ବର୍ଷାରେ ଗୋଆ ଅସ୍ତବ୍ୟସ୍ତ, ପାଲି ୱାଟର ଫଲରେ ଫଶିଛନ୍ତି ୮୦ ପର୍ଯ୍ୟଟକ

ପଣାଜୀ ୭।୭: ବର୍ଷା ଯୋଗୁ ଗୋଆର ପରିସ୍ଥିତି ଲଗାତାର ବିଗିଡିବାରେ ଲାଗିଛି। ରବିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଜାରି ବର୍ଷାରେ ଅନେକ ନଦୀର ଜଳସ୍ତର ବୃଦ୍ଧି  ହୋଇଛି। ଅନେକ ନଦୀ ଏବେ ବିପଦ ସଂକେତ ଉପରେ ପ୍ରବାହୀତ ହେଉଥିବା ବେଳେ ପାଲି ୱାଟର ଫଲ ବୁଲି ଯାଇଥିବା ୮୦ ଜଣ ପର୍ଯ୍ୟଟକ ବର୍ଷାରେ ଫଶି ରହିଥିବା ଅଧିକାରୀ ସୂଚନା ଦେଇଛନ୍ତି। ପୋଲିସ ଓ ଦମକଳ ବିଭାଗ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଏପର୍ଯ୍ୟନ୍ତ ୫୦ ଜଣ ଉଦ୍ଧାର ହୋଇଥିବା ବେଳେ ଆଉ ୩୦ ଜଣଙ୍କ ଉଦ୍ଧାର ନିମନ୍ତେ ଉଦ୍ୟମ ଜାରି ରହିଛି। ତେବେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ପଣାଜୀ ଏସପି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପାଲି ଝରଣା ଗୋଆ ରାଜଧାନୀ ପଣାଜୀଠାରୁ ୫୦ କିଲୋମିଟର ଦୂର ଭଲପୋଇ ନାମକ ଟୁରିଷ୍ଟ ପ୍ଲେସ୍‌ରେ ରହିଛି। ଏହି ସ୍ଥାନଟି ଟ୍ରେକିଂ ଓ ପର୍ଯ୍ୟଟନ ଦୃଷ୍ଟିରୁ ବେଶ୍ ଲୋକପ୍ରୀୟ। ପ୍ରତିବର୍ଷ ମୌସୁମୀ ଆଗମନପରେ ଏଠାକୁ ଅନେକ ଲୋକ ଭ୍ରମଣରେ ଆସିଥାନ୍ତି। ତେବେ ଜାରି ବର୍ଷା ଯୋଗୁ ବନ ବିଭାଗ ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ୱାଟରଫଲକୁ ପର୍ଯ୍ୟଟକଙ୍କ ଏଣ୍ଟ୍ରି ବ୍ୟାନ କରିଦେଇଛନ୍ତି। North Goa Police working closely with Fire dept to rescue persons trapped at Pali Water fall. Situation is under control. Rescue operation is going on. We are closely monitoring the situation: North SP Akshat Kaushal#Goa #Mo

ବର୍ଷାରେ ଗୋଆ ଅସ୍ତବ୍ୟସ୍ତ, ପାଲି ୱାଟର ଫଲରେ ଫଶିଛନ୍ତି ୮୦ ପର୍ଯ୍ୟଟକ

ପଣାଜୀ ୭।୭: ବର୍ଷା ଯୋଗୁ ଗୋଆର ପରିସ୍ଥିତି ଲଗାତାର ବିଗିଡିବାରେ ଲାଗିଛି। ରବିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଜାରି ବର୍ଷାରେ ଅନେକ ନଦୀର ଜଳସ୍ତର ବୃଦ୍ଧି  ହୋଇଛି। ଅନେକ ନଦୀ ଏବେ ବିପଦ ସଂକେତ ଉପରେ ପ୍ରବାହୀତ ହେଉଥିବା ବେଳେ ପାଲି ୱାଟର ଫଲ ବୁଲି ଯାଇଥିବା ୮୦ ଜଣ ପର୍ଯ୍ୟଟକ ବର୍ଷାରେ ଫଶି ରହିଥିବା ଅଧିକାରୀ ସୂଚନା ଦେଇଛନ୍ତି। ପୋଲିସ ଓ ଦମକଳ ବିଭାଗ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଏପର୍ଯ୍ୟନ୍ତ ୫୦ ଜଣ ଉଦ୍ଧାର ହୋଇଥିବା ବେଳେ ଆଉ ୩୦ ଜଣଙ୍କ ଉଦ୍ଧାର ନିମନ୍ତେ ଉଦ୍ୟମ ଜାରି ରହିଛି। 

ତେବେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ପଣାଜୀ ଏସପି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପାଲି ଝରଣା ଗୋଆ ରାଜଧାନୀ ପଣାଜୀଠାରୁ ୫୦ କିଲୋମିଟର ଦୂର ଭଲପୋଇ ନାମକ ଟୁରିଷ୍ଟ ପ୍ଲେସ୍‌ରେ ରହିଛି। ଏହି ସ୍ଥାନଟି ଟ୍ରେକିଂ ଓ ପର୍ଯ୍ୟଟନ ଦୃଷ୍ଟିରୁ ବେଶ୍ ଲୋକପ୍ରୀୟ। ପ୍ରତିବର୍ଷ ମୌସୁମୀ ଆଗମନପରେ ଏଠାକୁ ଅନେକ ଲୋକ ଭ୍ରମଣରେ ଆସିଥାନ୍ତି। ତେବେ ଜାରି ବର୍ଷା ଯୋଗୁ ବନ ବିଭାଗ ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ୱାଟରଫଲକୁ ପର୍ଯ୍ୟଟକଙ୍କ ଏଣ୍ଟ୍ରି ବ୍ୟାନ କରିଦେଇଛନ୍ତି। 


ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ବର୍ଷା ପାଇଁ ରାଜ୍ୟରେ ରେଡ ଆଲର୍ଟ ଜାରି କରିଛନ୍ତି। ଏହା ପରେ ସୋମବାର ଠାରୁ ଗୋଆର ସବୁ ସ୍କୁଲ ଛୁଟି ଘୋଷଣା କରିଦିଆଯାଇଛି। ଲଗାତାର ବର୍ଷା ଯୋଗୁ ଗୋଆର କେଉଁଠି କେଉଁଠି ଭୂ-ସ୍ଖଳନ, ପାଣି ଭରିଯିବା ଓ ମାଟି ଅତଡା ଧସିବାର ଅଭିଯୋଗ ବଢିବାରେ ଲାଗିଛି। ରବିବାର ସକାଳଠାରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଗୋଆରେ ଏ ପର୍ଯ୍ୟନ୍ତ ୧୧୫ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆଗାମୀ ଦିନମାନଙ୍କରେ ମଧ୍ୟ ଭୀଷଣ ବର୍ଷା ଅନୁମାନ କରାଯାଉଛି।