ପିପିଲିରେ ଜ୍ଞାନରଞ୍ଜନଙ୍କ ଭୋଟ୍ ପ୍ରଚାର
ପିପିଲି:ପିପିଲି ବିଧାନସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଜ୍ଞାନରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ ଶନିବାର ସଂନ୍ଧ୍ୟାରେ ସେ ପିପିଲିରେ ଭୋଟ୍ ପ୍ରଚାର ଆରମ୍ଭ କରିଛନ୍ତି। ପୁରୁଖା କଂଗ୍ରେସ ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବରିଷ୍ଠ ନେତା ଗୁଣନିଧି ପ୍ରଧାନ, ଦେବପ୍ରସାଦ ରାଉତରାୟ, ପ୍ରମୋଦ ପଲେଇ, ଦୁଃଶା ପ୍ରଧାନ, ପ୍ରଶାନ୍ତ କୁମାର ମାଝୀଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀଙ୍କୁ ପିପିଲି ହାଟଛକ ଠାରେ ଶ୍ରୀ ପଟ୍ଟନାୟକ ଭେଟି […]

ପିପିଲି:ପିପିଲି ବିଧାନସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଜ୍ଞାନରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ ଶନିବାର ସଂନ୍ଧ୍ୟାରେ ସେ ପିପିଲିରେ ଭୋଟ୍ ପ୍ରଚାର ଆରମ୍ଭ କରିଛନ୍ତି। ପୁରୁଖା କଂଗ୍ରେସ ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବରିଷ୍ଠ ନେତା ଗୁଣନିଧି ପ୍ରଧାନ, ଦେବପ୍ରସାଦ ରାଉତରାୟ, ପ୍ରମୋଦ ପଲେଇ, ଦୁଃଶା ପ୍ରଧାନ, ପ୍ରଶାନ୍ତ କୁମାର ମାଝୀଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀଙ୍କୁ ପିପିଲି ହାଟଛକ ଠାରେ ଶ୍ରୀ ପଟ୍ଟନାୟକ ଭେଟି ନିର୍ବାଚନ ସଂକ୍ରାନ୍ତୀୟ ଆଲୋଚନା କରିବା ସହ ସେମାନଙ୍କ ସହଯୋଗ ଲୋଡିଥିଲେ। ପିପିଲିରେ କଂଗ୍ରେସକୁ କ୍ଷମତାକୁ ଆଣିବା ପାଇଁ ସେ ବରିଷ୍ଠ ନେତାଙ୍କ ସହ ଆଲୋଚନା କରି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା କହିଛନ୍ତି। ପିପିଲି ବ୍ଲକ, ଡେଲାଙ୍ଗ ବ୍ଲକ ଓ ପିପିଲି ଏନ୍ଏସିର ସମସ୍ତ ପୁରୁଖା କଂଗ୍ରେସ କର୍ମୀ ଓ ସମର୍ଥକଙ୍କୁ ଏକାଠି କରି ନିର୍ବାଚନ ଲଢାଯିବ ଓ ଏହି ନିର୍ବାଚନରେ କଂଗ୍ରେସ ବହୁତ ଭଲ ପ୍ରଦର୍ଶନ କରିବ ବୋଲି ଶ୍ରୀପଟ୍ଟନାୟକ ପ୍ରକାଶ କରିଛନ୍ତି।