ତାତିରୁ ମିଳିବ ଆଶ୍ୱସ୍ତି, ୧୭ରୁ ବିଭିନ୍ନ ସ୍ଥାନରେ ବର୍ଷା ନେଇ ଆଲର୍ଟ

ଭୁବନେଶ୍ୱର ୧୬।୦୬ : ରାଜ୍ୟରେ ପୁଣି ନାକେଦମ୍‌ କରିଛି ତାତି । ୧୭ଟି  ସହରର ତାତି ୪୦ ଡିଗ୍ରୀ ସେଲ୍‌ସିୟସ୍‌ ଉପରେ ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାର  ଅଧିକାଂଶ ସ୍ଥାନରେ ତାତି ଅଧିକ ରହିଛି । ରବିବାର ଅନେକ ସ୍ଥାନରେ ଗ୍ରୀଷ୍ମପ୍ରବାହ  ରହିବ । ୧୭ ତାରିଖରୁ ରାଜ୍ୟର ବହୁ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ତାତିରୁ ଆଶ୍ୱସ୍ତି ମିଳିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ଯେ, ୧୬ରେ ଅନୁଗୁଳ, ସୁନ୍ଦରଗଡ଼,  ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ନୂଆପଡ଼ାରେ  ଗ୍ରୀଷ୍ମପ୍ରବାହ ରହିପାରେ । ବରଗଡ଼, ବାରିପଦା, ନୂଆପଡ଼ା, ବୌଦ୍ଧ, ସମ୍ବଲପୁର,  ସୁନ୍ଦରଗଡ଼ ଓ ରାଉରକେଲାରେ ତାତି ୪୦ ଡିଗ୍ରୀ ପାଖାପାଖି ରହିବ। ଉପକୂଳ   ଓଡ଼ିଶାର ଅଧିକାଂଶ ସ୍ଥାନରେ ଗୁଳୁଗୁଳି ଅନୁଭୂତ ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ  ଓ ଗଜପତି ଜିଲ୍ଲାରେ ଗୁଳଗୁଳି ଅନୁଭୂତ ହୋଇପାରେ । ୧୭ରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୮ରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ  ଓଡ଼ିଶାରେ ଭଲ ବର୍ଷା ହେବ । ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ୧୯ରେ ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ  ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ସେହିପ

ତାତିରୁ ମିଳିବ ଆଶ୍ୱସ୍ତି, ୧୭ରୁ ବିଭିନ୍ନ ସ୍ଥାନରେ ବର୍ଷା ନେଇ ଆଲର୍ଟ

ଭୁବନେଶ୍ୱର ୧୬।୦୬ : ରାଜ୍ୟରେ ପୁଣି ନାକେଦମ୍‌ କରିଛି ତାତି । ୧୭ଟି  ସହରର ତାତି ୪୦ ଡିଗ୍ରୀ ସେଲ୍‌ସିୟସ୍‌ ଉପରେ ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାର  ଅଧିକାଂଶ ସ୍ଥାନରେ ତାତି ଅଧିକ ରହିଛି । ରବିବାର ଅନେକ ସ୍ଥାନରେ ଗ୍ରୀଷ୍ମପ୍ରବାହ  ରହିବ । ୧୭ ତାରିଖରୁ ରାଜ୍ୟର ବହୁ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ତାତିରୁ ଆଶ୍ୱସ୍ତି ମିଳିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ଯେ, ୧୬ରେ ଅନୁଗୁଳ, ସୁନ୍ଦରଗଡ଼,  ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ନୂଆପଡ଼ାରେ  ଗ୍ରୀଷ୍ମପ୍ରବାହ ରହିପାରେ । ବରଗଡ଼, ବାରିପଦା, ନୂଆପଡ଼ା, ବୌଦ୍ଧ, ସମ୍ବଲପୁର,  ସୁନ୍ଦରଗଡ଼ ଓ ରାଉରକେଲାରେ ତାତି ୪୦ ଡିଗ୍ରୀ ପାଖାପାଖି ରହିବ। ଉପକୂଳ   ଓଡ଼ିଶାର ଅଧିକାଂଶ ସ୍ଥାନରେ ଗୁଳୁଗୁଳି ଅନୁଭୂତ ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ  ଓ ଗଜପତି ଜିଲ୍ଲାରେ ଗୁଳଗୁଳି ଅନୁଭୂତ ହୋଇପାରେ । 

୧୭ରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୮ରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ  ଓଡ଼ିଶାରେ ଭଲ ବର୍ଷା ହେବ । ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ୧୯ରେ ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ  ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । 

ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ଯେ, ୧୮ ଓ ୧୯ରେ କାଳବୈଶାଖୀ ବର୍ଷା ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହେବ । ଏହି ସମୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ସକ୍ରିୟ ହେବା ସହ ପୂରା ଓଡ଼ିଶାକୁ ଅଗ୍ରସର ହେବ । ୨୦ ବା ୨୧ ତାରିଖ ସୁଦ୍ଧା ଭୁବନେଶ୍ୱର ଓ ଉପକୂଳ ଓଡ଼ିଶାରେ ମୌସୁମୀ ପହଞ୍ଚିବ । ୨୪ ତାରିଖ ସୁଦ୍ଧା ପୂରା ରାଜ୍ୟରେ ମୌସୁମୀ ବର୍ଷା ହେବ । ଜୁନ୍‌ ମାସରେ ନିଅଣ୍ଟିଆ ବର୍ଷା ସ୍ଥିତି ଉପୁଜିବ ବୋଲି ସେ କହିଛନ୍ତି ।