ବିଜେଡି ଫୋକସରେ ମହିଳା ପ୍ରାର୍ଥୀ, ବିଧାନସଭାରେ ୩୦ରୁ ଅଧିକ ସିଟ୍ରେ ଦେବ ଟିକେଟ୍ !
ଭୁବନେଶ୍ଵର: ମହିଳା ଭୋଟଙ୍କୁ ବଳ କରି ବିଜେଡି ୨୦୧୯ରେ ନିର୍ବାଚନ ଜିତିଥିଲା ବୋଲି କୁହାଯାଇଥିଲା। ଏଥର ବି ମହିଳା ପ୍ରାର୍ଥୀଙ୍କୁ ନେଇ ବିଜେଡି ବଡ଼ ଗେମ୍ କରିଛି। ଲୋକସଭାରେ ଦଳ ୩୩ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଧାନସଭା ନିର୍ବାଚନରେ ବି ପାଖାପାଖି ୩୦ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଯାଉଛି ଦଳ। ଏଥର ବି ବିଜେଡି ଫୋକସରେ ମହିଳା ଭୋଟର ରହିବେ ବୋଲି ଚର୍ଚ୍ଚା ହେଉଛି। ବିଜେଡି ଫୋକସରେ ମହିଳା ପ୍ରାର୍ଥୀ । ମହିଳା ଭୋଟ ହାତେଇବାକୁ ବିଜେଡିର ବଡ ରଣନୀତି । ଲୋକସଭାରେ ୩୩ % ସିଟରେ ମହିଳା ଙ୍କୁ ଟିକେଟ ଦେବା ପରେ ବିଧାନ ସଭାରେ ଅଧିକରୁ ଅଧିକ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ଗେମ ପ୍ଳାନ କରିଛି । ଆଜି ଦଳ ପକ୍ଷରୁ ଘୋଷଣା ହୋଇଥିବା ୯ ସିଟ୍ ରୁ ୬ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି ଦଳ । ଏବେ ସୁଦ୍ଧା ବିଜେଡି ୧୨୬ ବିଧାନସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ସେଥିରୁ ୨୮ ମହିଳାଙ୍କ ନାଁ ରହିଛି । ବାକିଥିବା ୨୧ ସିଟରେ ମଧ୍ୟ ଆଉ କିଛି ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଯାଉଛି ଦଳ । ଏହା ହେଲେ ବିଜେଡି ବିଧାନ ସଭାରେ ୩୦ ରୁ ଅଧିକ ମହିଳା ଙ୍କୁ ପ୍ରାର୍ଥୀ କରିବ । ଯାହା କି ଓଡିଶା ରାଜନୀତି ଇତିହାସରେ ପ୍ରଥମ କଥା ହେବ । ବିଧାନ ସଭା ରେ ମଧ୍ୟ ୨୦ ପ୍ରତିଶତରୁ ଅଧିକ ସିଟରେ ବିଜେଡି ମହିଳାଙ୍କୁ ମଇଦାନ କୁ ଓଲ୍ଲାଇବାକୁ ଯାଉଛି ବିଜେଡି । ମହିଳା ସଶକ୍ତିକର
ଭୁବନେଶ୍ଵର: ମହିଳା ଭୋଟଙ୍କୁ ବଳ କରି ବିଜେଡି ୨୦୧୯ରେ ନିର୍ବାଚନ ଜିତିଥିଲା ବୋଲି କୁହାଯାଇଥିଲା। ଏଥର ବି ମହିଳା ପ୍ରାର୍ଥୀଙ୍କୁ ନେଇ ବିଜେଡି ବଡ଼ ଗେମ୍ କରିଛି। ଲୋକସଭାରେ ଦଳ ୩୩ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଧାନସଭା ନିର୍ବାଚନରେ ବି ପାଖାପାଖି ୩୦ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଯାଉଛି ଦଳ। ଏଥର ବି ବିଜେଡି ଫୋକସରେ ମହିଳା ଭୋଟର ରହିବେ ବୋଲି ଚର୍ଚ୍ଚା ହେଉଛି।
