ଅବନୀ ଲେଖରା କିଏ? ଯିଏ ପାରାଲିମ୍ପିକରେ ଭାରତକୁ ଦେଲେ ପ୍ରଥମ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୩୦।୮: ମହିଳା ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ଭାରତର ଅବନୀ ଲେଖରା ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଅନ୍ତିମ ରାଉଣ୍ଡରେ ୨୪୯.୭ ସ୍କୋର କରି ଅବନୀ ଭାରତକୁ ପ୍ରଥମ ସ୍ବର୍ଣ୍ଣ ଦେଇଛନ୍ତି। ତାଙ୍କ ବ୍ୟତୀତ ଭାରତର ମୋନା ଅଗ୍ରୱାଲ ମଧ୍ୟ ସମାନ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଅବନୀଙ୍କ ଏହି ବିଜୟ ମଧ୍ୟ ଐତିହାସିକ କାରଣ ସେ ଏକ ନୂତନ ପାରାଲିମ୍ପିକ ରେକର୍ଡ କରିଛନ୍ତି। ଶେଷ ଶଟ୍‌ ପର୍ଯ୍ୟନ୍ତ ଦକ୍ଷିଣ […] The post ଅବନୀ ଲେଖରା କିଏ? ଯିଏ ପାରାଲିମ୍ପିକରେ ଭାରତକୁ ଦେଲେ ପ୍ରଥମ ସ୍ବର୍ଣ୍ଣ appeared first on Dharitri Odia News.

ଅବନୀ ଲେଖରା କିଏ? ଯିଏ ପାରାଲିମ୍ପିକରେ ଭାରତକୁ ଦେଲେ ପ୍ରଥମ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୩୦।୮: ମହିଳା ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ଭାରତର ଅବନୀ ଲେଖରା ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଅନ୍ତିମ ରାଉଣ୍ଡରେ ୨୪୯.୭ ସ୍କୋର କରି ଅବନୀ ଭାରତକୁ ପ୍ରଥମ ସ୍ବର୍ଣ୍ଣ ଦେଇଛନ୍ତି। ତାଙ୍କ ବ୍ୟତୀତ ଭାରତର ମୋନା ଅଗ୍ରୱାଲ ମଧ୍ୟ ସମାନ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଅବନୀଙ୍କ ଏହି ବିଜୟ ମଧ୍ୟ ଐତିହାସିକ କାରଣ ସେ ଏକ ନୂତନ ପାରାଲିମ୍ପିକ ରେକର୍ଡ କରିଛନ୍ତି।

ଶେଷ ଶଟ୍‌ ପର୍ଯ୍ୟନ୍ତ ଦକ୍ଷିଣ କୋରିଆର ୟୁନରୀ ଲି ଏବଂ ଅବନୀଙ୍କ ମଧ୍ୟରେ କଡା ପ୍ରତିଯୋଗିତା ହୋଇଥିଲା। ଶେଷ ଶଟ ପର୍ଯ୍ୟନ୍ତ ଭାରତର ଅବନୀ ରୌପ୍ୟ ପଦକ ସ୍ଥିତିରେ ରହିଥିଲେ, କିନ୍ତୁ ଶେଷ ଶଟ୍‌ରେ ଭାରତୀୟ ଶୁଟର ୧୦.୫ ସ୍କୋର କରିଥିଲେ।

ଅବନୀ ଲେଖରା ମାତ୍ର ୧୯ ବର୍ଷ ବୟସରେ ଟୋକିଓ ପାରାଲିମ୍ପିକ୍ସରେ ଭାଗ ନେବାକୁ ପହଞ୍ଚିଥିଲେ। ସେଠାରେ ସେ ଫାଇନାଲରେ ୨୪୯.୬ ସ୍କୋର କରି ସ୍ବର୍ଣ୍ଣ ପଦକ ଜିତି ଏକ ନୂତନ ପାରାଲିମ୍ପିକ ରେକର୍ଡ ସ୍ଥାପନ କରିଥିଲେ। ବର୍ତ୍ତମାନ ପ୍ୟାରିସ ପାରାଲିମ୍ପିକ୍ସରେ ଅବନୀ ୨୪୯.୭ ସ୍କୋର କରି ନିଜର ରେକର୍ଡକୁ ବଜାୟ ରଖିଛନ୍ତି।

ଲଗାତାର ଦୁଇଟି ପାରାଲିମ୍ପିକ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଅବନୀ ଲେଖରା ବର୍ତ୍ତମାନ ପ୍ରଥମ ଭାରତୀୟ ଶୁଟର ହୋଇଛନ୍ତି। ତାଙ୍କ ପୂର୍ବରୁ, ଆଜି ପର୍ଯ୍ୟନ୍ତ ଭାରତର କୌଣସି ସୁଟର ଏହା କରିପାରିନାହାଁନ୍ତି, ଯିଏ ଲଗାତାର ଦୁଇଟି ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପାରାଲିମ୍ପିକ୍ସ ୨୦୨୪ରେ ଅବନୀ ଲେଖରାଙ୍କ ଚ୍ୟାଲେଞ୍ଜ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ କାରଣ ସେ ମହିଳା ୫୦ ମିଟର ରାଇଫଲ ୩ ପୋଜିସନରେ ପଦକ ପାଇଁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅବନୀ ଗତଥର ଏହି ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିଲେ, କିନ୍ତୁ ଏଥର ସେ ତାଙ୍କ ପଦକର ରଙ୍ଗ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତ।

The post ଅବନୀ ଲେଖରା କିଏ? ଯିଏ ପାରାଲିମ୍ପିକରେ ଭାରତକୁ ଦେଲେ ପ୍ରଥମ ସ୍ବର୍ଣ୍ଣ appeared first on Dharitri Odia News.