ପୁଣି ଥରେ ସ୍ଥାପିତ ହେଲା ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି, ଖୋଲା ଆକାଶ ତଳେ ପଡି ରହିଥିଲା

କଟକ : ବିଳମ୍ବ ହେଉ ପଛେ ହେଲା ସ୍ଥାପିତ । ଦେଢ଼ ବର୍ଷର ବ୍ୟବଧାନ ପରେ ପୁଣି ଥରେ ସ୍ଥାପିତ ହେଲା ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି । ଖାନନଗର ପାର୍କ ଭିତରୁ ସ୍ଥାନାନ୍ତରିତ ସ୍ବର୍ଗତ ଭିକାରୀ ବଳଙ୍କ ଏକ ପ୍ରତିମୂର୍ତ୍ତିର ଅବସ୍ଥାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବିଭିନ୍ନ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏବେ ପ୍ରତିମୂର୍ତ୍ତିକୁ ଖାନନଗର ବୁରୁଜ ପାର୍କରେ ସ୍ଥାପନ କରିଛି କଟକ ମହାନଗର ନିଗମ ।  ବିକାଶ […] The post ପୁଣି ଥରେ ସ୍ଥାପିତ ହେଲା ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି, ଖୋଲା ଆକାଶ ତଳେ ପଡି ରହିଥିଲା appeared first on KNews Odisha.

ପୁଣି ଥରେ ସ୍ଥାପିତ ହେଲା ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି, ଖୋଲା ଆକାଶ ତଳେ ପଡି ରହିଥିଲା
Bhikari Bala

କଟକ : ବିଳମ୍ବ ହେଉ ପଛେ ହେଲା ସ୍ଥାପିତ । ଦେଢ଼ ବର୍ଷର ବ୍ୟବଧାନ ପରେ ପୁଣି ଥରେ ସ୍ଥାପିତ ହେଲା ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି । ଖାନନଗର ପାର୍କ ଭିତରୁ ସ୍ଥାନାନ୍ତରିତ ସ୍ବର୍ଗତ ଭିକାରୀ ବଳଙ୍କ ଏକ ପ୍ରତିମୂର୍ତ୍ତିର ଅବସ୍ଥାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବିଭିନ୍ନ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏବେ ପ୍ରତିମୂର୍ତ୍ତିକୁ ଖାନନଗର ବୁରୁଜ ପାର୍କରେ ସ୍ଥାପନ କରିଛି କଟକ ମହାନଗର ନିଗମ ।  ବିକାଶ ଭବନ ଭିତରେ ଜରି ବନ୍ଧା ହୋଇ ଏକ ପରିତ୍ୟକ୍ତ ସ୍ଥାନରେ ପଡ଼ି ରହିଥିଲା ପ୍ରତିମୂର୍ତ୍ତି ।

ନେତାଜୀ ବସ ଟର୍ମିନାଲ ନିର୍ମାଣ ପାଇଁ ଖାନନଗର ପାର୍କ ନିକଟରୁ ଏହି ପ୍ରତିମୂର୍ତ୍ତି ସ୍ଥାନାନ୍ତରିତ ହେବା ପରେ ଦେଢ଼ ବର୍ଷ ପାଖାପାଖି ଏହି ସ୍ଥାନରେ Vikari  । ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ଉଠିଥିଲା  । ପୁଣି ଖାନନଗର ବୁରୁଜ ପାର୍କ ଭିତରେ ସ୍ଥାପନ ହୋଇଛି ଏହି ପ୍ରତିମୂର୍ତ୍ତି ।

ପାର୍କର ପାରିପାର୍ଶ୍ବିକ ସ୍ଥିତି ପ୍ରତିମୂର୍ତ୍ତି ପାଇଁ ସଠିକ୍ ନୁହେଁ ବୋଲି ଭିକାରୀ ବଳ ସ୍ମୁତି କମିଟି ତଥା ପରିବାର ବର୍ଗଙ୍କ ପକ୍ଷରୁ କୁହାଯାଇଥିବା ବେଳେ, ଯେଉଁ ଅବସ୍ଥାରେ ବିକାଶ ଭବନରେ ମୂର୍ତ୍ତି ରଖା ଯାଇଥିଲା ତାହା ଅପମାନ ଜନକ ବୋଲି କହିଛନ୍ତି ଚୌଦ୍ଵାର – କଟକ ବିଧାୟକ । ଅନ୍ୟପଟେ କାହାକୁ ଅସମ୍ମାନ କିମ୍ବା ଅପମାନିତ କରାଯାଇ ନାହିଁ ବୋଲି କହିଛନ୍ତି ସିଏମସି ମେୟର ।

The post ପୁଣି ଥରେ ସ୍ଥାପିତ ହେଲା ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି, ଖୋଲା ଆକାଶ ତଳେ ପଡି ରହିଥିଲା appeared first on KNews Odisha.