ହଜ୍ ଯାତ୍ରାରେ କେତେ ମରିଛନ୍ତି ଭାରତୀୟ, ସ୍ପଷ୍ଟ କଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ସାଉଦି ଆରବର ମକ୍କାକୁ ହଜ୍ ପାଇଁ ଯାଇଥିବା ୯୮ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଛି। ଏନେଇ ସ୍ପଷ୍ଟ କରିଛି ଭାରତର ବୈଦେଶିକ ମନ୍ତ୍ରଣାଳୟ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶୁକ୍ରବାର କହିଛି ଯେ ଚଳିତ ବର୍ଷ ଭାରତରୁ ୧ ଲକ୍ଷ ୭୫ ହଜାର ଲୋକ ହଜ୍ ପାଇଁ ମକ୍କା ଯାଇଛନ୍ତି। ସେଥିମଧ୍ୟରୁ ୯୮ ଜଣଙ୍କର ମୃତ୍ୟୁ ହୋଇଛି। ମନ୍ତ୍ରଣାଳୟ କହିଛି ଯେ ପ୍ରାକୃତିକ ମୃତ୍ୟୁ, କ୍ରୋନିକ ରୋଗ ଏବଂ ବାର୍ଦ୍ଧକ୍ୟବସ୍ଥା ଯୋଗୁଁ ଏହି ମୃତ୍ୟୁ ଘଟିଛି। ଏଥିମଧ୍ୟରୁ ଆରଫାଟ ଦିନ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଆମର ହଜ୍ ମିଶନ ମକ୍କାରେ କାମ କରୁଛି। ଯାତ୍ରୀମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ପ୍ରକାର ଦୁର୍ଘଟଣା ଉପରେ ଆମେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ। ସମସ୍ତଙ୍କର ଯତ୍ନ ନିଆଯାଉଛି। ମକ୍କାରେ ବହୁତ ଗରମ। ସେଠାରେ ଲୋକମାନେ ମଧ୍ୟ ହିଟ୍‌ ଷ୍ଟ୍ରୋକ ଶିକାର ହେଉଛନ୍ତି। ଗତ ବର୍ଷ ଭାରତରୁ ୧୮୭ ଜଣ ହଜ୍ ତୀର୍ଥଯାତ୍ରା ସମୟରେ ମୃତ୍ୟୁବରଣ କରିଥିଲେ |ଚଳିତ ବର୍ଷ ସାଉଦି ଆରବରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେତୁ ସାରା ବିଶ୍ୱରୁ ୧୦୦୦ରୁ ଅଧିକ ଶ୍ରଦ୍ଧାଳୁ ହଜ୍ ତୀର୍ଥଯାତ୍ରା ସମୟରେ ମୃତ୍ୟୁ ବରଣ କରିଛନ୍ତି। ସାଉଦି ଆରବର ରିପୋର୍ଟ କରିଛି ଯେ ମକ୍କାର ମସଜିଦ-ଅଲ-ହରାମରେ ତାପମାତ୍ରା ସୋମବାର 51.8 ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ତାପମାତ୍ରା ବୃଦ୍ଧି

ହଜ୍ ଯାତ୍ରାରେ କେତେ ମରିଛନ୍ତି ଭାରତୀୟ, ସ୍ପଷ୍ଟ କଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ସାଉଦି ଆରବର ମକ୍କାକୁ ହଜ୍ ପାଇଁ ଯାଇଥିବା ୯୮ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଛି। ଏନେଇ ସ୍ପଷ୍ଟ କରିଛି ଭାରତର ବୈଦେଶିକ ମନ୍ତ୍ରଣାଳୟ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶୁକ୍ରବାର କହିଛି ଯେ ଚଳିତ ବର୍ଷ ଭାରତରୁ ୧ ଲକ୍ଷ ୭୫ ହଜାର ଲୋକ ହଜ୍ ପାଇଁ ମକ୍କା ଯାଇଛନ୍ତି। ସେଥିମଧ୍ୟରୁ ୯୮ ଜଣଙ୍କର ମୃତ୍ୟୁ ହୋଇଛି। 

ମନ୍ତ୍ରଣାଳୟ କହିଛି ଯେ ପ୍ରାକୃତିକ ମୃତ୍ୟୁ, କ୍ରୋନିକ ରୋଗ ଏବଂ ବାର୍ଦ୍ଧକ୍ୟବସ୍ଥା ଯୋଗୁଁ ଏହି ମୃତ୍ୟୁ ଘଟିଛି। ଏଥିମଧ୍ୟରୁ ଆରଫାଟ ଦିନ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଆମର ହଜ୍ ମିଶନ ମକ୍କାରେ କାମ କରୁଛି। ଯାତ୍ରୀମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ପ୍ରକାର ଦୁର୍ଘଟଣା ଉପରେ ଆମେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ। ସମସ୍ତଙ୍କର ଯତ୍ନ ନିଆଯାଉଛି। ମକ୍କାରେ ବହୁତ ଗରମ। ସେଠାରେ ଲୋକମାନେ ମଧ୍ୟ ହିଟ୍‌ ଷ୍ଟ୍ରୋକ ଶିକାର ହେଉଛନ୍ତି। ଗତ ବର୍ଷ ଭାରତରୁ ୧୮୭ ଜଣ ହଜ୍ ତୀର୍ଥଯାତ୍ରା ସମୟରେ ମୃତ୍ୟୁବରଣ କରିଥିଲେ |

ଚଳିତ ବର୍ଷ ସାଉଦି ଆରବରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେତୁ ସାରା ବିଶ୍ୱରୁ ୧୦୦୦ରୁ ଅଧିକ ଶ୍ରଦ୍ଧାଳୁ ହଜ୍ ତୀର୍ଥଯାତ୍ରା ସମୟରେ ମୃତ୍ୟୁ ବରଣ କରିଛନ୍ତି। ସାଉଦି ଆରବର ରିପୋର୍ଟ କରିଛି ଯେ ମକ୍କାର ମସଜିଦ-ଅଲ-ହରାମରେ ତାପମାତ୍ରା ସୋମବାର 51.8 ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ତାପମାତ୍ରା ବୃଦ୍ଧି ଏବଂ ପ୍ରବଳ ଉତ୍ତାପ ହେତୁ ଯାତ୍ରୀମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି।

ହଜ୍ ତୀର୍ଥଯାତ୍ରା ପୂର୍ବରୁ ତୀର୍ଥଯାତ୍ରୀମାନଙ୍କୁ ଏକ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ପଡିବ। ଯେଉଁଥିରେ ଲେଖା ଅଛି ଯେ ଯଦି ଜଣେ ତୀର୍ଥଯାତ୍ରୀ ହଜ୍ କରିବା ସମୟରେ ସାଉଦି ଆରବ ମାଟିରେ କୌଣସି ସ୍ଥିତିରେ ମୃତ୍ୟୁ ବରଣ କରନ୍ତି, ତେବେ ତାଙ୍କ ମୃତଦେହ କେବଳ ସେଠାରେ ସମାଧି ଦିଆଯିବ। ମୃତ ଶରୀରକୁ ପଠାଯିବନାହିଁ। ମୃତଦେହ ଫେରାଇବା ପାଇଁ ପରିବାର ପକ୍ଷରୁ ଦାବି କରାଯାଇଥିଲେ ମଧ୍ୟ ସାଉଦି ଆରବ ସରକାର ଏହାକୁ ଗ୍ରହଣ କରୁନାହାଁନ୍ତି।