ଅଧୁରା କାମ ପୂରା କରିବାକୁ ଆଗାମୀ ବିଶ୍ୱକପ ଖେଳିବେ ରୋହିତ: ଅଷ୍ଟ୍ରେଲିଆ ଖେଳାଳିଙ୍କ ବଡ଼ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୧୨।୩: ନ୍ୟଜିଲାଣ୍ଡ ବିପକ୍ଷରେ ରବିବାର ଭାରତ ଚାମ୍ପିୟନ୍ସ ଟ୍ରଫି ଜିତିଛି। ଯାହାପରେ ଅନେକ ପ୍ରଶ୍ନର ଉତ୍ତର ମିଳିଯାଇଛି। ଏହି ଉତ୍ତରଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା ରୋହିତ ଶର୍ମାଙ୍କ ଅବସର ଉପରେ। ହିଟ୍ମ୍ୟାନ ନିଜେ କହିଛନ୍ତି ଯେ ସେ ଏବେ ଅବସର ନେଉନାହାଁନ୍ତି ଏବଂ ଏ ବିଷୟରେ ଗୁଜବ ବନ୍ଦ ହେବା ଉଚିତ୍। ତେବେ କ’ଣ ରୋହିତ ଶର୍ମା ପରବର୍ତ୍ତୀ ବିଶ୍ୱକପ ମଧ୍ୟ ଖେଳିବେ? ଭାରତୀୟ ଅଧିନାୟକ ଏହି ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦେଇନାହାଁନ୍ତି କିନ୍ତୁ ରିକି ପଣ୍ଟିଂ […] The post ଅଧୁରା କାମ ପୂରା କରିବାକୁ ଆଗାମୀ ବିଶ୍ୱକପ ଖେଳିବେ ରୋହିତ: ଅଷ୍ଟ୍ରେଲିଆ ଖେଳାଳିଙ୍କ ବଡ଼ ଭବିଷ୍ୟବାଣୀ appeared first on Dharitri Odia News.
ନୂଆଦିଲ୍ଲୀ,୧୨।୩: ନ୍ୟଜିଲାଣ୍ଡ ବିପକ୍ଷରେ ରବିବାର ଭାରତ ଚାମ୍ପିୟନ୍ସ ଟ୍ରଫି ଜିତିଛି। ଯାହାପରେ ଅନେକ ପ୍ରଶ୍ନର ଉତ୍ତର ମିଳିଯାଇଛି। ଏହି ଉତ୍ତରଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା ରୋହିତ ଶର୍ମାଙ୍କ ଅବସର ଉପରେ। ହିଟ୍ମ୍ୟାନ ନିଜେ କହିଛନ୍ତି ଯେ ସେ ଏବେ ଅବସର ନେଉନାହାଁନ୍ତି ଏବଂ ଏ ବିଷୟରେ ଗୁଜବ ବନ୍ଦ ହେବା ଉଚିତ୍। ତେବେ କ’ଣ ରୋହିତ ଶର୍ମା ପରବର୍ତ୍ତୀ ବିଶ୍ୱକପ ମଧ୍ୟ ଖେଳିବେ? ଭାରତୀୟ ଅଧିନାୟକ ଏହି ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦେଇନାହାଁନ୍ତି କିନ୍ତୁ ରିକି ପଣ୍ଟିଂ ବିଶ୍ୱାସ କରନ୍ତି ଯେ ରୋହିତଙ୍କୁ ୨୦୨୭ ବିଶ୍ୱକପରେ ଖେଳିବାର ଦେଖାଯାଇପାରେ।
ଅଧିନାୟକ ଭାବରେ ଅଷ୍ଟ୍ରେଲିଆକୁ ବିଶ୍ୱକପ ବିଜୟୀ କରାଇଥିବା ରିକି ପଣ୍ଟିଂ କହିଛନ୍ତି ଯେ ରୋହିତ ଶର୍ମା ଏବେ ବି ଚମତ୍କାର ଖେଳୁଛନ୍ତି। ସେ ତାଙ୍କର ଅସମାପ୍ତ କାମକୁ ସମାପ୍ତ କରିବାକୁ ଚାହାଁନ୍ତି ଏବଂ ଏହା ତାଙ୍କୁ ୨୦୨୭ ବିଶ୍ୱକପ ପର୍ଯ୍ୟନ୍ତ ଭାରତର ଅଧିନାୟକ ହେବାକୁ ପ୍ରେରଣା ଦେଇପାରେ। ଏହି ବିଶ୍ୱକପ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମ୍ବିଆରେ ଆୟୋଜନ କରାଯିବ। ରୋହିତ ଶର୍ମା ଭାରତର ଅଧିନାୟକତ୍ୱ ସମୟରେ ଦିନିକିଆ ବିଶ୍ୱକପ ବ୍ୟତୀତ ସମସ୍ତ ଆଇସିସି ଟାଇଟଲ ଜିତିଛନ୍ତି। ରୋହିତଙ୍କ ଅଧିନାୟକତ୍ୱରେ ଭାରତ ୨୦୨୩ ଦିନିିଆ ବିଶ୍ୱକପର ଫାଇନାଲରେ ପହଞ୍ଚିଥିଲା କିନ୍ତୁ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା।
ରିକି ପଣ୍ଟିଂ ବିଶ୍ୱାସ କରନ୍ତି ଯେ ରୋହିତ ଶର୍ମା ତାଙ୍କ ଭବିଷ୍ୟତ ଲକ୍ଷ୍ୟ ବିଷୟରେ ବହୁତ ସ୍ପଷ୍ଟ। ICC ସମୀକ୍ଷା ବିଷୟରେ କଥାବାର୍ତ୍ତା କରି ସେ କହିଛନ୍ତି, ଏକ ସମୟ ଆସେ ଯେତେବେଳେ ଆପଣ ଆପଣଙ୍କ କ୍ୟାରିୟରର ସେହି ସ୍ଥାନରେ ପହଞ୍ଚିଯାଆନ୍ତି ଯେତେବେଳେ ସମସ୍ତେ ଆପଣଙ୍କ ଅବସର ପାଇଁ ଅପେକ୍ଷା କରିଥାଆନ୍ତି। ପଣ୍ଟିଂ କହିଛନ୍ତି ଯେ ସେ ଅନୁଭବ କରନ୍ତି ଯେ ରୋହିତ ଶର୍ମାଙ୍କ ମନରେ ନିଶ୍ଚିତ ଭାବରେ ଆଗାମୀ ବିଶ୍ୱକପ (୨୦୨୭) ଖେଳିବାର ଲକ୍ଷ୍ୟ ରହିଛି।
The post ଅଧୁରା କାମ ପୂରା କରିବାକୁ ଆଗାମୀ ବିଶ୍ୱକପ ଖେଳିବେ ରୋହିତ: ଅଷ୍ଟ୍ରେଲିଆ ଖେଳାଳିଙ୍କ ବଡ଼ ଭବିଷ୍ୟବାଣୀ appeared first on Dharitri Odia News.