ତୁଷାରକାନ୍ତିଙ୍କୁ ଟିକେଟ୍ ମିଳିବା ପରେ କାକଟପୁରବାସୀଙ୍କ ହୃଦୟ କାନ୍ଦୁଛି: ସୁରେନ୍ଦ୍ର
ଭୁବନେଶ୍ୱର,୨୨।୪: କାକଟପୁରରୁ ବିଜେଡି ତୁଷାରକାନ୍ତି ବେହେରାଙ୍କୁ ଟିକେଟ୍ ଦେବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଟିକେଟ୍ ଆଶାୟୀ ଥିବା ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ। ସେ କହିଛନ୍ତି, ଆଜି କାକଟପୁରବାସୀଙ୍କ ହୃଦୟ କାନ୍ଦୁଛି। ପ୍ରାର୍ଥୀ ହୋଇଥିବା ବ୍ୟକ୍ତି କାକଟପୁର ଯାଆନ୍ତିନି, ଭୁବନେଶ୍ୱରରେ ରୁହନ୍ତି। ଲୋକଙ୍କ ସୁଖଦୁଃଖରେ ସେ ନ ଥାନ୍ତି। ଲୋକେ ତାଙ୍କୁ ଦେଖିବାକୁ ପାଆନ୍ତିନି। ୨୦୧୯ ରେ ମୋତେ ଟିକେଟ୍ ମିଳି ନ ଥିଲା, ତଥାପି ଦଳ ପାଇଁ ମୁଁ ନିଷ୍ଠାର ସହ ସେବା କରିଥିଲି। […] The post ତୁଷାରକାନ୍ତିଙ୍କୁ ଟିକେଟ୍ ମିଳିବା ପରେ କାକଟପୁରବାସୀଙ୍କ ହୃଦୟ କାନ୍ଦୁଛି: ସୁରେନ୍ଦ୍ର appeared first on Dharitri Odia News.
ଭୁବନେଶ୍ୱର,୨୨।୪: କାକଟପୁରରୁ ବିଜେଡି ତୁଷାରକାନ୍ତି ବେହେରାଙ୍କୁ ଟିକେଟ୍ ଦେବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଟିକେଟ୍ ଆଶାୟୀ ଥିବା ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ। ସେ କହିଛନ୍ତି, ଆଜି କାକଟପୁରବାସୀଙ୍କ ହୃଦୟ କାନ୍ଦୁଛି। ପ୍ରାର୍ଥୀ ହୋଇଥିବା ବ୍ୟକ୍ତି କାକଟପୁର ଯାଆନ୍ତିନି, ଭୁବନେଶ୍ୱରରେ ରୁହନ୍ତି। ଲୋକଙ୍କ ସୁଖଦୁଃଖରେ ସେ ନ ଥାନ୍ତି। ଲୋକେ ତାଙ୍କୁ ଦେଖିବାକୁ ପାଆନ୍ତିନି। ୨୦୧୯ ରେ ମୋତେ ଟିକେଟ୍ ମିଳି ନ ଥିଲା, ତଥାପି ଦଳ ପାଇଁ ମୁଁ ନିଷ୍ଠାର ସହ ସେବା କରିଥିଲି। ଦଳ ସହ ଥିଲି। ଅନ୍ୟ ଦଳରୁ ଅଫର୍ ଥିଲେ ବି ମୁଁ ବିଜେଡି ପାଇଁ କାମ କରୁଥିଲି। ଦଳ ଆଜି ମୋ ସହ ଅବିଚାର କରିଛି, ଲୋକଙ୍କୁ ପଚାରି ପରବର୍ତ୍ତୀ ପଦକ୍ଷେପ ନେବି।
The post ତୁଷାରକାନ୍ତିଙ୍କୁ ଟିକେଟ୍ ମିଳିବା ପରେ କାକଟପୁରବାସୀଙ୍କ ହୃଦୟ କାନ୍ଦୁଛି: ସୁରେନ୍ଦ୍ର appeared first on Dharitri Odia News.