଟ୍ରକ୍ ଧକ୍କାରେ ମା’ ମୃତ, ପୁଅ ଗୁରୁତର appeared first on Dharitri Odia News.