ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ ପାରି ମେଡିକାଲ ଶୌଚାଳୟରେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। ମୃତ ମହିଳା ଜଣକ ହେଲେ ନୟାଗଡ଼ ଓଡ଼ଗାଁର ଲଳିତା ପଢ଼ିହାରୀ(୪୪)। ମଙ୍ଗଳାବାଗ ଥାନା ପୋଲିସ ମଙ୍ଗଳବାର ସନ୍ଧ୍ୟାରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଏସ୍‌ସିବି ମେଡିକାଲର ଶବ ସଂରକ୍ଷଣ ଗୃହକୁ ପଠାଇଥିବା ଜଣାଯାଇଛି। ପୋଲିସ ସୂଚନା ଅନୁଯାୟୀ, ନୟାଗଡ଼ […] The post ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା appeared first on Dharitri Odia News.

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ ପାରି ମେଡିକାଲ ଶୌଚାଳୟରେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। ମୃତ ମହିଳା ଜଣକ ହେଲେ ନୟାଗଡ଼ ଓଡ଼ଗାଁର ଲଳିତା ପଢ଼ିହାରୀ(୪୪)। ମଙ୍ଗଳାବାଗ ଥାନା ପୋଲିସ ମଙ୍ଗଳବାର ସନ୍ଧ୍ୟାରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଏସ୍‌ସିବି ମେଡିକାଲର ଶବ ସଂରକ୍ଷଣ ଗୃହକୁ ପଠାଇଥିବା ଜଣାଯାଇଛି।

ପୋଲିସ ସୂଚନା ଅନୁଯାୟୀ, ନୟାଗଡ଼ ଓଡ଼ଗାଁର ପଦ୍ମନାଭ ପଢ଼ିହାରୀଙ୍କ ପତ୍ନୀ ଲଳିତା ଦୀର୍ଘ ଦିନ ଧରି ଯକୃତ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ସେ ବିଭିନ୍ନ ଡାକ୍ତରଖାନାରେ ପୂର୍ବରୁ ଚିକିତ୍ସିତ ହେଉଥିଲେ। ସେ ପେଟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମ ଥର ପାଇଁ ମଙ୍ଗଳବାର ପୂର୍ବାହ୍ଣ ପ୍ରାୟ ୧୦ଟା ବେଳେ ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିଲେ। ତାଙ୍କ ସ୍ବାମୀ ଓ ଭଉଣୀ ମଧ୍ୟ ତାଙ୍କ ସହ ଆସିଥିଲେ। ତାଙ୍କୁ କର୍କଟ ରୋଗ ପ୍ରତିଷ୍ଠାନର ଜରୁରିକାଳିନ ଓ୍ବାର୍ଡରେ ପ୍ରଥମେ ଭର୍ତ୍ତି କରାଯାଇଥିଲା। ପୁଣି ସାରେ ଡାକ୍ତର ତାଙ୍କୁ କର୍କଟ ଓ୍ବାର୍ଡକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ସା ପ୍ରାୟ ୬ଟା ବେଳେ ସେ ଶୌଚ ଯିବାକୁ କହି ଶୌଚାଳୟକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ଧରି ସେ ଶୌଚାଳୟରୁ ଫେରିନଥିଲେ। ଫେରିବା ଡେରି ହେବାରୁ ଶୌଚାଳୟ କବାଟି ଭାଙ୍ଗି ଦେଖିବାରୁ ସେ ବେକରେ ନିଜ ପିନ୍ଧା ଲୁଗା ବାନ୍ଧି ଝୁଲିପଡ଼ିଥିବା ଦେଖିବାକୁ ମିଳିଥିଲା। ମଙ୍ଗଳାବାଗ ଥାନା ପୋଲିସକୁ ଅବଗତ କରାଯାଇଥିଲା। ପୋଲିସ ସେଠାରେ ପହଞ୍ଚତ୍ ଶବ ଉଦ୍ଧାର କରିଥିଲା। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

The post ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା appeared first on Dharitri Odia News.