ଛାଡପତ୍ର ଗୁଜବ ଭିତରେ ଭୂକମ୍ପ ସୃଷ୍ଟି କଲା ଅଭିଷେକଙ୍କ ପୋଷ୍ଟ! କହିଲେ ଆଇ ୱାଣ୍ଟ ଟୁ ଟକ୍‌…

ମୁମ୍ବାଇ: ବଚ୍ଚନ ପରିବାର କିଛିଦିନ ହେବ ଛାଡପତ୍ର ଗୁଜବ କାରଣକୁ ଚର୍ଚ୍ଚାରେ ରହି ଆସିଛନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ମତାନ୍ତର ଠାରୁ ଆରମ୍ଭ କରି ନିମ୍ରତ କୌରଙ୍କ ସହ ତାଙ୍କ ସମ୍ପକକୁ ନେଇ ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ଲାଇମଲାଇଟକୁ ଆସିଛନ୍ତି। ଏସବୁ ମଧ୍ୟରେ ଯାହାକୁ ନେଇ ଅଧିକ ଚର୍ଚ୍ଚା ହେଉଛି ତାହା ହେଉଛି ଅଭିଷେକଙ୍କ ପୋଷ୍ଟ। ଅଭିଷେକ ପୋଷ୍ଟରେ ଏମିତି କିଛି ଲେଖିଛନ୍ତି ଯାହାକୁ ନେଇ ଛାଡପତ୍ର ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି। […] The post ଛାଡପତ୍ର ଗୁଜବ ଭିତରେ ଭୂକମ୍ପ ସୃଷ୍ଟି କଲା ଅଭିଷେକଙ୍କ ପୋଷ୍ଟ! କହିଲେ ଆଇ ୱାଣ୍ଟ ଟୁ ଟକ୍‌… appeared first on Dharitri Odia News.

ଛାଡପତ୍ର ଗୁଜବ ଭିତରେ ଭୂକମ୍ପ ସୃଷ୍ଟି କଲା ଅଭିଷେକଙ୍କ ପୋଷ୍ଟ! କହିଲେ ଆଇ ୱାଣ୍ଟ ଟୁ ଟକ୍‌…

ମୁମ୍ବାଇ: ବଚ୍ଚନ ପରିବାର କିଛିଦିନ ହେବ ଛାଡପତ୍ର ଗୁଜବ କାରଣକୁ ଚର୍ଚ୍ଚାରେ ରହି ଆସିଛନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ମତାନ୍ତର ଠାରୁ ଆରମ୍ଭ କରି ନିମ୍ରତ କୌରଙ୍କ ସହ ତାଙ୍କ ସମ୍ପକକୁ ନେଇ ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ଲାଇମଲାଇଟକୁ ଆସିଛନ୍ତି। ଏସବୁ ମଧ୍ୟରେ ଯାହାକୁ ନେଇ ଅଧିକ ଚର୍ଚ୍ଚା ହେଉଛି ତାହା ହେଉଛି ଅଭିଷେକଙ୍କ ପୋଷ୍ଟ। ଅଭିଷେକ ପୋଷ୍ଟରେ ଏମିତି କିଛି ଲେଖିଛନ୍ତି ଯାହାକୁ ନେଇ ଛାଡପତ୍ର ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି। ଅଭି ଲେଖିଛନ୍ତି, ଆଇ ୱାଣ୍ଟ ଟୁ ଟକ୍‌…ବହୁତ କିଛି କହିବାକୁ ଅଛ। ଅଭିଙ୍କ ଏହି ଲେଖା କାହାକୁ ଇଙ୍ଗିତ କରୁଛି? ଏହାକୁ ନେଇ ପୁରା ଫ୍ୟାନ୍ସ ତାଜୁବ କରି ଦେଇଛନ୍ତି। ତେବେ ଜାଣନ୍ତୁ ପୋଷ୍ଟ ପଛର କାରଣ କ’ଣ।

 

View this post on Instagram

 

A post shared by Abhishek Bachchan (@bachchan)

ଅଭିଷେକ ବଚ୍ଚନଙ୍କ ନିକଟରେ ସେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ଅଭିଷେକ ତାଙ୍କର ଆଗାମୀ ଫିଲ୍ମ ‘ଆଇ ୱାଣ୍ଟ ଟୁ ଟକ୍‌’ର ରିଲିଜ ତାରିଖ ଘୋଷଣା କରିଛନ୍ତି। ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ଶେୟାର କରି ଅଭିଷେକ କ୍ୟାପସନରେ ଲେଖିଛନ୍ତି, ‘ବହୁତ କିଛି କହିବାକୁ ଅଛି, କିନ୍ତୁ ଏକ ଚଳଚ୍ଚିତ୍ର ହଜାର ହଜାର ଶବ୍ଦ କହିଥାଏ। #IWantToTalk ନଭେମ୍ବର ୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।

The post ଛାଡପତ୍ର ଗୁଜବ ଭିତରେ ଭୂକମ୍ପ ସୃଷ୍ଟି କଲା ଅଭିଷେକଙ୍କ ପୋଷ୍ଟ! କହିଲେ ଆଇ ୱାଣ୍ଟ ଟୁ ଟକ୍‌… appeared first on Dharitri Odia News.