ଆମେରିକାରେ ବୃଦ୍ଧି ପାଉଛି ‘ଜକ୍ ଇଚ୍’ ସଂକ୍ରମଣ, ଜାଣନ୍ତୁ ଏହାର ଲକ୍ଷଣ

‘ଜକ୍ ଇଚ୍’ ହେଉଛି ଏକ ଫଙ୍ଗଲ ଇନଫେକ୍ସନ ବା ଚର୍ମ ସଂକ୍ରମଣ । ଏହି ଇନଫେକ୍ସନ ଆମେରିକାର ନ୍ୟୁୟର୍କରେ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ‘TMVII’ର ସ୍ୱାସ୍ଥ୍ୟ ରିପୋର୍ଟ ଅନୁସାରେ, ଏହି ସଂକ୍ରମଣ ବିଭିନ୍ନ କାରଣରୁ ହୋଇଥାଏ । ପ୍ରଥମେ ଏହି ସଂକ୍ରମଣ ଆମେରିକାରେ ଚିହ୍ନଟ ହୋଇଥିଲା । ସିଡ଼ିସିର ଏକ ନୂଆ ରିପୋର୍ଟ ଅନୁସାରେ, ୨୦୨୪ ଏପ୍ରିଲରୁ ଜୁନ ମଧ୍ୟରେ ୪ ଜଣଙ୍କଠାରେ ଏହି ସଂକ୍ରମଣ ଦେଖାଦେଇଥିଲା । ତେବେ ନ୍ୟୁୟର୍କରେ […] The post ଆମେରିକାରେ ବୃଦ୍ଧି ପାଉଛି ‘ଜକ୍ ଇଚ୍’ ସଂକ୍ରମଣ, ଜାଣନ୍ତୁ ଏହାର ଲକ୍ଷଣ appeared first on KNews Odisha.

ଆମେରିକାରେ ବୃଦ୍ଧି ପାଉଛି ‘ଜକ୍ ଇଚ୍’ ସଂକ୍ରମଣ, ଜାଣନ୍ତୁ ଏହାର ଲକ୍ଷଣ
jock itch

‘ଜକ୍ ଇଚ୍’ ହେଉଛି ଏକ ଫଙ୍ଗଲ ଇନଫେକ୍ସନ ବା ଚର୍ମ ସଂକ୍ରମଣ । ଏହି ଇନଫେକ୍ସନ ଆମେରିକାର ନ୍ୟୁୟର୍କରେ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ‘TMVII’ର ସ୍ୱାସ୍ଥ୍ୟ ରିପୋର୍ଟ ଅନୁସାରେ, ଏହି ସଂକ୍ରମଣ ବିଭିନ୍ନ କାରଣରୁ ହୋଇଥାଏ । ପ୍ରଥମେ ଏହି ସଂକ୍ରମଣ ଆମେରିକାରେ ଚିହ୍ନଟ ହୋଇଥିଲା । ସିଡ଼ିସିର ଏକ ନୂଆ ରିପୋର୍ଟ ଅନୁସାରେ, ୨୦୨୪ ଏପ୍ରିଲରୁ ଜୁନ ମଧ୍ୟରେ ୪ ଜଣଙ୍କଠାରେ ଏହି ସଂକ୍ରମଣ ଦେଖାଦେଇଥିଲା । ତେବେ ନ୍ୟୁୟର୍କରେ ରହୁଥିବା କିଛି ରୋଗୀଙ୍କଠାରେ ଶାରୀରିକ ସମ୍ପର୍କ ଯୋଗୁ ଏହି ସଂକ୍ରମଣ ବ୍ୟାପିଥିବା ଆଶଙ୍କା କରାଯାଉଛି ।

