କଂଗ୍ରେସକୁ ବଡ଼ ଅଫର୍ ଦେଲେ ଅଖିଳେଶ: ସମାଧାନ ହୋଇଯିବ କଳି
ଲକ୍ଷ୍ନୌ,୨୩।୧୦: ଉତ୍ତରପ୍ରଦେଶରେ ବିଧାନସଭା ଉପ-ନିର୍ବାଚନରେ ଆସନ ବାଣ୍ଟିବା ନେଇ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଏପର୍ଯ୍ୟନ୍ତ ଏକମତ ହୋଇନାହିଁ। ଦୁଇ ଦଳ ମଧ୍ୟରେ କ୍ରମାଗତ କନ୍ଦଳ ଚର୍ଚ୍ଚା ମଧ୍ୟରେ ଏସପି ଏବଂ କଂଗ୍ରେସ ମଧ୍ୟରେ ଏକ ସହମତି ପ୍ରକାଶ ପାଇବାରେ ଲାଗିଛି। ଏସପି କଂଗ୍ରେସକୁ ଆଉ ଗୋଟିଏ ଆସନ ଦେଇଛି। କୁହାଯାଉଛି ଯେ, ରାଜ୍ୟରେ ଇଣ୍ଡିଆ ଆଲାଇନ୍ସ ଅଧୀନରେ କଂଗ୍ରେସ ତିନିଟି ଆସନରେ ନିର୍ବାଚନ ଲଢିବ। ୟୁପି ବିଧାନସଭା ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏସପି କଂଗ୍ରେସ […] The post କଂଗ୍ରେସକୁ ବଡ଼ ଅଫର୍ ଦେଲେ ଅଖିଳେଶ: ସମାଧାନ ହୋଇଯିବ କଳି appeared first on Dharitri Odia News.
ଲକ୍ଷ୍ନୌ,୨୩।୧୦: ଉତ୍ତରପ୍ରଦେଶରେ ବିଧାନସଭା ଉପ-ନିର୍ବାଚନରେ ଆସନ ବାଣ୍ଟିବା ନେଇ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଏପର୍ଯ୍ୟନ୍ତ ଏକମତ ହୋଇନାହିଁ। ଦୁଇ ଦଳ ମଧ୍ୟରେ କ୍ରମାଗତ କନ୍ଦଳ ଚର୍ଚ୍ଚା ମଧ୍ୟରେ ଏସପି ଏବଂ କଂଗ୍ରେସ ମଧ୍ୟରେ ଏକ ସହମତି ପ୍ରକାଶ ପାଇବାରେ ଲାଗିଛି। ଏସପି କଂଗ୍ରେସକୁ ଆଉ ଗୋଟିଏ ଆସନ ଦେଇଛି। କୁହାଯାଉଛି ଯେ, ରାଜ୍ୟରେ ଇଣ୍ଡିଆ ଆଲାଇନ୍ସ ଅଧୀନରେ କଂଗ୍ରେସ ତିନିଟି ଆସନରେ ନିର୍ବାଚନ ଲଢିବ।
ୟୁପି ବିଧାନସଭା ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏସପି କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି। ଗାଜିଆବାଦ ପରେ କଂଗ୍ରେସ ଫୁଲପୁର ବିଧାନସଭା ଆସନ ମଧ୍ୟ ପାଇପାରେ। ଏହି ତୃତୀୟ ଆସନର ଏସପିର ଅଫର ପରେ କଂଗ୍ରେସ ଆଜି ଏହି ପ୍ରସଙ୍ଗରେ ଆଲୋଚନା କରି ନିଷ୍ପତ୍ତି ନେବ। ଏହାପୂର୍ବରୁ ଏସପି କଂଗ୍ରେସକୁ ଦୁଇଟି ଆସନ ପ୍ରଦାନ କରିଥିଲା। ଏଥିରେ ଗାଜିଆବାଦ ଏବଂ ଖୈର ଆସ ଥିଲା। ଅନ୍ତର୍ଭୁକ୍ତ ଥିଲାବେଳେ କଂଗ୍ରେସ ଲଗାତାର ପାଞ୍ଚଟି ଆସନ ଦାବି କରିଆସୁଛି।
The post କଂଗ୍ରେସକୁ ବଡ଼ ଅଫର୍ ଦେଲେ ଅଖିଳେଶ: ସମାଧାନ ହୋଇଯିବ କଳି appeared first on Dharitri Odia News.