ବନ୍ୟଜନ୍ତୁ ଶିକାରୀ ସୁରେଶ ଶବର ହତ୍ୟା ଘଟଣା: ୧୦ ଦିନ ପରେ ବି ପୋଲିସର ହାତ ଖାଲି
ଦେବଗଡ଼,୧୧।୫(ଶଶାଙ୍କ ଶେଖର ଝାଙ୍କର): ଏପ୍ରିଲ ୩୦ରେ ରାତିରେ ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ମର୍ହା ଗ୍ରାମରେ ଘଟିଥିବା ବହୁ ଚର୍ଚ୍ଚିତ ବନ୍ୟଜନ୍ତୁ ଶିକାରୀ ସୁରେଶ ଶବର(୫୯) ହତ୍ୟା ଘଟଣାର ଇତିମଧ୍ୟରେ ୯ ଦିନ ବିତିଯାଇଛି । ମାତ୍ର ଏବେ ବି ପୋଲିସର ହାତ ଖାଲି ରହିଥିବାରୁ ପୋଲିସର ତଦନ୍ତ ପ୍ରକ୍ରିୟା ଓ କାର୍ଯ୍ୟଦକ୍ଷତା ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ, ମର୍ହା ଗ୍ରାମର କୁଖ୍ୟାତ ଜନ୍ତୁ ଶିକାରୀ ସୁରେଶ ଶବର ଗତ […] The post ବନ୍ୟଜନ୍ତୁ ଶିକାରୀ ସୁରେଶ ଶବର ହତ୍ୟା ଘଟଣା: ୧୦ ଦିନ ପରେ ବି ପୋଲିସର ହାତ ଖାଲି appeared first on Dharitri Odia News.
ଦେବଗଡ଼,୧୧।୫(ଶଶାଙ୍କ ଶେଖର ଝାଙ୍କର): ଏପ୍ରିଲ ୩୦ରେ ରାତିରେ ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ମର୍ହା ଗ୍ରାମରେ ଘଟିଥିବା ବହୁ ଚର୍ଚ୍ଚିତ ବନ୍ୟଜନ୍ତୁ ଶିକାରୀ ସୁରେଶ ଶବର(୫୯) ହତ୍ୟା ଘଟଣାର ଇତିମଧ୍ୟରେ ୯ ଦିନ ବିତିଯାଇଛି । ମାତ୍ର ଏବେ ବି ପୋଲିସର ହାତ ଖାଲି ରହିଥିବାରୁ ପୋଲିସର ତଦନ୍ତ ପ୍ରକ୍ରିୟା ଓ କାର୍ଯ୍ୟଦକ୍ଷତା ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୂଚନାଯୋଗ୍ୟ, ମର୍ହା ଗ୍ରାମର କୁଖ୍ୟାତ ଜନ୍ତୁ ଶିକାରୀ ସୁରେଶ ଶବର ଗତ ୩ ତାରିଖ ରାତିରେ ଘରୋଇ କାମ ପାଇଁ ଶ୍ରମିକ ଯୋଗାଡ କରିବାକୁ ପ୍ରାୟ ୨ କି.ମି. ଦୂରବର୍ତ୍ତି ଔତଳ ଗ୍ରାମକୁ ଯାଇଥିଲେ। ମାତ୍ର ସକାଳ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଗାଁ ଠାରୁ କିଛି ଦୂରରେ ଥିବା ଏକ ନାଳରେ ଚାବି ଲାଗିଥିବା ଅବସ୍ତାରେ ସୁରେଶଙ୍କ ବାଇକଟି ପଡିଥିବା ଦେଖିବାକୁ ପାଇଥିଲେ ହେଁ ସୁରେଶଙ୍କର କୌଣସି ସନ୍ଧାନ ମିଳି ନ ଥିଲା । ଫଳରେ ପରିବାର ଲୋକଙ୍କ ମନକୁ ପାପ ଛୁଇଁବା ସହ ପୂର୍ବରୁ ସୁରେଶଙ୍କ ବିରୋଧରେ ବନ୍ୟଜନ୍ତୁ ଶିକାର ସମେତ ଏକାଧିକ ମାମଲା ରହିଥିବାରୁ ତାଙ୍କୁ ପୋଲିସ ଡାକି ନେଇଥିବା ଆଶଙ୍କାରେ ସୁରେଶଙ୍କ ସ୍ତ୍ରୀ, ପୁଅ ଏବଂ ଭଉଣୀ ଏହା ପରଦିନ ଅର୍ଥାତ ୧ ତାରିଖ ପୂର୍ବାହ୍ନରେ ବାରକୋଟ ଥାନାକୁ ଯାଇ ପଚାରିଥିଲେ। ମାତ୍ର ପୋଲିସ ସୁରେଶଙ୍କୁ ଡାକି ନ ଥିବା ସ୍ପଷ୍ଟ କରିବାସହ ସୁରେଶଙ୍କ ନିଖୋଜ ସମ୍ପର୍କରେ ସୁରେଶଙ୍କ ଫାଇଲ ଫଟୋ ସହିତ ଲିଖିତ ଏତଲା ଦେବାକୁ ପରାମର୍ଶ ଦେଇଥିଲେ। ଏହି ସମୟରେ ମର୍ହା ଗ୍ରାମର କେତେକ ଶିଶୁ ନିକଟସ୍ଥ ପୋଖରୀ ରାସ୍ତାରେ ରକ୍ତ ପଡିଥିବା ଏବଂ ଡ୍ରେନରେ ସୁରେଶଙ୍କ କ୍ଷତାକ୍ତ ମୃତଦେହ ପଡିଥିବା ଦେଖି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ ।
ସୂଚନାପାଇ ସୁରେଶଙ୍କ ସ୍ତ୍ରୀ, ପୁଅ ଏବଂ ଭଉଣୀ ପୋଲିସ ଟିମ ସହିତ ଘଟଣସ୍ଥଳରେ ପହଞ୍ଚିଥିଲେ ଓ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ସୁରେଶଙ୍କ ତଣ୍ଟି କଟାଯାଇଥିବା ଓ ମୁଣ୍ଡରେ ମଧ୍ୟ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଜଣାପଡିଥିଲା । ସେହିପରି ହତ୍ୟା ପରେ ପ୍ରମାଣ ଲୁଚାଇବା ଉଦ୍ଦେଶ୍ୟରେ ହତ୍ୟାକାରୀ ସୁରେଶଙ୍କ ବାଇକକୁ ଅନ୍ୟତ୍ର ଫିଙ୍ଗି ଦେଇଥିବା ପାରିପାର୍ଶ୍ୱିକ ପରିସ୍ଥିତିରୁ ଜଣାପଡିଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କ ଗ୍ରାମର ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ସୁରେଶଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ୨ ତାରିଖ ସାଇଣ୍ଟିଫିକ୍ଟିମ୍ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ଘଟଣାର ଅଧିକ ତଦନ୍ତ କରିଥିଲା। ଏଥିସହ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।
ଏଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିଲା । ମାତ୍ର ଇତିମଧ୍ୟରେ ଏହି ଘଟଣାର ଦୀର୍ଘ ୧୦ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହତ୍ୟାକାରୀକୁ ଧରିବାରେ ସଫଳ ହୋଇ ନ ଥିବାରୁ ସୁରେଶଙ୍କ ପରିବାର ଏବଂ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଥିସହ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ଘଟଣାରେ ହସ୍ତକ୍ଷେପ କରି ହତ୍ୟାକାରୀକୁ ଗିରଫ କରିବାକୁ ସାଧାରଣରେ ଦାବି ହେଉଛି ।
The post ବନ୍ୟଜନ୍ତୁ ଶିକାରୀ ସୁରେଶ ଶବର ହତ୍ୟା ଘଟଣା: ୧୦ ଦିନ ପରେ ବି ପୋଲିସର ହାତ ଖାଲି appeared first on Dharitri Odia News.