Googleର ବଡ଼ ନିଷ୍ପତ୍ତି! Gmailରେ ଲଗ୍ଇନ୍ ଲାଗି ଆସିବ QR-Code ବ୍ୟବସ୍ଥା, SMS ଜରିଆରେ ଭେରିଫିକେଶନ୍ ବନ୍ଦ
ନୂଆଦିଲ୍ଲୀ,୨୬।୨: ଗୁଗୁଲ୍ ଏହାର ଇମେଲ୍ ସେବା Gmailକୁ ଅଧିକ ସୁରକ୍ଷିତ କରିବା ଲାଗି ଲଗାତାର ନୂଆ ଫିଚର୍ସ ଲଞ୍ଚ କରୁଛି। ଏବେ କମ୍ପାନୀ Text Based password ବଦଳରେ ଏକ ନୂଆ ଭେରିଫିକେଶନ ସିଷ୍ଟମ ଆଣିପାରେ। Google ଏବେ ଜିମେଲ୍ରେ QR code ଦେବା ଲାଗି SMS ଅଥେଣ୍ଟିଫିକେଶନ କୋଡ୍ ବ୍ୟବସ୍ଥାକୁ ସମାପ୍ତ କରିପାରେ। CNETକୁ ଦେଇଥିବା ଏକ ବୟାନରେ ଗୁଗୁଲ୍ର ସୁରକ୍ଷା ମୁଖ୍ୟ Ross Richendrfer ଏହି ପରିବର୍ତ୍ତନ ନେଇ ସ୍ପଷ୍ଟ କରିଛନ୍ତି। ଆଗାମୀ ଦିନରେ […] The post Googleର ବଡ଼ ନିଷ୍ପତ୍ତି! Gmailରେ ଲଗ୍ଇନ୍ ଲାଗି ଆସିବ QR-Code ବ୍ୟବସ୍ଥା, SMS ଜରିଆରେ ଭେରିଫିକେଶନ୍ ବନ୍ଦ appeared first on Dharitri Odia News.
ନୂଆଦିଲ୍ଲୀ,୨୬।୨: ଗୁଗୁଲ୍ ଏହାର ଇମେଲ୍ ସେବା Gmailକୁ ଅଧିକ ସୁରକ୍ଷିତ କରିବା ଲାଗି ଲଗାତାର ନୂଆ ଫିଚର୍ସ ଲଞ୍ଚ କରୁଛି। ଏବେ କମ୍ପାନୀ Text Based password ବଦଳରେ ଏକ ନୂଆ ଭେରିଫିକେଶନ ସିଷ୍ଟମ ଆଣିପାରେ। Google ଏବେ ଜିମେଲ୍ରେ QR code ଦେବା ଲାଗି SMS ଅଥେଣ୍ଟିଫିକେଶନ କୋଡ୍ ବ୍ୟବସ୍ଥାକୁ ସମାପ୍ତ କରିପାରେ।
CNETକୁ ଦେଇଥିବା ଏକ ବୟାନରେ ଗୁଗୁଲ୍ର ସୁରକ୍ଷା ମୁଖ୍ୟ Ross Richendrfer ଏହି ପରିବର୍ତ୍ତନ ନେଇ ସ୍ପଷ୍ଟ କରିଛନ୍ତି। ଆଗାମୀ ଦିନରେ କମ୍ପାନୀ ବ୍ୟବହାରକାରୀଙ୍କଠାରୁ ଫୋନ୍ ନମ୍ବର ଫେରିଫାଇ କରିବା ଲାଗି QR code ସ୍କାନ କରିବାକୁ କହିବ।
କହିରଖୁଛୁ ଯେ, ଅନ୍ଲାଇନ୍ ଠକେଇ କରିବା ଲାଗି ଠକମାନେ ବେଶ ଚାଲାକ ଭାବେ ସିମ୍ ସ୍ବାପିଂ ଏବଂ ଟ୍ରାଫିକ୍ ପମ୍ପିଂର ବ୍ୟବହାର କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗୁଗୁଲ୍ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି। ତେବେ ପ୍ରଥମ କମ୍ପାନୀ ଭାବେ ଗୁଗୁଲ୍ SMS Based Authentificationକୁ ସମାପ୍ତ କରୁନାହିଁ। ଗତ କିଛି ବର୍ଷ ମଧ୍ୟରେ ଏକ୍ସ, ସିଗ୍ନାଲ, ଆପଲ୍ ଏବଂ ମାଇକ୍ରୋସଫ୍ଟ ଅଧିକ ସୁରକ୍ଷିତ ଅପ୍ଶନ୍ ଲାଗି ଏହି ବ୍ୟବସ୍ଥାକୁ ସମାପ୍ତ କରିଛନ୍ତି।
The post Googleର ବଡ଼ ନିଷ୍ପତ୍ତି! Gmailରେ ଲଗ୍ଇନ୍ ଲାଗି ଆସିବ QR-Code ବ୍ୟବସ୍ଥା, SMS ଜରିଆରେ ଭେରିଫିକେଶନ୍ ବନ୍ଦ appeared first on Dharitri Odia News.