୬ଟି ଆସନରେ ଜିତିଲେ ବି ଏହି ରାଜ୍ୟରେ ଭାଜପା ଗଢିବ ସରକାର
ନୂଆଦିଲ୍ଲୀ,୨।୬: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଶେଷ ହେବା ପରେ ଫଳାଫଳ ୪ଜୁନ ରେ ଆସିବ। ଏହାପୂର୍ବରୁ ଏକଜିଟ ପୋଲ ଫଳାଫଳ ଭାଜପାର ବିଜୟ ଦର୍ଶାଇଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ପୁଣି ଥରେ ଏନଡିଏ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରୁଥିବା ଜଣାପଡିଛି। ଏହା ବ୍ୟତୀତ ଅରୁଣାଚଳ ପ୍ରଦେଶର ନିର୍ବାଚନ ଫଳାଫଳ ପରେ ଭାଜପା ସରକାର ଗଠନ କରିବ। ସେହିଭଳି ଆନ୍ଧ୍ରପ୍ରଦେଶରେ ମଧ୍ୟ ଏନଡିଏ ସରକାର ଗଠନ ହୋଇଥିବା ଜଣାପଡିଛି। ଇଣ୍ଡିଆ ଟୁଡେ-ଆକ୍ସିସ […] The post ୬ଟି ଆସନରେ ଜିତିଲେ ବି ଏହି ରାଜ୍ୟରେ ଭାଜପା ଗଢିବ ସରକାର appeared first on Dharitri Odia News.
ନୂଆଦିଲ୍ଲୀ,୨।୬: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଶେଷ ହେବା ପରେ ଫଳାଫଳ ୪ଜୁନ ରେ ଆସିବ। ଏହାପୂର୍ବରୁ ଏକଜିଟ ପୋଲ ଫଳାଫଳ ଭାଜପାର ବିଜୟ ଦର୍ଶାଇଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ପୁଣି ଥରେ ଏନଡିଏ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରୁଥିବା ଜଣାପଡିଛି। ଏହା ବ୍ୟତୀତ ଅରୁଣାଚଳ ପ୍ରଦେଶର ନିର୍ବାଚନ ଫଳାଫଳ ପରେ ଭାଜପା ସରକାର ଗଠନ କରିବ। ସେହିଭଳି ଆନ୍ଧ୍ରପ୍ରଦେଶରେ ମଧ୍ୟ ଏନଡିଏ ସରକାର ଗଠନ ହୋଇଥିବା ଜଣାପଡିଛି।
ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ଏକଜିଟ ପୋଲ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ପାଇଁ ଏକ ବୃହତ ବିଜୟର ପୂର୍ବାନୁମାନ କରିଛି ଏବଂ ଏହି ମିଳିତ ମଞ୍ଚ ୧୭୫ଟି ମଧ୍ୟରୁ ୯୮-୧୨୦ ଟି ଆସନ ଜିତିବ ବୋଲି ଆଶା କରାଯାଉଛି। ଭାଜପା ବ୍ୟତୀତ ଏନଡିଏରେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବଂ ପୱନ କଲ୍ୟାଣଙ୍କ ଜନସେନା ପାର୍ଟି (ଜେଏସପି) ଅନ୍ତର୍ଭୁକ୍ତ।
The post ୬ଟି ଆସନରେ ଜିତିଲେ ବି ଏହି ରାଜ୍ୟରେ ଭାଜପା ଗଢିବ ସରକାର appeared first on Dharitri Odia News.