ପୋଲିସ ଆଗରେ ସତ ମାନିଲା ଚତୁର ଭିକାରୀ, କହିଲା ମୋର ଅଛନ୍ତି ୩ଟି ସ୍ତ୍ରୀ କୁ ୯ଟି ପିଲା
ବେଙ୍ଗାଲୁରୁରେ ଏଭଳି ଏକରୋଚକ ଘଟଣା ସାମ୍ନାକୁ ଆସିଛି । ଯାହାକୁ ଜାଣିଲା ପରେ ପୋଲିସ ମଧ୍ୟ ହୋଇଯାଇଛି ଆଶ୍ଚର୍ଯ୍ୟ । ୩୬ ବର୍ଷୀୟ ‘ଭିକାରୀ’ଙ୍କର ଅଛନ୍ତି ୩ ଜଣ ସ୍ତ୍ରୀ । କେବଳ ସେତିକି ନୁହେଁ ତାଙ୍କର ୯ଟି ସନ୍ତାନ ବି ଅଛନ୍ତି । ଯେତେବେଳେ ପୋଲିସ ଏକ ମାମଲାରେ ଭିକାରୀକୁ ଗିରଫ କଲା ସେତେବେଳେ ପଦାକୁ ଆସିଲା ଅନେକ ରହସ୍ୟ କଥା । ହଁ ଆଜ୍ଞା । ଅଭିଯୁକ୍ତ ଭିକାରୀଙ୍କର ନାମ ହେଉଛି ବାବାଜାନ । […] The post ପୋଲିସ ଆଗରେ ସତ ମାନିଲା ଚତୁର ଭିକାରୀ, କହିଲା ମୋର ଅଛନ୍ତି ୩ଟି ସ୍ତ୍ରୀ କୁ ୯ଟି ପିଲା appeared first on KNews Odisha.

ବେଙ୍ଗାଲୁରୁରେ ଏଭଳି ଏକରୋଚକ ଘଟଣା ସାମ୍ନାକୁ ଆସିଛି । ଯାହାକୁ ଜାଣିଲା ପରେ ପୋଲିସ ମଧ୍ୟ ହୋଇଯାଇଛି ଆଶ୍ଚର୍ଯ୍ୟ । ୩୬ ବର୍ଷୀୟ ‘ଭିକାରୀ’ଙ୍କର ଅଛନ୍ତି ୩ ଜଣ ସ୍ତ୍ରୀ । କେବଳ ସେତିକି ନୁହେଁ ତାଙ୍କର ୯ଟି ସନ୍ତାନ ବି ଅଛନ୍ତି । ଯେତେବେଳେ ପୋଲିସ ଏକ ମାମଲାରେ ଭିକାରୀକୁ ଗିରଫ କଲା ସେତେବେଳେ ପଦାକୁ ଆସିଲା ଅନେକ ରହସ୍ୟ କଥା । ହଁ ଆଜ୍ଞା । ଅଭିଯୁକ୍ତ ଭିକାରୀଙ୍କର ନାମ ହେଉଛି ବାବାଜାନ ।
ତେବେ ଅଭିଯୁକ୍ତ ଜଣକ ଭିକାରୀ ବେଶରେ ରହି ପାଲଟି ଥିଲା ଚତୁର ଚୋର । ନିଜେ ଚୋରିରେ ଧୁରନ୍ଧର ଥିବା ବେଳେ ନିଜ ପିଲାଙ୍କୁ ମଧ୍ୟ ଦେଉଥିଲା ଚୋରିର ଟ୍ରେନିଙ୍ଗ । ବାପ ପୁଅ ମିଶି କରୁଥିଲେ ଚୋରି । ତେବେ ଅଭିଯୁକ୍ତ ଚୋର ଠାରୁ ପୋଲିସ ୧୮୮ ଗ୍ରାମ ସୁନା ଅଳଙ୍କାର, ୫୫୦ ଗ୍ରାମ ରୁପା ଏବଂ ନଗଦ ୧୫୦୦ ଟଙ୍କା ଜବତ କରିଛି ।
ସୂଚନା ଅନୁସାରେ ଅଭିଯୁକ୍ତ ଜଣକ ଗତ ୮ ବର୍ଷ ଧରି ଚୋରି କରି ଆସୁଥିଲା । ସେ ଜଣେ ଭିକାରୀ ପରି ଜୀବନ ଯାପନ କରୁଥିଲେ ବି ନିଜ ସ୍ତ୍ରୀମାନଙ୍କୁ ଭଲରେ ରଖିଥିଲା। ଅଭିଯୁକ୍ତ ଜଣକ କହିବା କଥା, ଭିକାରୀ ଭାବେ ପରିବାର ଚଳାଇବା କଷ୍ଟକର ଥିବାରୁ ଚୋରି କରିବା ଆରମ୍ଭ କଲା । ଯାହା ପରେ ତାର ପେସା ପାଲଟି ଗଲା ।
