ରାଉରକେଲାରେ ପୁଣି ଲଜ୍ଜା: ଦୁଇ ନାବାଳିକାଙ୍କୁ ଗଣ ଦୁଷ୍କର୍ମ
ରାଉରକେଲା: ସୁନ୍ଦରଗଡ଼ ଜିଲା ରାଉରକେଲାରେ ପୁଣି ଏକ ଲଜ୍ଜାକର ଘଟଣା ଘଟିଛି। ସାନଭଉଣୀକୁ ଗଣବଳାତ୍କାର କରାଯାଇଥିବାବେଳେ ବଡ଼ ଭଉଣୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ବଳାତ୍କାରର ଶିକାର ହୋଇଥିବା ସାନଭଉଣୀଙ୍କ ବୟସ ୮ ବର୍ଷ ଏବଂ ବଡ଼ଭଉଣୀଙ୍କ ବୟସ ୧୨ ବର୍ଷ। ଦୁଇ ଭଉଣୀ ମିଶି ଚପଲ କିଣିବକୁ ମାର୍କେଟ ଆସିଥିଲେ। ଏହି ସମୟରେ ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ଅଞ୍ଚଳର ଏକ ଅନ୍ଧାରିଆ ରାସ୍ତାରେ ସାତ ଜଣ ଅଭିଯୁକ୍ତ ଘଟଣା ସ୍ଥଳରେ ଉପସ୍ଥିତ ଥିବା ବେଳେ […]

ରାଉରକେଲା: ସୁନ୍ଦରଗଡ଼ ଜିଲା ରାଉରକେଲାରେ ପୁଣି ଏକ ଲଜ୍ଜାକର ଘଟଣା ଘଟିଛି। ସାନଭଉଣୀକୁ ଗଣବଳାତ୍କାର କରାଯାଇଥିବାବେଳେ ବଡ଼ ଭଉଣୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ବଳାତ୍କାରର ଶିକାର ହୋଇଥିବା ସାନଭଉଣୀଙ୍କ ବୟସ ୮ ବର୍ଷ ଏବଂ ବଡ଼ଭଉଣୀଙ୍କ ବୟସ ୧୨ ବର୍ଷ। ଦୁଇ ଭଉଣୀ ମିଶି ଚପଲ କିଣିବକୁ ମାର୍କେଟ ଆସିଥିଲେ। ଏହି ସମୟରେ ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ଅଞ୍ଚଳର ଏକ ଅନ୍ଧାରିଆ ରାସ୍ତାରେ ସାତ ଜଣ ଅଭିଯୁକ୍ତ ଘଟଣା ସ୍ଥଳରେ ଉପସ୍ଥିତ ଥିବା ବେଳେ ତିନି ଜଣ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତିନି ଅଭିଯୁକ୍ତଙ୍କୁ ପ୍ଲାଣ୍ଟ ସାଇଟ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।