୨୭ ବର୍ଷରେ ଗଢିଛନ୍ତି ୮୩୫୦ କୋଟିର ସାମ୍ରାଜ୍ୟ; ଶାହରୁଖ ବି ତାଙ୍କ ଆଗରେ ଫିକା, ଜାଣନ୍ତୁ କିଏ ?
ନୂଆଦିଲ୍ଲୀ ୦୨।୦୬: ବର୍ତ୍ତମାନ ସୋଶିଆଲ୍ ମିଡିଆ ଯୁଗ । ଗୁଗୁଲ୍, ୟୁଟ୍ୟୁବ ନ ହେଲେ କିଛି ନାହିଁ । ଖାସ୍ କରି ବର୍ତ୍ତମାନ ସମୟରେ YouTube ପାଲଟିଛି ଏକ ବଡ଼ ପ୍ଲାଟଫର୍ମ । ଏହା ମାଧ୍ୟମରେ ଲୋକମାନେ କୋଟିକୋଟି ରୋଜଗାର କରୁଛନ୍ତି ଆଉ ହୋଇଯାଉଛନ୍ତି ଷ୍ଟାର । ଆଜି ଆମେ ଆପଣଙ୍କୁ ଜଣେ YouTuber ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ପାଖରେ ଶାହରୁଖ ଖାନଙ୍କଠାରୁ ଅଧିକ ସମ୍ପତ୍ତି ଅଛି।ତାଙ୍କ ନାମ ହେଉଛି ଜେମ୍ସ ଷ୍ଟିଫେନ ବା 'ଜିମ୍ମି' । ତାଙ୍କୁ ସମସ୍ତେ ମିଷ୍ଟର ବିଷ୍ଟ ଭାବରେ ଜାଣିଥାନ୍ତି । ତାଙ୍କ ବୟସ ହେଉଛି ମାତ୍ର ୨୭ ବର୍ଷ। ସେ ଉତ୍ତର କାରୋଲିନାର ଗ୍ରୀନଭିଲରେ ଜନ୍ମ । ଜେମ୍ସ ହେଉଛନ୍ତି ନମ୍ବର ୱାନ୍ YouTuber । ସେ ଏହା ଜରିଆରେ ହୋଇଛନ୍ତି ଇତିହାସର ସବୁଠାରୁ ଯୁବ କୋଟିପତି । ୨୦୨୨ ଫୋବସ୍ ରିପୋର୍ଟ ଅନୁଯାୟୀ ମିଷ୍ଟର ବିଷ୍ଟଙ୍କ ସମ୍ପତ୍ତି ୫୦୦ ନିୟୁତ ଡଲାର । ଦିନକୁ ଦିନ ତାଙ୍କର ସମ୍ପତ୍ତି ବଢିବାର ଲାଗୁଛି । ମିଷ୍ଟର ବିଷ୍ଟ ବର୍ତ୍ତମାନ ୮୩୫୦ କୋଟି ସମ୍ପତ୍ତିର ମାଲିକ । କେବଳ ସବୁଠାରୁ ଧନୀ YouTuber ନୁହେଁ, ବରଂ ରୋଜଗାର ଦୃଷ୍ଟିରୁ ମିଷ୍ଟର ବିଷ୍ଟ ବିଶ୍ୱର ଷ୍ଟାରମାନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ୯୦୦ ମିଲିଅନ୍ ଡଲାରର ଟମ୍ କ୍ରୁଜ୍, ୮୭୭ ମିଲିଅନ୍ ଡଲାରର ଶାହରୁଖ ଖାନ ଏବଂ ଶହେ ମିଲିଅନ୍ ଡଲାର ସମ୍ପତ୍ତିର ମାଲିକ ଜନି ଡେପ୍ ଏବେ ତାଙ୍କ ଆଗରେ ଛୋଟ ଦେଖାଯାଉଛନ୍ତି । ମିଷ୍ଟର ବିଷ୍ଟଙ୍କ କ୍ୟା
ନୂଆଦିଲ୍ଲୀ ୦୨।୦୬: ବର୍ତ୍ତମାନ ସୋଶିଆଲ୍ ମିଡିଆ ଯୁଗ । ଗୁଗୁଲ୍, ୟୁଟ୍ୟୁବ ନ ହେଲେ କିଛି ନାହିଁ । ଖାସ୍ କରି ବର୍ତ୍ତମାନ ସମୟରେ YouTube ପାଲଟିଛି ଏକ ବଡ଼ ପ୍ଲାଟଫର୍ମ । ଏହା ମାଧ୍ୟମରେ ଲୋକମାନେ କୋଟିକୋଟି ରୋଜଗାର କରୁଛନ୍ତି ଆଉ ହୋଇଯାଉଛନ୍ତି ଷ୍ଟାର । ଆଜି ଆମେ ଆପଣଙ୍କୁ ଜଣେ YouTuber ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ପାଖରେ ଶାହରୁଖ ଖାନଙ୍କଠାରୁ ଅଧିକ ସମ୍ପତ୍ତି ଅଛି।
