ଇନ୍ଦିରା ଗାନ୍ଧୀଙ୍କ ପରେ ଆମେରିକା ମାଗାଜିନ୍ କଭର ପେଜ୍ରେ ମୋଦି
ନୂଆଦିଲ୍ଲୀ,୧୧।୪: ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ପ୍ରଥମ ଥର ପାଇଁ ଆମେରିକାର ପ୍ରସିଦ୍ଧ ସାପ୍ତାହିକ ମାଗାଜିନ କଭର ପେଜ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି। ଦୀର୍ଘ ୯୦ ମିନିଟ ଧରି ନ୍ୟୁଜ୍ୱିକ୍କୁ ପ୍ରଧାନମନ୍ତ୍ରୀ ମୋଦି ସାକ୍ଷାତକାର ଦେଇଛନ୍ତି। ଏହି ସମୟରେ ମୋଦି କହିଛନ୍ତି, ଭାରତ ପାଇଁ ଚାଇନା ସହ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ଏବଂ ମହତ୍ତ୍ୱପୂର୍ଣ୍ଣ। ମୁଁ ବିଶ୍ୱାସ କରେ ଯେ ଆମର ସୀମା ଉପରେ ଦୀର୍ଘ ଦିନ ଧରି ଚାଲିଥିବା ପରିସ୍ଥିତି ବିଷୟରେ […] The post ଇନ୍ଦିରା ଗାନ୍ଧୀଙ୍କ ପରେ ଆମେରିକା ମାଗାଜିନ୍ କଭର ପେଜ୍ରେ ମୋଦି appeared first on Dharitri Odia News.
ନୂଆଦିଲ୍ଲୀ,୧୧।୪: ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ପ୍ରଥମ ଥର ପାଇଁ ଆମେରିକାର ପ୍ରସିଦ୍ଧ ସାପ୍ତାହିକ ମାଗାଜିନ କଭର ପେଜ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି। ଦୀର୍ଘ ୯୦ ମିନିଟ ଧରି ନ୍ୟୁଜ୍ୱିକ୍କୁ ପ୍ରଧାନମନ୍ତ୍ରୀ ମୋଦି ସାକ୍ଷାତକାର ଦେଇଛନ୍ତି।
ଏହି ସମୟରେ ମୋଦି କହିଛନ୍ତି, ଭାରତ ପାଇଁ ଚାଇନା ସହ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ଏବଂ ମହତ୍ତ୍ୱପୂର୍ଣ୍ଣ। ମୁଁ ବିଶ୍ୱାସ କରେ ଯେ ଆମର ସୀମା ଉପରେ ଦୀର୍ଘ ଦିନ ଧରି ଚାଲିଥିବା ପରିସ୍ଥିତି ବିଷୟରେ ଆଲୋଚନା କରିବା ଉଚିତ୍। ଯାହା ଦ୍ୱାରା ବିବାଦକୁ ପଛରେ ଛାଡି ଦିଆଯାଇପାରେ। କେବଳ ଆମର ଦୁଇ ଦେଶ ପାଇଁ ନୁହେଁ ସମଗ୍ର ଅଞ୍ଚଳ ଏବଂ ବିଶ୍ୱ ପାଇଁ ଭାରତ ଏବଂ ଚାଇନା ମଧ୍ୟରେ ସ୍ଥିର ଏବଂ ଶାନ୍ତିପୂର୍ଣ୍ଣ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ। କୂଟନୈତିକ ଏବଂ ସାମରିକ ସ୍ତରରେ ସକରାତ୍ମକ ତଥା ଗଠନମୂଳକ ଦ୍ୱିପାକ୍ଷିକ ଯୋଗଦାନ ମାଧ୍ୟମରେ ମୁଁ ଆମର ସୀମାରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବାରେ ସକ୍ଷମ ହେବ ବୋଲି ମୁଁ ଆଶା କରୁଛି ।
The post ଇନ୍ଦିରା ଗାନ୍ଧୀଙ୍କ ପରେ ଆମେରିକା ମାଗାଜିନ୍ କଭର ପେଜ୍ରେ ମୋଦି appeared first on Dharitri Odia News.