ପାଟଣା ରେଞ୍ଜରେ ପକ୍ଷୀଗଣନା ଆରମ୍ଭ : ଗତବର୍ଷ ତୁଳନାରେ…

ପାଟଣା,୧୮।୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ଶନିବାର ଠାରୁ ପକ୍ଷୀଗଣନା ଆରମ୍ଭ ହୋଇଛି। ରେଞ୍ଜର ଖିରେଇଟାଙ୍ଗିରି ସେକ୍ସନର ବଡ଼ବନ୍ଧ ଏବଂ ରାଜନଗର ନିକଟ ବୈତରଣୀ ନଦୀର ଚଢେଇକୁଦୁର ଘାଟରେ ପକ୍ଷୀ ଗଣନା କାର୍ଯ୍ୟରେ ୨ଟି ଟିମ୍‌ରେ ୧୦ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ପାଟଣା ରେଞ୍ଜର ବନ ବିହାରୀ ସର୍ଦାରଙ୍କ ନେତୃତ୍ୱରେ ପକ୍ଷୀ ଗଣନା କାର୍ଯ୍ୟ ଚାଲିଥିବା ବେଳେ ଚଢେଇ କୁଦରକୁ ୫୧୫ ଲେସର ହ୍ବିଷ୍ଟିଙ୍ଗ ଡକ( ହଂସ ଜାତୀୟ ପକ୍ଷୀ)ଙ୍କ ଆଗମନ ହୋଇଛି। ଗତବର୍ଷ […] The post ପାଟଣା ରେଞ୍ଜରେ ପକ୍ଷୀଗଣନା ଆରମ୍ଭ : ଗତବର୍ଷ ତୁଳନାରେ… appeared first on Dharitri Odia News.

ପାଟଣା ରେଞ୍ଜରେ ପକ୍ଷୀଗଣନା ଆରମ୍ଭ : ଗତବର୍ଷ ତୁଳନାରେ…

ପାଟଣା,୧୮।୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ଶନିବାର ଠାରୁ ପକ୍ଷୀଗଣନା ଆରମ୍ଭ ହୋଇଛି। ରେଞ୍ଜର ଖିରେଇଟାଙ୍ଗିରି ସେକ୍ସନର ବଡ଼ବନ୍ଧ ଏବଂ ରାଜନଗର ନିକଟ ବୈତରଣୀ ନଦୀର ଚଢେଇକୁଦୁର ଘାଟରେ ପକ୍ଷୀ ଗଣନା କାର୍ଯ୍ୟରେ ୨ଟି ଟିମ୍‌ରେ ୧୦ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ପାଟଣା ରେଞ୍ଜର ବନ ବିହାରୀ ସର୍ଦାରଙ୍କ ନେତୃତ୍ୱରେ ପକ୍ଷୀ ଗଣନା କାର୍ଯ୍ୟ ଚାଲିଥିବା ବେଳେ ଚଢେଇ କୁଦରକୁ ୫୧୫ ଲେସର ହ୍ବିଷ୍ଟିଙ୍ଗ ଡକ( ହଂସ ଜାତୀୟ ପକ୍ଷୀ)ଙ୍କ ଆଗମନ ହୋଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ କମ ସଂଖ୍ୟକ ପକ୍ଷୀଙ୍କ ଆଗମନ ହୋଇଥିବା ରେଞ୍ଜର ବନ ବିହାରି ସର୍ଦ୍ଦାର କହିଛନ୍ତି। ପାଟଣା ରେଞ୍ଜ ପକ୍ଷରୁ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ବିଶେଷ ପଦକ୍ଷେପ ନିଆଯିବ ବୋଲି ରେଞ୍ଜର ସର୍ଦାର କହିଛନ୍ତି ।

The post ପାଟଣା ରେଞ୍ଜରେ ପକ୍ଷୀଗଣନା ଆରମ୍ଭ : ଗତବର୍ଷ ତୁଳନାରେ… appeared first on Dharitri Odia News.