ପ୍ରେସ୍ କ୍ଳବ୍ ରାଇକିଆ ତରଫରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ରାଇକିଆ: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରେସ୍ କ୍ଳବ୍ ରାଇକିଆ ତରଫରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ରାଇକିଆ ସରପଞ୍ଚ ଗୀତାଞ୍ଜଳୀ ନାୟକ ଦୀର୍ଘ ୧୩ ବର୍ଷ ଜନପ୍ରତିନିଧି ଭାବେ କାର୍ଯ୍ୟକରି ଆସୁଛନ୍ତି। ଜୀବନ ଜ୍ୟୋତି ମହାବିଦ୍ୟାଳୟ ଅଧ୍ୟାପିକା ମଞ୍ଜୁଳା ସାହୁଙ୍କ ଆନ୍ତରିକତା ସହ ପାଠ ପଢ଼ାଇବା ଏବଂ ୟୁକୋ ବ୍ୟାଙ୍କରେ ନିରବଛିନ୍ନ କାର୍ଯ୍ୟ କରୁଥିବା ଏବଂ ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ମାଧ୍ୟମରେ ସେବା ପ୍ରଦାନ କରି ଆସୁଥିବା ମହିଳା କର୍ମଚାରୀ ମଧୁସ୍ମିତା […]

ପ୍ରେସ୍ କ୍ଳବ୍ ରାଇକିଆ ତରଫରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ରାଇକିଆ: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରେସ୍ କ୍ଳବ୍ ରାଇକିଆ ତରଫରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ରାଇକିଆ ସରପଞ୍ଚ ଗୀତାଞ୍ଜଳୀ ନାୟକ ଦୀର୍ଘ ୧୩ ବର୍ଷ ଜନପ୍ରତିନିଧି ଭାବେ କାର୍ଯ୍ୟକରି ଆସୁଛନ୍ତି। ଜୀବନ ଜ୍ୟୋତି ମହାବିଦ୍ୟାଳୟ ଅଧ୍ୟାପିକା ମଞ୍ଜୁଳା ସାହୁଙ୍କ ଆନ୍ତରିକତା ସହ ପାଠ ପଢ଼ାଇବା ଏବଂ ୟୁକୋ ବ୍ୟାଙ୍କରେ ନିରବଛିନ୍ନ କାର୍ଯ୍ୟ କରୁଥିବା ଏବଂ ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ମାଧ୍ୟମରେ ସେବା ପ୍ରଦାନ କରି ଆସୁଥିବା ମହିଳା କର୍ମଚାରୀ ମଧୁସ୍ମିତା ପ୍ରଧାନଙ୍କୁ ଏହି ଦିବସରେ ମାନପତ୍ର ଦେଇ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମରେ ପ୍ରେସ୍ କ୍ଳବ୍ ସଭାପତି ପ୍ରଦିପ ବେହେରା, ସମ୍ପାଦକ ଆଦିତ୍ୟ ପ୍ରସାଦ ପାଢି, ରଜତ କୁମାର ନାୟକ, ବିରୁପାକ୍ଷ ପାତ୍ର ଉପସ୍ଥିତ ଥିଲେ।