ପ୍ୟାରିସ ଅଲିମ୍ପିକ୍ସକୁ ଆଉ ୨୧ ଦିନ: ଆସିଲା ଆଥ୍ଲେଟ ତାଲିକା, ଜାଣନ୍ତୁ କାହାକୁ ମିଳିଛି ସ୍ଥାନ…
ନୂଆଦିଲ୍ଲୀ, ୫।୭: ଚଳିତ ମାସ ୨୬ ତାରିଖରୁ ପ୍ୟାରିସରେ ଆରମ୍ଭ ହେବାକୁ ଯାଉଥିବା ଅଲିମ୍ପିକ୍ସ। ଭାରତର ୨୮ ଜଣିଆ ଆଥ୍ଲେଟିକ୍ସ ପ୍ରତିନିଧି ଦଳ ଏଥିରେ ଅଂଶଗ୍ରହଣ କରିବ। ଡିଫେଣ୍ଡିଂ ଚାମ୍ପିୟନ ଜାଭେଲିନ୍ ତାରକା ନୀରଜ ଚୋପ୍ରା ଏହି ଦଳର ନେତୃତ୍ୱ ନେବେ। ଟୋକିଓ ଗେମ୍ସ ଗୋଲ୍ଡ ମେଡାଲିଷ୍ଟ ତଥା ବର୍ତ୍ତମାନର ବିଶ୍ୱ ଚାମ୍ପିୟନ ୨୬ ବର୍ଷୀୟ ନୀରଜ ଚଳିତ ସପ୍ତାହ ଶେଷରେ ହେବାକୁ ଥିବା ଡାଇମଣ୍ଡ ଲିଗ୍ରେ ଭାଗ ନେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ପ୍ୟାରିସ […] The post ପ୍ୟାରିସ ଅଲିମ୍ପିକ୍ସକୁ ଆଉ ୨୧ ଦିନ: ଆସିଲା ଆଥ୍ଲେଟ ତାଲିକା, ଜାଣନ୍ତୁ କାହାକୁ ମିଳିଛି ସ୍ଥାନ… appeared first on Dharitri Odia News.
ନୂଆଦିଲ୍ଲୀ, ୫।୭: ଚଳିତ ମାସ ୨୬ ତାରିଖରୁ ପ୍ୟାରିସରେ ଆରମ୍ଭ ହେବାକୁ ଯାଉଥିବା ଅଲିମ୍ପିକ୍ସ। ଭାରତର ୨୮ ଜଣିଆ ଆଥ୍ଲେଟିକ୍ସ ପ୍ରତିନିଧି ଦଳ ଏଥିରେ ଅଂଶଗ୍ରହଣ କରିବ। ଡିଫେଣ୍ଡିଂ ଚାମ୍ପିୟନ ଜାଭେଲିନ୍ ତାରକା ନୀରଜ ଚୋପ୍ରା ଏହି ଦଳର ନେତୃତ୍ୱ ନେବେ। ଟୋକିଓ ଗେମ୍ସ ଗୋଲ୍ଡ ମେଡାଲିଷ୍ଟ ତଥା ବର୍ତ୍ତମାନର ବିଶ୍ୱ ଚାମ୍ପିୟନ ୨୬ ବର୍ଷୀୟ ନୀରଜ ଚଳିତ ସପ୍ତାହ ଶେଷରେ ହେବାକୁ ଥିବା ଡାଇମଣ୍ଡ ଲିଗ୍ରେ ଭାଗ ନେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ପ୍ୟାରିସ ଗେମ୍ସ ପାଇଁ ପ୍ରସ୍ତୁତିକୁ ସେ ଗୁରୁତ୍ୱ ଦେଉଛନ୍ତି।
ଭାରତୀୟ ଦଳରେ ୧୧ ମହିଳା ଓ ୧୭ ପୁରୁଷ ଆଥ୍ଲେଟ ସାମିଲ। ନୀରଜଙ୍କ ବ୍ୟତୀତ ଏହି ତାଲିକାରେ ସାମିଲଥିବା ପ୍ରତିଷ୍ଠିତ ଆଥ୍ଲେଟଙ୍କ ମଧ୍ୟରେ ଅବିନାଶ ସାବ୍ଲେ, ତାଜିନ୍ଦରପାଲ ସିଂ ତୁର୍, ସ୍ପ୍ରିଣ୍ଟ ହର୍ଡଲର ଜ୍ୟୋତି ୟାରାଜି ଅନ୍ୟତମ। ଓଡ଼ିଶାର ପ୍ରତିଭାସମ୍ପନ୍ନ ଜାଭେଲିନ୍ ଥ୍ରୋୟର କିଶୋର କୁମାର ଜେନା ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି।
