ସୁଶାନ୍ତଙ୍କ ପ୍ଲାଟ୍‌କୁ ସିଫ୍ଟ ହେବା ସମୟରେ ଡରି ଥିଲେ କି ଅଦା ? କହିଲେ- ଲାଗୁଥିଲା ସେ ମୋ ଆଖପାଖରେ ଅଛନ୍ତି…

ମୁମ୍ଵାଇ ୧୫।୦୮: ବଲିଉଡ ଅଭିନେତ୍ରୀ ଅଦା ଶର୍ମା । ଫିଲ୍ମ ‘କେରଳ ଷ୍ଟୋରୀ’ ରୁ ଅଦା ଶର୍ମାଙ୍କୁ ବହୁତ ଲୋକପ୍ରିୟତା ମିଳିଛି । ଅଭିନେତ୍ରୀ ବର୍ତ୍ତମାନ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫ୍ଲାଟରେ ରହୁଛନ୍ତି। ଅଦା ନିଜେ ଏହି ଖବରକୁ କିଛିଦିନ ପୂର୍ବରୁ ନିଶ୍ଚିତ କରିଛନ୍ତି। ଯେତେବେଳେ ସେ ସେହି ଘରକୁ ଯାଇଥିଲେ ସେତେବେଳେ ଖୁବ୍‌ ଲାଇମଲାଇଟ୍କୁ ଆସିଥିଲେ। ନିକଟରେ ସେ ସ୍ପଷ୍ଟ କରିଛନ୍ତି ଯେ ସେ ସ୍ୱର୍ଗତ ଅଭିନେତାଙ୍କ ଆପାର୍ଟମେଣ୍ଟରେ ସେ ଭଡାଟିଆ ଭାବରେ ରୁହନ୍ତି।  ଏହା ମଧ୍ୟ ସୂଚନା ମିଳିଛି ଯେ, ୩ବର୍ଷ ପାଇଁ ସେ ଏହି ଘରକୁ ଲିଜରେ ନେଇଛନ୍ତି।View this post on InstagramA post shared by Instant Bollywood (@instantbollywood)ନିକଟରେ ଅଦା ସୁଶାନ୍ତଙ୍କ ଘରକୁ ସିପ୍ଟ ହେବା ସମୟରେ ତାଙ୍କ ଅନୁଭୂତି କିପରି ଥିଲା ? ତାହାକୁ ସେ ସମସ୍ତଙ୍କ ସହିତ ଆଲୋଚନା କରି କରିଥିଲେ । କହିଥିଲେ ‘ହଁ ସିଫ୍ଟ କରିବା ସମୟରେ ଭୟ ଲାଗୁଥିଲା। ପୁଣି ମନକୁ ବୁଝାଇଲି ଭୟ କ’ଣ ପାଇଁ। ଯଦି ଜୀବନରେ କିଛି ଭୁଲ କରି ନାହିଁ ତେବେ ଭୟ କାହିଁକି କରିବି। ଯଦି କିଛି ଭୁଲ କରିଥିବି କୌଣସି ଘଟଣାକୁ ନେଇ ପଶ୍ଚତାପ କରୁଥିବି ତେବେ ଭୟ ଲାଗିବ। କିନ୍ତୁ ହଁ ଏତିକି କହିବି ସୁଶାନ୍ତ ଘରକୁ ସିଫ୍ଟ ହେବା ସମୟରେ ତାଙ୍କ କଥା ବହୁତ ମନେ ପଡ଼ୁଥିଲା। ବିଶ୍ବାସ ହେଉ ନଥିଲା ସେ ଆଉ ଏ ଦୁନିଆରେ ନାହାନ୍ତି। ଯେମିତି ଲାଗୁଥିଲା ସେ ମୋ ଆଖ

ସୁଶାନ୍ତଙ୍କ ପ୍ଲାଟ୍‌କୁ ସିଫ୍ଟ ହେବା ସମୟରେ ଡରି ଥିଲେ କି ଅଦା ? କହିଲେ- ଲାଗୁଥିଲା ସେ ମୋ ଆଖପାଖରେ ଅଛନ୍ତି…

