ମାଛ ମଡ଼କ ଯୋଗୁ ଏମର୍ଜେନ୍ସି

ଏଥେନ୍ସ:ଗ୍ରୀସ୍‌ର ଭୋଲୋସ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ହ୍ରଦ, ନଦୀ ଓ ବିଭିନ୍ନ ଜଳାଶୟଗୁଡ଼ିକରେ ଲକ୍ଷାଧିକ ମୃତ ମାଛ ପଡ଼ି ରହିଛନ୍ତି। ଏତେ ସଂଖ୍ୟାରେ ମୃତ ମାଛ ପଡ଼ି ରହିଥିବାରୁ ଦୁର୍ଗନ୍ଧରେ ଭୋଲୋସ ସହର ଫାଟି ପଡୁଛି। ପରିସ୍ଥିତିକୁ ଦେଖି ଗ୍ରୀସ୍‌ର ଜଳବାୟୁ ମନ୍ତ୍ରଣାଳୟ ସମ୍ପୃକ୍ତ ଅଞ୍ଚଳରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଷ୍ଟେଟ୍‌ ଅଫ୍‌ ଏମର୍ଜେନ୍ସି ଘୋଷଣା କରିଛନ୍ତି। ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ହୋଇଥିବାବେଳେ ଏହାର ଆଖପାଖ ବିଭିନ୍ନ ଜଳାଶୟରୁ ବର୍ତ୍ତମାନ […] The post ମାଛ ମଡ଼କ ଯୋଗୁ ଏମର୍ଜେନ୍ସି appeared first on Dharitri Odia News.

ମାଛ ମଡ଼କ ଯୋଗୁ ଏମର୍ଜେନ୍ସି

ଏଥେନ୍ସ:ଗ୍ରୀସ୍‌ର ଭୋଲୋସ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ହ୍ରଦ, ନଦୀ ଓ ବିଭିନ୍ନ ଜଳାଶୟଗୁଡ଼ିକରେ ଲକ୍ଷାଧିକ ମୃତ ମାଛ ପଡ଼ି ରହିଛନ୍ତି। ଏତେ ସଂଖ୍ୟାରେ ମୃତ ମାଛ ପଡ଼ି ରହିଥିବାରୁ ଦୁର୍ଗନ୍ଧରେ ଭୋଲୋସ ସହର ଫାଟି ପଡୁଛି। ପରିସ୍ଥିତିକୁ ଦେଖି ଗ୍ରୀସ୍‌ର ଜଳବାୟୁ ମନ୍ତ୍ରଣାଳୟ ସମ୍ପୃକ୍ତ ଅଞ୍ଚଳରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଷ୍ଟେଟ୍‌ ଅଫ୍‌ ଏମର୍ଜେନ୍ସି ଘୋଷଣା କରିଛନ୍ତି।
ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ହୋଇଥିବାବେଳେ ଏହାର ଆଖପାଖ ବିଭିନ୍ନ ଜଳାଶୟରୁ ବର୍ତ୍ତମାନ ସୁଦ୍ଧା ୧୦୦ ଟନ୍‌ରୁ ଅଧିକ ମୃତ ମାଛ ବାହାର କରାଯାଇସାରିଥିବା ନେଇ ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି। ଏହି ଭୟଙ୍କର ମାଛ ମଡ଼କ ଯୋଗୁ ମତ୍ସ୍ୟଚାଷ ଉପରେ ନିର୍ଭରଶୀଳ ସ୍ଥାନୀୟ ଲୋକଙ୍କ ଜୀବିକା ବିପଦରେ ଥିବା ନେଇ ସେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ପରିବର୍ତ୍ତନ ଯୋଗୁ ଗତ ବର୍ଷ ଉକ୍ତ ଅଞ୍ଚଳରେ ହୋଇଥିବା ଭୟଙ୍କର ଝଡ଼ ଏବଂ ବନ୍ୟା ଯୋଗୁ ବିଭିନ୍ନ ଜଳାଶୟରେ ଥିବା ମଧୁର ଜଳ ମାଛଗୁଡ଼ିକ ସମୁଦ୍ରକୁ ଧୋଇ ହୋଇ ଯାଇଥିଲେ, ଫଳରେ ସେମାନଙ୍କର ମୃତ୍ୟୁ ଘଟିଥିବା ବିଶେଷଜ୍ଞ କହିଛନ୍ତି।

The post ମାଛ ମଡ଼କ ଯୋଗୁ ଏମର୍ଜେନ୍ସି appeared first on Dharitri Odia News.