ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଘଟିଥିବାବେଳେ ଖାରବେଳନଗର ଥାନା ପୋଲିସ ୨ ଭାଇଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ରହୁଥିବା ଅନୁଗୋଳର ହିମାଂଶୁ ଶେଖର ଖୁଣ୍ଟିଆ, ତାଙ୍କ ଭାଇ ଆଶୁତୋଷ ଖୁଣ୍ଟିଆ ଓ ଅନ୍ୟଜଣେ ହେଲେ କନ୍ଧମାଳର ଟି. ଅଙ୍କିତ […] The post ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା appeared first on Dharitri Odia News.

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଘଟିଥିବାବେଳେ ଖାରବେଳନଗର ଥାନା ପୋଲିସ ୨ ଭାଇଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ରହୁଥିବା ଅନୁଗୋଳର ହିମାଂଶୁ ଶେଖର ଖୁଣ୍ଟିଆ, ତାଙ୍କ ଭାଇ ଆଶୁତୋଷ ଖୁଣ୍ଟିଆ ଓ ଅନ୍ୟଜଣେ ହେଲେ କନ୍ଧମାଳର ଟି. ଅଙ୍କିତ କୁମାର।
ମଦ୍ୟପାନ କରି ଗାଡି ଚାଳନା ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ ଯାଞ୍ଚ ଜାରି ରହିଛି। ଶନିବାର ରାତିରେ ଖାରବେଳନଗର ଥାନା ଅଧିକାରୀ ତାଙ୍କ କର୍ମଚାରୀଙ୍କ ସହ ମିଶି ମାଷ୍ଟରକ୍ୟାଣ୍ଟିନ ଛକରେ ଚେକିଂ କରୁଥିଲେ। ଏହି ସମୟରେ ଶ୍ରୀୟାଟକିଜ୍‌ ଛକରୁ ମାଷ୍ଟରକ୍ୟାଣ୍ଟିନ ଛକ ଅଭିମୁଖେ ଏକ କାର ଦ୍ରୁତଗତିରେ ବିପଦଜନକ ଭାବେ ଆସୁଥିବା ଦେଖି ପୋଲିସ କର୍ମଚାରୀ ଉକ୍ତ ଗାଡିକୁ ବହୁ କଷ୍ଟରେ ଅଟକାଇଥିଲେ। ଯାଞ୍ଚ ସମୟରେ ଗାଡି ଡ୍ରାଇଭର ଅଭିଯୁକ୍ତ ଅଙ୍କିତ ନିଶାସକ୍ତ ଅବସ୍ଥାରେ ଥିବା ଜଣାପଡିଥିଲା। ତେଣୁ କାର ଚାଳକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ପୋଲିସ ତାଙ୍କୁ କହିଥିଲେ। ହେଲେ ଗାଡିରେ ବସିଥିବା ଦୁଇ ଭାଇ ହିମାଂଶୁ ଓ ଆଶୁତୋଷ ଗାଡିରୁ ଓହ୍ଲାଇ ଚେକିଂ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ। ନିକଟରେ ଉପସ୍ଥିତ ଥିବା ଥାନାଧିକାରୀ ସେମାନଙ୍କୁ ବୁଝାଇବାକୁ ପ୍ରୟାସ କରୁଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଅଭିଯୁକ୍ତ ହିମାଂଶୁ ଥାନାଧିକାରୀଙ୍କୁ ହଠାତ ଏକ ଚାପୁଡା ମାରିଥିଲେ। ପୋଲିସ ତିନି ଅଭିଯୁକ୍ତଙ୍କୁ ଘଟଣା ସ୍ଥଳରୁ ଗିରଫ କରିବା ସହ ସେମାନଙ୍କ ନିକଟରୁ କାରକୁ ଜବତ କରିଥିଲା।

The post ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା appeared first on Dharitri Odia News.