ୱାଙ୍ଖଡେରେ ସମ୍ମାନ ବଞ୍ଚାଇବାକୁ ସଂଘର୍ଷ କରୁଛି ଭାରତ

ୱାଙ୍ଖଡେରେ ସମ୍ମାନ ବଞ୍ଚାଇବାକୁ ସଂଘର୍ଷ କରୁଛି ଭାରତ।  ନ୍ୟୁଜିଲାଣ୍ଡଠାରୁ ଦୁଇଟି ଟେଷ୍ଟ ହାରିଥିବା ଭାରତ ତୃତୀୟ ଟେଷ୍ଟ ଜିତିବାକୁ ମୈଦାକୁ ଓହ୍ଲାଇ ସାରିଛି ।  ପ୍ରଥମ ଇନିଂସରେ ଦେଖିବାକୁ ମିଲିଥିବା ଭାରତୀୟ ସ୍ପିନରଙ୍କ ଯାଦୁ। ୨୩୫ରନରେ ସରିଛି ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ । ରବୀନ୍ଦ୍ର ଜାଡେଜା ୫ଟି ୱିକେଟ ନେଇଥିବା ବେଳେ ୱାସିଂଟନ ସୁନ୍ଦର ୪ଟି ୱିକେଟ ନେଇଥିଲେ ।  ନ୍ୟୁଜିଲାଣ୍ଡ ତରଫରୁ ଡାରେଲ ମିଚେଲ ଓ ୱିଲ୍ ୟଙ୍ଗ ଅର୍ଦ୍ଧ ଶତକ କରିଥିଲେ।  ପ୍ରଥମ ଇନିଂସ […] The post ୱାଙ୍ଖଡେରେ ସମ୍ମାନ ବଞ୍ଚାଇବାକୁ ସଂଘର୍ଷ କରୁଛି ଭାରତ appeared first on KNews Odisha.

ୱାଙ୍ଖଡେରେ ସମ୍ମାନ ବଞ୍ଚାଇବାକୁ ସଂଘର୍ଷ କରୁଛି ଭାରତ
sports news

ୱାଙ୍ଖଡେରେ ସମ୍ମାନ ବଞ୍ଚାଇବାକୁ ସଂଘର୍ଷ କରୁଛି ଭାରତ।  ନ୍ୟୁଜିଲାଣ୍ଡଠାରୁ ଦୁଇଟି ଟେଷ୍ଟ ହାରିଥିବା ଭାରତ ତୃତୀୟ ଟେଷ୍ଟ ଜିତିବାକୁ ମୈଦାକୁ ଓହ୍ଲାଇ ସାରିଛି ।  ପ୍ରଥମ ଇନିଂସରେ ଦେଖିବାକୁ ମିଲିଥିବା ଭାରତୀୟ ସ୍ପିନରଙ୍କ ଯାଦୁ। ୨୩୫ରନରେ ସରିଛି ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ।

ରବୀନ୍ଦ୍ର ଜାଡେଜା ୫ଟି ୱିକେଟ ନେଇଥିବା ବେଳେ ୱାସିଂଟନ ସୁନ୍ଦର ୪ଟି ୱିକେଟ ନେଇଥିଲେ ।  ନ୍ୟୁଜିଲାଣ୍ଡ ତରଫରୁ ଡାରେଲ ମିଚେଲ ଓ ୱିଲ୍ ୟଙ୍ଗ ଅର୍ଦ୍ଧ ଶତକ କରିଥିଲେ।  ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭରୁ ଭାରତକୁ ଝଟକା ଲାଗିଛି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୪ ୱିକେଟରେ ୮୬ ରନ୍ କରିଛି ।

ପୁଣି ଥରେ ନିରାଶ କରିଛନ୍ତି ଅଧିନାୟକ ରୋହିତ ଶର୍ମା ଓ ଭେଟେରାନ ବିରାଟ କୋହଲି ।  ରୋହିତ ୧୮ ରନ୍ କରି ଆଉଟ ହୋଇଥିବା ବେଳେ ବିରାଟ ୪ ରନ କରି ରନ୍ ଆଉଟ ହୋଇଛନ୍ତି ।  ପ୍ରଥମ ଦୁଇଟି ଟେଷ୍ଟରେ ମଧ୍ୟ ଉଭୟ ଖେଳାଳିଙ୍କ ପ୍ରଦର୍ଶନ ଭଲ ନଥିଲା ।  ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ୫ଟି ଇନିଂସରେ ରୋହିତ ୭୯ ରନ୍ କରିଛନ୍ତି ।  ବିରାଟ କୋହଲି ୫ଟି ଇନିଂସରେ କରିଛନ୍ତି ୯୪ରନ୍ ।  ଉଭୟଙ୍କ ଫର୍ମ ଉପରେ ଏବେ ପ୍ରଶ୍ନ ଉଠୁଛି ।

The post ୱାଙ୍ଖଡେରେ ସମ୍ମାନ ବଞ୍ଚାଇବାକୁ ସଂଘର୍ଷ କରୁଛି ଭାରତ appeared first on KNews Odisha.