ସଂକ୍ରମିତ ଏହି ଚାରିଜଣ ପୁରୁଷଙ୍କ ବୟସ ୩୦ରୁ ୩୯ ମଧ୍ୟରେ ଥିଲା । ସେମାନଙ୍କ ମଧ୍ୟରେ ଯୌନ ସମ୍ପର୍କ ଥିବା ସୂଚନା ମିଳିଥିଲା । ତେବେ ପ୍ରଥମ ପୁରୁଷ ଓ ଚତୁର୍ଥ ପୁରୁଷଙ୍କ ମଧ୍ୟରେ ଯୌନ ସମ୍ପର୍କ ଥିଲା ତେବେ ଦ୍ଵିତୀୟ ଓ ତୃତୀୟ ପୁରୁଷଙ୍କ ‘TMVII’ ସଂକ୍ରମଣ ହୋଇଥିବା ଜଣାପଡିଥିଲା । ସେମାନଙ୍କ ମଧ୍ୟରୁ ଚତୁର୍ଥ ପୁରୁଷ ଯୌନ କର୍ମୀ ଥିଲେ । ସିଡିସି ଏକ ତଥ୍ୟରେ କହିଥିଲା କି ୨୦୨୧ରୁ ଫ୍ରାନ୍ସରେ ପୁରୁଷଙ୍କ ସହ ଯୌନ ସମ୍ପର୍କ ରଖିଥିବା ପୁରୁଷମାନଙ୍କ ମଧ୍ୟରେ ‘TMVII’ ସଂକ୍ରମଣ ବ୍ୟାପିଛି । ଏହା ପୁର୍ବରୁ ଦକ୍ଷିଣ ପୂର୍ବ ଏସିଆକୁ ଯାତ୍ରା କରିଥିବା ପୁରୁଷଙ୍କ ମଧ୍ୟରେ ସଂକ୍ରମଣ ନେଇ ସୂଚନା ମିଳିଥିଲା ।

ଏହି ଜକ୍ ଇଚ୍ ଭାଇରସ ଶରୀରରେ ଦାଗ ସୃଷ୍ଟି କରିଥାଏ । ଏହି ଦାଗଗୁଡିକୁ ଇଂରାଜୀରେ ଜକ୍ ଇଚ୍ ବୋଲି କୁହାଯାଏ । ଏହା ଶରୀରରେ ଜଙ୍ଘ, କାଖ, ଅଣ୍ଟା ତଳେ ଦେଖାଦେଇଥାଏ । ଏହି ଭାଇରସ୍ ସଂସ୍ପର୍ଶରେ ଆସିଲେ ଚର୍ମର ରଙ୍ଗ ଲାଲ, ବାଦାମୀ ଓ କଳା ହୋଇଯାଇଥାଏ, ଯାହାକି ଚର୍ମ ସଂକ୍ରମଣର ଲକ୍ଷଣ ହୋଇପାରେ । ଏହା ଶରୀରର ଗରମ ଜାଗାରେ ବିକଶିତ ହୋଇଥାଏ । ଏହି ସଂକ୍ରମଣ ଦ୍ଵାରା ଶରୀରର ସେହି ସ୍ଥାନଗୁଡ଼ିକ କୁଣ୍ଡେଇ ହୋଇଥାଏ । ଏହାର ଚିକିତ୍ସା ଘରେ ହେଇପାରିବ ନାହିଁ । ଶରୀରରୁ ଝାଳ ବାହାରୁଥିବା ସ୍ଥାନରେ ଏହି ଇନଫେକ୍ସନ ହୋଇଥାଏ ।

ଶରୀରର ଯେଉଁ ସ୍ଥାନ କୁଣ୍ଡେଇ ହୋଇଥାଏ, ସେଠାରେ ଗୋଲାକାର ଚିହ୍ନ ପଡ଼ିଯାଏ । ଏହି ଅବସ୍ଥାକୁ ‘ଟାଇନା କ୍ୟୁରିସ’ ବୋଲି କୁହାଯାଏ । ଏହି ଇନଫେକ୍ସନ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ଅଧିକ ମାତ୍ରାରେ ହୋଇଥାଏ । ଏହା ହେବା ଦ୍ୱାରା ଶରୀର ଜଳାପୋଡ଼ା ହୁଏ । ଧୀରେ ଧୀରେ ଏହା ପୂରା ଶରୀରକୁ ବ୍ୟାପିଯାଇଥାଏ ଏବଂ ଏହି ସ୍ଥାନରୁ ଚର୍ମ ଉଠିଯାଏ । ଆଣ୍ଟି ଫଙ୍ଗଲ କ୍ରିମ ଓ ପାଉଡରକୁ ସପ୍ତାହରେ ୨ରୁ ୪ ଥର ବ୍ୟବହାର କଲେ ଏହି ସଂକ୍ରମଣରୁ ରକ୍ଷା ମିଳିପାରିବ ।

The post ଆମେରିକାରେ ବୃଦ୍ଧି ପାଉଛି ‘ଜକ୍ ଇଚ୍’ ସଂକ୍ରମଣ, ଜାଣନ୍ତୁ ଏହାର ଲକ୍ଷଣ appeared first on KNews Odisha.