ବିଜେଡି ଫୋକସରେ ମହିଳା ପ୍ରାର୍ଥୀ । ମହିଳା ଭୋଟ ହାତେଇବାକୁ ବିଜେଡିର ବଡ ରଣନୀତି । ଲୋକସଭାରେ ୩୩ % ସିଟରେ ମହିଳା ଙ୍କୁ ଟିକେଟ ଦେବା ପରେ ବିଧାନ ସଭାରେ ଅଧିକରୁ ଅଧିକ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ଗେମ ପ୍ଳାନ କରିଛି । ଆଜି ଦଳ ପକ୍ଷରୁ ଘୋଷଣା ହୋଇଥିବା ୯ ସିଟ୍ ରୁ ୬ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି ଦଳ । ଏବେ ସୁଦ୍ଧା ବିଜେଡି ୧୨୬ ବିଧାନସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ସେଥିରୁ ୨୮ ମହିଳାଙ୍କ ନାଁ ରହିଛି । ବାକିଥିବା ୨୧ ସିଟରେ ମଧ୍ୟ ଆଉ କିଛି ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଯାଉଛି ଦଳ । ଏହା ହେଲେ ବିଜେଡି ବିଧାନ ସଭାରେ ୩୦ ରୁ ଅଧିକ ମହିଳା ଙ୍କୁ ପ୍ରାର୍ଥୀ କରିବ । ଯାହା କି ଓଡିଶା ରାଜନୀତି ଇତିହାସରେ ପ୍ରଥମ କଥା ହେବ । ବିଧାନ ସଭା ରେ ମଧ୍ୟ ୨୦ ପ୍ରତିଶତରୁ ଅଧିକ ସିଟରେ ବିଜେଡି ମହିଳାଙ୍କୁ ମଇଦାନ କୁ ଓଲ୍ଲାଇବାକୁ ଯାଉଛି ବିଜେଡି । ମହିଳା ସଶକ୍ତିକରଣ ଦିଗରେ ବିଜେଡିର ଏହା ବଡ ପଦକ୍ଷେପ ବୋଲି କୁହାଯାଉଛି ।
Also read: ଏହି ୧୬ ଆସନ ପାଇଁ ଛିଣ୍ଡୁନି ବିଜେପି ଅଙ୍କ, ପ୍ରତିପକ୍ଷଙ୍କ ଗୋଟି ଚାଳନା ଉପରେ ନଜର ରଖିଛି ଦଳ
୨୦୧୯ ରେ ମଧ୍ୟ ବିଜେଡି ମହିଳା କାର୍ଡ ଖେଳିବାରେ ଆଗରେ ଥିଲା । ସେତେବେଳେ ବିଜେଡି ୨୧ ଲୋକସଭା ଆସନରୁ ୭ଟି ସିଟ ରେ ମହିଳାଙ୍କୁ ମଇଦାନକୁ ଓଲ୍ଲାଇଥିଲା । ସେମାନଙ୍କ ଭିତରୁ ୫ ଜଣ ମହିଳା ଜିତି ସାଂସଦ ହୋଇଥିଲେ । ସେହିଭଳି୨୦୧୯ରେ ବି ବିଧାନସଭା ନିର୍ବାଚନରେ ବିଜେଡି ୨୧ ମହିଳାଙ୍କୁ ପ୍ରାର୍ଥୀ କରିଥିଲା ଯାହାକି ବିରୋଧୀ କଂଗ୍ରେସ ଓ ବିଜେପି ଠାରୁ ଅଧିକ ଥିଲା । ଗତଥର ବିଧାନସଭାରେ ବିଜେଡି ଦେଇଥିବା ୨୧ ସିଟ ରୁ ୧୩ ମହିଳା ଜିତି ବିଧାନସଭା ଆସିଥିଲେ । ଏଥର ବିଧାନସଭା ଆସନରେ ବିଜେଡି ଗତଥର ଅପେକ୍ଷା ଅଧିକା ୫୦ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ଠିଆ କରିବାକୁ ଯାଉଛି । ଏହା ପଛ ରେ ବିଜେଡି ମହିଳା ଭୋଟ ବ୍ୟାଙ୍କ ଉପରେ ଅଧିକ ନଜର ରଖିଥିବା କୁହାଯାଉଛି।
ଏଯାଏଁ ବିଜେଡି ବିଧାନସଭାରେ ଦେଇଥିବା ୨୮ ମହିଳା ଟିକେଟ ମଧ୍ୟରୁ ୨୩ ମହିଳା ପରିବାର ରାଜନୀତି ପାଇଁ ଟିକେଟ ପାଇଛନ୍ତି । ଯେଉଁଠି ବିଧାୟକମାନଙ୍କର ଟିକେଟ କଟିଛି କିମ୍ବା ସେମାନେ ନଲଢି ଓହରିଯାଇଛନ୍ତି ସେମାନଙ୍କ ପତ୍ନୀ କିମ୍ବା ଝିଅଙ୍କୁ ଟିକେଟ ଦେଇ ଦଳ ରଣନୀତି ପ୍ରସ୍ତୁତ କରିଛି।