ତାଙ୍କ ନାମ ହେଉଛି ଜେମ୍ସ ଷ୍ଟିଫେନ ବା 'ଜିମ୍ମି' । ତାଙ୍କୁ ସମସ୍ତେ ମିଷ୍ଟର ବିଷ୍ଟ ଭାବରେ ଜାଣିଥାନ୍ତି । ତାଙ୍କ ବୟସ ହେଉଛି ମାତ୍ର ୨୭ ବର୍ଷ। ସେ ଉତ୍ତର କାରୋଲିନାର ଗ୍ରୀନଭିଲରେ ଜନ୍ମ । ଜେମ୍ସ ହେଉଛନ୍ତି ନମ୍ବର ୱାନ୍ YouTuber । ସେ ଏହା ଜରିଆରେ ହୋଇଛନ୍ତି ଇତିହାସର ସବୁଠାରୁ ଯୁବ କୋଟିପତି । ୨୦୨୨ ଫୋବସ୍ ରିପୋର୍ଟ ଅନୁଯାୟୀ ମିଷ୍ଟର ବିଷ୍ଟଙ୍କ ସମ୍ପତ୍ତି ୫୦୦ ନିୟୁତ ଡଲାର ।
ଦିନକୁ ଦିନ ତାଙ୍କର ସମ୍ପତ୍ତି ବଢିବାର ଲାଗୁଛି । ମିଷ୍ଟର ବିଷ୍ଟ ବର୍ତ୍ତମାନ ୮୩୫୦ କୋଟି ସମ୍ପତ୍ତିର ମାଲିକ । କେବଳ ସବୁଠାରୁ ଧନୀ YouTuber ନୁହେଁ, ବରଂ ରୋଜଗାର ଦୃଷ୍ଟିରୁ ମିଷ୍ଟର ବିଷ୍ଟ ବିଶ୍ୱର ଷ୍ଟାରମାନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ୯୦୦ ମିଲିଅନ୍ ଡଲାରର ଟମ୍ କ୍ରୁଜ୍, ୮୭୭ ମିଲିଅନ୍ ଡଲାରର ଶାହରୁଖ ଖାନ ଏବଂ ଶହେ ମିଲିଅନ୍ ଡଲାର ସମ୍ପତ୍ତିର ମାଲିକ ଜନି ଡେପ୍ ଏବେ ତାଙ୍କ ଆଗରେ ଛୋଟ ଦେଖାଯାଉଛନ୍ତି ।
ମିଷ୍ଟର ବିଷ୍ଟଙ୍କ କ୍ୟାରିଅର୍ YouTubeରୁ ଚମକି ଉଠିଛି । ୨୦୧୨ରେ ସେ YouTubeରେ MrBeast ନାମକ ଏକ ଚ୍ୟାନେଲ୍ ତିଆରି କରିଥିଲେ । ପ୍ରାରମ୍ଭରେ ସେ ଏଥିରେ ଗେମିଂ ଭିଡିଓ ତିଆରି କରିଥିଲେ । ଯାହା ସାରା ବିଶ୍ୱରେ ଭାଇରାଲ ହେବା ଆରମ୍ଭ କରିଥିଲା । ଚାହୁଁଚାହୁଁ ଏହା ୨୦୨୪ ମସିହାର ସର୍ବାଧିକ ସବସ୍କ୍ରାଇବ ହୋଇଥିବା ଚ୍ୟାନେଲ୍ ହୋଇଗଲା। ସେ ତାଙ୍କ କାମ ପାଇଁ ଜଣାଶୁଣା।
କେବଳ ଏତିକି ନୁହେଁ, ୨୦୨୪ ମସିହାରେ Mr Beast ପରିଚାଳନା ଖର୍ଚ୍ଚ କାଟିବା ପରେ ବାକି ସମସ୍ତ YouTube ରୋଜଗାର ସେ ଦାନ କରିବାକୁ ନେଇଥିଲେ ନିଷ୍ପତ୍ତି । ଏପର୍ଯ୍ୟନ୍ତ Mr Beast ଅନେକ ମହାନ କାର୍ଯ୍ୟ କରିଛନ୍ତି । ସେ ଏଥିପାଇଁ ୬୦ ମିଲିଅନ୍ ଡଲାରର ପାଣ୍ଠି ସଂଗ୍ରହ କରିଛନ୍ତି ଏବଂ ୧୦ ରୁ ଅଧିକ କାର ମଧ୍ୟ ଦାନ କରିସାରିଛନ୍ତି ।
ଜେମ୍ସଙ୍କର ବିଷ୍ଟ ଇଣ୍ଡଷ୍ଟ୍ରିଜ୍ ନାମକ ଏକ ମିଡିଆ କମ୍ପାନୀ ରହିଛି । କେବଳ ଏତିକି ନୁହେଁ ମିଷ୍ଟର ବିଷ୍ଟ ୨୦୨୦ରେ ମିଷ୍ଟରବିଷ୍ଟ ବର୍ଗର ନାମକ ଏକ ଭର୍ଚୁଆଲ୍ ରେସ୍ତୋରାଂ ଚେନ୍ ଆରମ୍ଭ କରିଥିଲେ । ଏହା ଆମେରିକା ଏବଂ ୟୁରୋପରେ ଉପଲବ୍ଧ । ଏହାବ୍ୟତୀତ YouTuber ୨୦୨୨ରେ ଏକ ଚକୋଲେଟ୍ ଏବଂ ସ୍ନାକ୍ସ ବ୍ରାଣ୍ଡ, ଫିଷ୍ଟେବଲ୍ସ ଲଞ୍ଚ କରିଥିଲେ । ଏଥିରୁ ମଧ୍ୟ ମୋଟା ଅଙ୍କର ରୋଜଗାର କରନ୍ତି ଜେମ୍ସ ଷ୍ଟିଫେନ ।