କିଟ୍ ଓ କିସ୍ ପରିଦର୍ଶନ କଲେ ହାର୍ଭାର୍ଡ-ଇଣ୍ଡିଆର ୪୦ ଜଣିଆ ପ୍ରତିନିଧିମଣ୍ଡଳୀ
ଭୁବନେଶ୍ୱର : କିଟ୍ ଓ କିସ୍ ପରିଦର୍ଶନ କଲେ ହାର୍ଭାର୍ଡ-ଇଣ୍ଡିଆର ୪୦ ଜଣିଆ ପ୍ରତିନିଧିମଣ୍ଡଳୀ। ମାର୍ଚ୍ଚ ୧୦ ତାରିଖରୁ କିଟ୍ ଓ କିସ୍ ପରିଦର୍ଶନରେ ଆସିଥିବା ହାର୍ଭାର୍ଡ ଇଣ୍ଡିଆ ଟ୍ରେକ୍ ନିମନ୍ତ୍ରଣ କାର୍ଯ୍ୟକ୍ରମରେ ୪୦ ଜଣିଆ ପ୍ରତିନିଧିମଣ୍ଡଳୀ ସମସ୍ତ କାର୍ଯ୍ୟକ୍ରମ ସାରି ଫେରି ଯାଇଛନ୍ତି। ଆଜି କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ପ୍ରତିନିଧିମଣ୍ଡଳୀଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରିବା ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାରେ […] The post କିଟ୍ ଓ କିସ୍ ପରିଦର୍ଶନ କଲେ ହାର୍ଭାର୍ଡ-ଇଣ୍ଡିଆର ୪୦ ଜଣିଆ ପ୍ରତିନିଧିମଣ୍ଡଳୀ appeared first on KNews Odisha.

ଭୁବନେଶ୍ୱର : କିଟ୍ ଓ କିସ୍ ପରିଦର୍ଶନ କଲେ ହାର୍ଭାର୍ଡ-ଇଣ୍ଡିଆର ୪୦ ଜଣିଆ ପ୍ରତିନିଧିମଣ୍ଡଳୀ। ମାର୍ଚ୍ଚ ୧୦ ତାରିଖରୁ କିଟ୍ ଓ କିସ୍ ପରିଦର୍ଶନରେ ଆସିଥିବା ହାର୍ଭାର୍ଡ ଇଣ୍ଡିଆ ଟ୍ରେକ୍ ନିମନ୍ତ୍ରଣ କାର୍ଯ୍ୟକ୍ରମରେ ୪୦ ଜଣିଆ ପ୍ରତିନିଧିମଣ୍ଡଳୀ ସମସ୍ତ କାର୍ଯ୍ୟକ୍ରମ ସାରି ଫେରି ଯାଇଛନ୍ତି। ଆଜି କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ପ୍ରତିନିଧିମଣ୍ଡଳୀଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରିବା ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ।
ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାରେ ସେମାନେ ଅଭିଭୂତ ହୋଇପଡ଼ିଥିଲେ। ହାର୍ଭାଡ ଇଣ୍ଡିଆର ପ୍ରତିନିଧିମଣ୍ଡଳୀ ସମ୍ବଲପୁରୀ କୁର୍ତ୍ତା ପିନ୍ଧି ଏହାର ପ୍ରମାଣ ଦେଇଥିଲେ। କିଟ୍ ଓ କିସ୍ ପରିଦର୍ଶନରେ ଆସି କିଟ୍ର ବିଭିନ୍ନ ବିଭାଗ ଓ କିସ୍ର ବିଭିନ୍ନ ୟୁନିଟ୍ ପରିଦର୍ଶନ କରିବା ସହ ଉଭୟ କିଟ୍ ଓ କିସ୍ ଛାତ୍ରଛାତ୍ରୀଙ୍କ ସହ ଭାବର ଆଦାନ ପ୍ରଦାନ କରିଥିଲେ।
କିଟ୍ ଓ କିସ୍ ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଭାବର ଆଦାନ ପ୍ରଦାନ କରିଥିଲେ। ସେମାନେ କିଟ୍ ଓ କିସ୍ର ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ସହ ଅତିବାହିତ କରି ପାଠାଗାର ଆଦିରେ ସମୟ ଅତିବାହିତ କରିଥିଲେ। ଏହି ଦଳରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଓ ବର୍ତ୍ତମାନ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ।
ପରିଦର୍ଶନରେ ଆସିଥିବା ହାର୍ଭାର୍ଡର ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ରାଜନୀତି, ନୀତି ନିର୍ଦ୍ଧାରକ, ବ୍ୟବସାୟୀ, ଶିକ୍ଷାବିତ୍, ଆଇନ୍ ଓ ଉନ୍ନୟନ ଆଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି। ସେମାନଙ୍କ ଗସ୍ତର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତ ବିଶେଷ କରି ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ, ସାମାଜିକ-ଅର୍ଥନୈତିକ ସ୍ଥିତି ବିଷୟରେ ଜାଣିବା।
କିଟ୍ ଓ କିସ୍ ବୁଲିବା ପରେ ଏଥିରେ ଅଭିଭୂତ ହେବା ସହ ଏଭଳି ସୁନ୍ଦର ଅନୁଷ୍ଠାନ ବିଶ୍ୱରେ ବିରଳ ବୋଲି ମତ ଦେଇଛନ୍ତି। ଏଭଳି ପ୍ରୟାସ ପାଇଁ ସେମାନେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରତିନିଧିମଣ୍ଡଳୀ ଡ. ସାମନ୍ତଙ୍କ ବାସଭବନରେ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ଡ. ସାମନ୍ତଙ୍କ ଅତି ସାଧାରଣ ଜୀବନ ଶୈଳୀ ବିଷୟରେ ଜାଣିଥିଲେ। ଓଡ଼ିଶାର ଅନନ୍ୟ ପାଠାଗାର କିଟ୍ର କେନ୍ଦ୍ରୀୟ ପାଠାଗାର ଦେଖି ସେମାନେ ଖୁସି ବ୍ୟକ୍ତ କରିଥିଲେ।
The post କିଟ୍ ଓ କିସ୍ ପରିଦର୍ଶନ କଲେ ହାର୍ଭାର୍ଡ-ଇଣ୍ଡିଆର ୪୦ ଜଣିଆ ପ୍ରତିନିଧିମଣ୍ଡଳୀ appeared first on KNews Odisha.