ମୁମ୍ଵାଇ ୧୫।୦୮: ବଲିଉଡ ଅଭିନେତ୍ରୀ ଅଦା ଶର୍ମା । ଫିଲ୍ମ ‘କେରଳ ଷ୍ଟୋରୀ’ ରୁ ଅଦା ଶର୍ମାଙ୍କୁ ବହୁତ ଲୋକପ୍ରିୟତା ମିଳିଛି । ଅଭିନେତ୍ରୀ ବର୍ତ୍ତମାନ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫ୍ଲାଟରେ ରହୁଛନ୍ତି। ଅଦା ନିଜେ ଏହି ଖବରକୁ କିଛିଦିନ ପୂର୍ବରୁ ନିଶ୍ଚିତ କରିଛନ୍ତି। ଯେତେବେଳେ ସେ ସେହି ଘରକୁ ଯାଇଥିଲେ ସେତେବେଳେ ଖୁବ୍‌ ଲାଇମଲାଇଟ୍କୁ ଆସିଥିଲେ। ନିକଟରେ ସେ ସ୍ପଷ୍ଟ କରିଛନ୍ତି ଯେ ସେ ସ୍ୱର୍ଗତ ଅଭିନେତାଙ୍କ ଆପାର୍ଟମେଣ୍ଟରେ ସେ ଭଡାଟିଆ ଭାବରେ ରୁହନ୍ତି।  ଏହା ମଧ୍ୟ ସୂଚନା ମିଳିଛି ଯେ, ୩ବର୍ଷ ପାଇଁ ସେ ଏହି ଘରକୁ ଲିଜରେ ନେଇଛନ୍ତି।

ନିକଟରେ ଅଦା ସୁଶାନ୍ତଙ୍କ ଘରକୁ ସିପ୍ଟ ହେବା ସମୟରେ ତାଙ୍କ ଅନୁଭୂତି କିପରି ଥିଲା ? ତାହାକୁ ସେ ସମସ୍ତଙ୍କ ସହିତ ଆଲୋଚନା କରି କରିଥିଲେ । କହିଥିଲେ ‘ହଁ ସିଫ୍ଟ କରିବା ସମୟରେ ଭୟ ଲାଗୁଥିଲା। ପୁଣି ମନକୁ ବୁଝାଇଲି ଭୟ କ’ଣ ପାଇଁ। ଯଦି ଜୀବନରେ କିଛି ଭୁଲ କରି ନାହିଁ ତେବେ ଭୟ କାହିଁକି କରିବି। ଯଦି କିଛି ଭୁଲ କରିଥିବି କୌଣସି ଘଟଣାକୁ ନେଇ ପଶ୍ଚତାପ କରୁଥିବି ତେବେ ଭୟ ଲାଗିବ। କିନ୍ତୁ ହଁ ଏତିକି କହିବି ସୁଶାନ୍ତ ଘରକୁ ସିଫ୍ଟ ହେବା ସମୟରେ ତାଙ୍କ କଥା ବହୁତ ମନେ ପଡ଼ୁଥିଲା। ବିଶ୍ବାସ ହେଉ ନଥିଲା ସେ ଆଉ ଏ ଦୁନିଆରେ ନାହାନ୍ତି। ଯେମିତି ଲାଗୁଥିଲା ସେ ମୋ ଆଖପାଖରେ ହିଁ ଅଛନ୍ତି।’

ଲୋକମାନେ ତାଙ୍କୁ ଘରେ ପ୍ରବେଶ ନକରିବାକୁ ଚେତାବନୀ ଦେଇଥିଲେ। କିନ୍ତୁ ସେସବୁ ଉପରେ ବିଶ୍ୱାସ ନକରି ତାଙ୍କ ନିଷ୍ପତ୍ତି ସହିତ ଆଗକୁ ବଢିଲେ। ଗତ କିଛିଦିନ ହେବ ଅଦା ସାକ୍ଷାତକାରରେ କହିଥିଲେ, “ମୁଁ ଚାରିମାସ ପୂର୍ବରୁ ଫ୍ଲାଟରେ ରହିବା ଆରମ୍ଭ କରିଛି। କିନ୍ତୁ ମୁଁ ବସ୍ତର ଏବଂ ଦି କେରଳ ଷ୍ଟୋରୀର ଓଟିଟି ରିଲିଜ୍ ଏବଂ ମୋର ଅନେକ ପ୍ରୋଜେକ୍ଟର ପ୍ରଚାରରେ ବ୍ୟସ୍ତ ଥିବାରୁ ଜଣାଇପାରି ନଥିଲି। ଫିଲ୍ମର ପ୍ରଚାର ପରେ ମୁଁ ମଥୁରାର ହାତୀ ଅଭୟାରଣ୍ୟରେ କିଛି ସମୟ ବିତାଇଥିଲି। ଏବେ ମୁଁ କିଛି ସମୟ ନିଜ ପାଇଁ କାଢ଼ି ଫ୍ଲାଟକୁ ଆସିଛି।”