ଆସନ୍ତାକାଲିଠୁ କିଟ୍ ରେ ଆରମ୍ଭ ହେବ କ୍ରୀଡ଼ା ମହାକୁମ୍ଭ, ଭାଗ ନେବେ ୧୫ ହଜାର ଖେଳାଳି

ଭୁବନେଶ୍ୱର : ଆସନ୍ତାକାଲିଠୁ କିଟ୍ ରେ ଆରମ୍ଭ ହେବ କ୍ରୀଡ଼ା ମହାକୁମ୍ଭ । କାଲିଠାରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହୋତ୍ସବ। ଭାଗ ନେବେ ୧ ହଜାରରୁ ଊର୍ଦ୍ଧ୍ବ ବିଶ୍ବବିଦ୍ୟାଳୟରୁ ୧୫ ହଜାର ଖେଳାଳି। ଭାଗନେବାକୁ ଥିବା ଖେଳାଳିଙ୍କ ମଧ୍ୟରେ ଅଛନ୍ତି ଅଲିମ୍ପିଆନ, ଏସିଆନ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାବିତ୍। ଏହାସହ ଯୋଗ ଦେବେ ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ଏବଂ ଅଲିମ୍ପିକ କୋଚ୍। କିଟ୍ ଓ ଭାରତୀୟ ବିଶ୍ବବିଦ୍ୟାଳୟ ସଂଘ […] The post ଆସନ୍ତାକାଲିଠୁ କିଟ୍ ରେ ଆରମ୍ଭ ହେବ କ୍ରୀଡ଼ା ମହାକୁମ୍ଭ, ଭାଗ ନେବେ ୧୫ ହଜାର ଖେଳାଳି appeared first on KNews Odisha.

ଆସନ୍ତାକାଲିଠୁ କିଟ୍ ରେ ଆରମ୍ଭ ହେବ କ୍ରୀଡ଼ା ମହାକୁମ୍ଭ, ଭାଗ ନେବେ ୧୫ ହଜାର ଖେଳାଳି
kiit-

ଭୁବନେଶ୍ୱର : ଆସନ୍ତାକାଲିଠୁ କିଟ୍ ରେ ଆରମ୍ଭ ହେବ କ୍ରୀଡ଼ା ମହାକୁମ୍ଭ । କାଲିଠାରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହୋତ୍ସବ। ଭାଗ ନେବେ ୧ ହଜାରରୁ ଊର୍ଦ୍ଧ୍ବ ବିଶ୍ବବିଦ୍ୟାଳୟରୁ ୧୫ ହଜାର ଖେଳାଳି। ଭାଗନେବାକୁ ଥିବା ଖେଳାଳିଙ୍କ ମଧ୍ୟରେ ଅଛନ୍ତି ଅଲିମ୍ପିଆନ, ଏସିଆନ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାବିତ୍।

ଏହାସହ ଯୋଗ ଦେବେ ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ଏବଂ ଅଲିମ୍ପିକ କୋଚ୍। କିଟ୍ ଓ ଭାରତୀୟ ବିଶ୍ବବିଦ୍ୟାଳୟ ସଂଘ ମିଳିତ ଆନୁକୂଲ୍ୟରେ ଏହି କ୍ରୀଡ଼ା ମହାକୁମ୍ଭ ଆୟୋଜନ କରାଯାଉଛି। ସମସ୍ତ ଖେଳାଳିଙ୍କ ପାଇଁ କିଟ୍ ରେ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି। କ୍ରୀଡ଼ା ପ୍ରତିଯୋଗିତା ଯେପରି ସୁରୁଖୁରୁରେ ସମାପନ ହେବ ସେ ନେଇ ଯତ୍ନବାନ ରହିବାକୁ କିସ୍ ଓ କିଟ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କିଟ୍ କ୍ରୀଡ଼ା ବିଭାଗ ଓ ଏହାସହ ସମ୍ପୃକ୍ତ କିଟ୍ ର କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି।

The post ଆସନ୍ତାକାଲିଠୁ କିଟ୍ ରେ ଆରମ୍ଭ ହେବ କ୍ରୀଡ଼ା ମହାକୁମ୍ଭ, ଭାଗ ନେବେ ୧୫ ହଜାର ଖେଳାଳି appeared first on KNews Odisha.