ରାୟଗଡ଼ା ପର୍ଯ୍ୟଟନସ୍ଥଳୀର ହେବ ବିକାଶ, ମଞ୍ଜୁର ହୋଇଛି ୩ କୋଟି ଟଙ୍କା

ରାୟଗଡା: ରାୟଗଡା ଜିଲ୍ଲା ପର୍ଯ୍ୟଟନ ସ୍ଥଳୀର ହେବ ବିକାଶ । ଜିଲ୍ଲାକୁ ଘେରିରହିଛି ସବୁଜିମା ଘେରା ପ୍ରାକୃତିକ ପରିବେଶ ସାଙ୍ଗକୁ... The post ରାୟଗଡ଼ା ପର୍ଯ୍ୟଟନସ୍ଥଳୀର ହେବ ବିକାଶ, ମଞ୍ଜୁର ହୋଇଛି ୩ କୋଟି ଟଙ୍କା appeared first on .

ରାୟଗଡ଼ା ପର୍ଯ୍ୟଟନସ୍ଥଳୀର ହେବ ବିକାଶ, ମଞ୍ଜୁର ହୋଇଛି ୩ କୋଟି ଟଙ୍କା

ରାୟଗଡା: ରାୟଗଡା ଜିଲ୍ଲା ପର୍ଯ୍ୟଟନ ସ୍ଥଳୀର ହେବ ବିକାଶ । ଜିଲ୍ଲାକୁ ଘେରିରହିଛି ସବୁଜିମା ଘେରା ପ୍ରାକୃତିକ ପରିବେଶ ସାଙ୍ଗକୁ ଚିରସ୍ରୋତା ନଦୀ ,ଝରଣା ଓ ଜଳପ୍ରପାତ । ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି  ୩ କୋଟି ୪୪ଲକ୍ଷ ୨୯ ହଜାର ଟଙ୍କା । ଆର୍ଥିକ ଅନୁଦାନରେ ହେବ ଦୁମାଗୁଡା ଭ୍ୟୁ ପଏଣ୍ଟ ଠାରେ ମିଶନ ଶକ୍ତି କାଫେଟେରିଆ, ହଲୁଆ ଠାରୁ ଗୁମ୍ମା ପର୍ଯ୍ୟନ୍ତ ବୋହିଯାଇଥିବା ଚିରସ୍ରୋତା ଝଞ୍ଜାବତୀ ନଦୀ ଉପକୂଳର ସୌନ୍ଦର୍ଯ୍ୟକରଣ ଓ ଦୁର୍ଗାପାଡ଼ୁ ଜଳପ୍ରପାତର ସୌନ୍ଦର୍ଯ୍ୟକରଣ , ନିୟମଗିରି ପାହାଡ଼ରେ ବୋହୁଥିବା ଉପର ଗଦଗଦା ଜଳପ୍ରପାତର ସୌନ୍ଦର୍ଯ୍ୟକରଣ ।

ସିଲଟିଗୁଡା ଡ୍ୟାମରେ ମିଶନ ଶକ୍ତି ମାଆ ମାନେ ମାଛ ଚାଷ କରି ଉପକୃତ ହେଉଛନ୍ତି । ଏହାର ବିକାଶ ପରେ ଅଧିକ ମାତ୍ରାରେ ମାଛ ଚାଷ ହେବା ସହ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହୋଇପାରିଛି। ଫଳରେ ସ୍ଥାନୀୟ ବାସିନ୍ଦା ବ୍ୟବସାୟ କରି ସ୍ୱାବଲମ୍ବୀ ହେବା ସହ ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ହୋଇପାରିବ। ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏପରି ପଦକ୍ଷେପ ନେଇଥିବାରୁ ସ୍ଥାନୀୟ ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

The post ରାୟଗଡ଼ା ପର୍ଯ୍ୟଟନସ୍ଥଳୀର ହେବ ବିକାଶ, ମଞ୍ଜୁର ହୋଇଛି ୩ କୋଟି ଟଙ୍କା appeared first on .