ବାବାଜାନ ପୋଲିସ ଆଗରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଖୁଲାସା କରିଥିଲା ନିଜ ପରିବାର ବିଷୟରେ । ତାହା ହେଉଛି ତାଙ୍କର ତିନିଟି ସ୍ତ୍ରୀ । ତିନି ପତ୍ନୀ ବେଙ୍ଗାଲୁରୁ, ଚିକ୍କାବଲ୍ଲପୁରା ଏବଂ ଶ୍ରୀରଙ୍ଗପାଟନାର ବୋଲି କହିଥିଲା । ସେ ତିନି ପତ୍ନୀଙ୍କ ସହ ଯୋଗାଯୋଗରେ ରହିଥିବା ପୋଲିସ ଆଗରେ କହିଥିଲା । ତାଙ୍କର ୯ଟି ପିଲା ଅଛନ୍ତି ଓ ସେ ସମସ୍ତଙ୍କର ଯତ୍ନ ମଧ୍ୟ ନିଏ ବୋଲି କହିଛି ।
ଅଭିଯୁକ୍ତ ଜଣକ ଚୋରି କରିବା ପାଇଁ ତାର ୧୬ ବର୍ଷର ପୁଅକୁ ମଧ୍ୟ ସାଙ୍ଗରେ ନେଉଥିଲା । ବାପ ପୁଅ ଏକାଠି ମିଶି ଅନେକ ଚୋରି କରିଥିଲେ । ଯେତେବେଳେ ବାବାଜାନ୍ ବେଙ୍ଗାଲୁରୁର ଇଲେକ୍ଟ୍ରୋନିକ୍ ସିଟି ପୋଲିସ ହାତରେ ଧରାପଡ଼ିଲା ସେତେବେଳେ ଯାଇ ସବୁ ସତ ପଦାକୁ ଆସିଲା ।
ମେ ୭ ତାରିଖରେ ବାପା-ପୁଅ ଦୁହେଁ ବେତାଦାସନପୁରା ଅଞ୍ଚଳର ୫୬ ବର୍ଷୀୟ ରୋଜାମାନ୍ନାଙ୍କ ଘରେ ଚୋରି କରିଥିଲେ । ତାଙ୍କ ଘରର ଦୁଆର ଖୋଲା ଥିଲା । ଏହି ସମୟରେ ବାବାଜାନ ତାଙ୍କ ପୁଅକୁ ସଙ୍କେତ ଦେଇଥିଲେ । ୨୦ ମିନିଟ୍ ମଧ୍ୟରେ ସେମାନେ ୪ ଲକ୍ଷ ୬୦ ହଜାର ଟଙ୍କାର ଅଳଙ୍କାର ନେଇ ପଳାଇ ଗଲେ । ତେବେ ଚୋରି ଘଟଣାଟି ସିସିଟିଭିରେ କଏଦ ହୋଇଥିଲା । ଏହି ଭିଜୁଆଲ ଜରିଆରେ ମେ ୧୩ ତାରିଖରେ ପୋଲିସ ତାଙ୍କ ଘରେ ପହଞ୍ଚିଥିଲା ।
ଥାନା ଅଧିକାରୀ ନବୀନ ଜିଏମ୍ କହିଛନ୍ତି, ଅଭିଯୁକ୍ତ ବାବାଜାନ ତାର ପୁଅକୁ ଚୋରିରେ ସାମିଲ କରିଥିଲା । ଅଭିଯୁକ୍ତ ଭାବି ନେଇଥିଲା ଯେ ତା ପୁଅର ବୟସ କମ ଥିବାରୁ ତାକୁ ଦଣ୍ଡ ଦିଆଯିବ ନାହିଁ କି ଜେଲ ପଠାଯିବ ନାହିଁ । ତେବେ ଚୋର ଘର ସବୁଦିନେ ଅନ୍ଧାର ନଥାଏ । ଆଉ ଶେଷରେ ଧରାପଡ଼ିଗଲା ବାବାଜାନ୍ । ହେଲେ ପୁଅଟିକୁ ଅବାଟରେ ନେଇ ଆହୁରି ବଡ଼ ପାପ କରିଛି ସେ ।
Also read: ଅପେରା ମଞ୍ଚରେ ଭିକାରୀ ବେଶରେ ଆସି କଳାକାରଙ୍କ ପାଇଁ ଭିକ୍ଷା ମାଗିଲେ ନିର୍ଦ୍ଦେଶକ
The post ପୋଲିସ ଆଗରେ ସତ ମାନିଲା ଚତୁର ଭିକାରୀ, କହିଲା ମୋର ଅଛନ୍ତି ୩ଟି ସ୍ତ୍ରୀ କୁ ୯ଟି ପିଲା appeared first on KNews Odisha.