୪x୪୦୦ ପୁରୁଷ ରିଲେ ଦଳରେ ମହମ୍ମଦ ଆନାସ, ମହମ୍ମଦ ଅଜମଲ, ଅମୋଜ ଜ୍ୟାକବ ଓ ରାଜେଶ ରମେଶ ସ୍ଥାନ ପାଇଛନ୍ତି। ଗତ ବିଶ୍ୱ ଚାମ୍ପିୟନଶିପ୍ରେ ହିଟ୍ ଅବସରରେ ଭାରତୀୟ ଦଳ ଆମେରିକାକୁ ପଛରେ ପକାଇ ଅନେକଙ୍କୁ ବିସ୍ମିତ କରିଥିଲା। ଅଲିମ୍ପିକ୍ସର ଟ୍ରାକ୍ ଆଣ୍ଡ ଫିଲ୍ଡ ପ୍ରତିଯୋଗିତା ଷ୍ଟେଡ୍ ଡି ଫ୍ରାନ୍ସରେ ଅଗଷ୍ଟ ୧ରୁ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅଲିମ୍ପିକ୍ସ ପ୍ରୋଗ୍ରାମରୁ ପୁରୁଷ ୫୦ କିଲୋମିଟର ରେସ୍ ଓ୍ବାକ୍କୁ ବାଦ୍ ଦିଆଯାଇଛି। ଏହା ସ୍ଥାନରେ ମାରାଥନ ରେସ୍ ଓ୍ବାକ୍ ମିକ୍ସଡ-ରିଲେ ଇଭେଣ୍ଟକୁ ଓ୍ବାଲର୍ଡ ଆଥ୍ଲେଟିକ୍ସ ସାମିଲ କରିଛି।
ଭାରତୀୟ ଆଥ୍ଲେଟିକ୍ସ ଦଳ
ପୁରୁଷ: ଅବିନାଶ ସାବ୍ଲେ (୩୦୦୦ ମିଟର ଷ୍ଟିପଲଚେଜ୍), ନୀରଜ ଚୋପ୍ରା, କିଶୋର କୁମାର ଜେନା (ଜାଭେଲିନ୍ ଥ୍ରୋ), ତାଜିନ୍ଦରପାଲ୍ ସିଂ ତୁର୍ (ଶଟ୍ ପୁଟ୍), ପ୍ରବୀଣ ଚିଥ୍ରାଭେଲ, ଅବୁଲା ଅବୁବାକର(ଟ୍ରିପଲ ଜମ୍ପ), ଆକାଶଦୀପ ସିଂ, ବିକାଶ ସିଂ, ପରବଜିତ ସିଂ ବିସ୍ତ (୨୦ କିଲୋମିଟର ରେସ୍ ଓ୍ବାକ୍), ମହମ୍ମଦ ଆନାସ, ମହମ୍ମଦ ଆଜମଲ, ଅମୋଜ ଜ୍ୟାକବ, ସନ୍ତୋଷ ତାମିଲାରସନ, ରାଜେଶ ରମେଶ(୪x୪୦୦ ମିଟର ରିଲେ), ମିଜୋ ଚାକୋ କୁରିଆନ(୪x୪୦୦ ମିଟର ରିଲେ), ସୂରଜ ପନଓ୍ବାର(ରେସ୍ ଓ୍ବାକ୍ ମିକ୍ସଡ ମାରାଥନ), ସର୍ବେଶ ଅନିଲ କୁଶାରେ (ହାଇ ଜମ୍ପ)।
ମହିଳା: କିରନ ପାହାଲ (୪୦୦ ମିଟର), ପାରୁଲ ଚୌଧାରୀ (୩୦୦୦ ମିଟର ଷ୍ଟିପଲଚେଜ୍ ଓ ୫,୦୦୦ ମିଟର), ଜ୍ୟୋତି ଆରାଜି (୧୦୦ ମିଟର ହର୍ଡଲ୍ସ), ଅନୁ ରାଣୀ (ଜାଭେଲିନ୍ ଥ୍ରୋ), ଆଭା ଖଟୁଆ (ଶଟ୍ ପୁଟ୍), ଜ୍ୟୋଥିକା ଶ୍ରୀ ଦଣ୍ଡି, ଶୁଭା ଭେଙ୍କଟେଶ୍, ଭିଥ୍ୟା ରାମରାଜ, ପୁଭମ୍ମା ଏମ୍.ଆର. (୪x୪୦୦ ମିଟର ରିଲେ), ପ୍ରାଚୀ (୪x୪୦୦ ମିଟର ରିଲେ), ପ୍ରିୟଙ୍କା ଗୋସ୍ବାମୀ (୨୦ କିଲୋମିଟର ରେସ୍ ଓ୍ବାକ୍/ରେସ୍ ଓ୍ବାକ୍ ମିକ୍ସଡ ମାରାଥନ)।
The post ପ୍ୟାରିସ ଅଲିମ୍ପିକ୍ସକୁ ଆଉ ୨୧ ଦିନ: ଆସିଲା ଆଥ୍ଲେଟ ତାଲିକା, ଜାଣନ୍ତୁ କାହାକୁ ମିଳିଛି ସ୍ଥାନ… appeared first on Dharitri Odia News.