ଅପହୃତ ନାବାଳିକାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ପୋଲିସକୁ ଆକ୍ରମଣ, ୩ କର୍ମଚାରୀ ଆହତ

ଚଣ୍ଡିଖୋଲ ୧୧।୧୦: ଡେଲାଙ୍ଗରୁ ଅପହରଣ ହୋଇଥିବା ନାବାଳିକାଙ୍କୁ ଉଦ୍ଧାର କରିବାକୁ ଯାଇ ଯାଜପୁର ଜିଲ୍ଲା ବଡ଼ଚଣାରେ ପୋଲିସକୁ ଆକ୍ରମଣ । ଆକ୍ରମଣରେ ଡେଲାଙ୍ଗ ଥାନା ଅଧିକାରୀଙ୍କ ସମେତ ଡେଲାଙ୍ଗ ପୋଲିସ ୪ ଜଣ ବଡ଼ଚଣା ଥାନାର ୩ ଜଣ ପୋଲିସ ଆହତ ହୋଇଛନ୍ତି । ଗତ ୯ ତାରିଖ ରାତିରେ ବଡ଼ଚଣା ପୋଲିସ ଓ ଡେଲାଙ୍ଗ ପୋଲିସ ବଡ଼ଚଣା ଥାନା ଦଳେଇ ସାହି ନାବାଳିକାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ । ଏହି ସମୟରେ ପୋଲିସ ଆକ୍ରମଣର ଶିକାର ହୋଇଥିଲା । ସଂଘବଦ୍ଧ ଆକ୍ରମଣରେ ଡେଲାଙ୍ଗ ଥାନା ଅଧିକାରୀଙ୍କ ସମେତ ମୋଟ୍ ୭ ଜଣ ଆହତ ହୋଇଥିବା ବେଳେ ୨ ଜଣ କଟକ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏନେଇ ବଡ଼ଚଣା ପୋଲିସ ଏକ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତ ମାନେ ଫେରାର ଥିବା ପୋଲିସ ସୂଚନା ଦେଇଛି । ଆକ୍ରମଣକାରୀଙ୍କୁ ଧରିବା ପାଇଁ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଅନୁଧ୍ୟାନ ଜାରି ରଖିଛି । ଏ ନେଇ ବଡ଼ଚଣା ଥାନା ଅଧିକାରୀ ଶ୍ରୀକାନ୍ତ କୁମାର ବାରିକ ସୂଚନା ଦେଇଛନ୍ତି ।You Can Read:ପବିତ୍ର ମହାଷ୍ଟମୀରେ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ବୁଲି ମା'ଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ   

ଅପହୃତ ନାବାଳିକାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ପୋଲିସକୁ ଆକ୍ରମଣ, ୩ କର୍ମଚାରୀ ଆହତ

ଚଣ୍ଡିଖୋଲ ୧୧।୧୦: ଡେଲାଙ୍ଗରୁ ଅପହରଣ ହୋଇଥିବା ନାବାଳିକାଙ୍କୁ ଉଦ୍ଧାର କରିବାକୁ ଯାଇ ଯାଜପୁର ଜିଲ୍ଲା ବଡ଼ଚଣାରେ ପୋଲିସକୁ ଆକ୍ରମଣ । ଆକ୍ରମଣରେ ଡେଲାଙ୍ଗ ଥାନା ଅଧିକାରୀଙ୍କ ସମେତ ଡେଲାଙ୍ଗ ପୋଲିସ ୪ ଜଣ ବଡ଼ଚଣା ଥାନାର ୩ ଜଣ ପୋଲିସ ଆହତ ହୋଇଛନ୍ତି । ଗତ ୯ ତାରିଖ ରାତିରେ ବଡ଼ଚଣା ପୋଲିସ ଓ ଡେଲାଙ୍ଗ ପୋଲିସ ବଡ଼ଚଣା ଥାନା ଦଳେଇ ସାହି ନାବାଳିକାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ । ଏହି ସମୟରେ ପୋଲିସ ଆକ୍ରମଣର ଶିକାର ହୋଇଥିଲା । ସଂଘବଦ୍ଧ ଆକ୍ରମଣରେ ଡେଲାଙ୍ଗ ଥାନା ଅଧିକାରୀଙ୍କ ସମେତ ମୋଟ୍ ୭ ଜଣ ଆହତ ହୋଇଥିବା ବେଳେ ୨ ଜଣ କଟକ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏନେଇ ବଡ଼ଚଣା ପୋଲିସ ଏକ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତ ମାନେ ଫେରାର ଥିବା ପୋଲିସ ସୂଚନା ଦେଇଛି । ଆକ୍ରମଣକାରୀଙ୍କୁ ଧରିବା ପାଇଁ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଅନୁଧ୍ୟାନ ଜାରି ରଖିଛି । ଏ ନେଇ ବଡ଼ଚଣା ଥାନା ଅଧିକାରୀ ଶ୍ରୀକାନ୍ତ କୁମାର ବାରିକ ସୂଚନା ଦେଇଛନ୍ତି ।

You Can Read:

ପବିତ୍ର ମହାଷ୍ଟମୀରେ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ବୁଲି ମା'ଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