ଶେଷରେ ଭାରତ ଆଗରେ ମୁଣ୍ଡ ନୁଆଁଇଲା ଆମେରିକା

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୦।୫: : ଖଲିସ୍ତାନୀ ନେତା ଗୁରପତଓ୍ବନ୍ତ ସିଂ ପନ୍ନୁ ହତ୍ୟା ଉଦ୍ୟମ ପଛରେ ନୂଆଦିଲ୍ଲୀ ସମ୍ପୃକ୍ତ ଥିବା ଅଭିଯୋଗର ନିର୍ଭରଯୋଗ୍ୟ ପ୍ରମାଣ ଆମେରିକା ଏପର୍ଯ୍ୟନ୍ତ ଦେଇ ନ ଥିବାବେଳେ ଭାରତର ଧର୍ମୀୟ ସ୍ବାଧୀନତା ଉପରେ ୟୁକ୍ତରାଷ୍ଟ୍ରର ରିପୋର୍ଟ ନିରାଧାର ବୋଲି ରୁଷିଆ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ମାରିଆ ଜାଖାରୋଭା କହିଛନ୍ତି। ଭାରତର ଜାତୀୟ ମାନସିକତା ଏବଂ ଇତିହାସ ସମ୍ପର୍କରେ ଆମେରିକା ପାଖରେ ବୁଝାମଣାର ଅଭାବ ରହିଥିବାରୁ ଏଭଳି ଭିତ୍ତିହୀନ ରିପୋର୍ଟ ପ୍ରକାଶ କରୁଥିବା ଜାଖାରୋଭା ମତ ଦେଇଛନ୍ତି। […] The post ଶେଷରେ ଭାରତ ଆଗରେ ମୁଣ୍ଡ ନୁଆଁଇଲା ଆମେରିକା appeared first on Dharitri Odia News.

ଶେଷରେ ଭାରତ ଆଗରେ ମୁଣ୍ଡ ନୁଆଁଇଲା ଆମେରିକା

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୦।୫: : ଖଲିସ୍ତାନୀ ନେତା ଗୁରପତଓ୍ବନ୍ତ ସିଂ ପନ୍ନୁ ହତ୍ୟା ଉଦ୍ୟମ ପଛରେ ନୂଆଦିଲ୍ଲୀ ସମ୍ପୃକ୍ତ ଥିବା ଅଭିଯୋଗର ନିର୍ଭରଯୋଗ୍ୟ ପ୍ରମାଣ ଆମେରିକା ଏପର୍ଯ୍ୟନ୍ତ ଦେଇ ନ ଥିବାବେଳେ ଭାରତର ଧର୍ମୀୟ ସ୍ବାଧୀନତା ଉପରେ ୟୁକ୍ତରାଷ୍ଟ୍ରର ରିପୋର୍ଟ ନିରାଧାର ବୋଲି ରୁଷିଆ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ମାରିଆ ଜାଖାରୋଭା କହିଛନ୍ତି। ଭାରତର ଜାତୀୟ ମାନସିକତା ଏବଂ ଇତିହାସ ସମ୍ପର୍କରେ ଆମେରିକା ପାଖରେ ବୁଝାମଣାର ଅଭାବ ରହିଥିବାରୁ ଏଭଳି ଭିତ୍ତିହୀନ ରିପୋର୍ଟ ପ୍ରକାଶ କରୁଥିବା ଜାଖାରୋଭା ମତ ଦେଇଛନ୍ତି। ଏହି ମାମଲାରେ ଭାରତକୁ ରୁଷିଆର ସମର୍ଥନ ପରେ ଆମେରିକା ନିଜ ମତ ବଦଳାଇଛି।
ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟ୍ଟୀ କହିଛନ୍ତ, ଗୁରପତଓ୍ବନ୍ତ ସିଂ ପନ୍ନୁଙ୍କୁ ହତ୍ୟା ଷଡଯନ୍ତ୍ରରେ ବେଇଡେନ ପ୍ରଶାସନ ଭାରତର ଉତ୍ତରଦାୟିତ୍ୱରେ ସନ୍ତୁଷ୍ଟ। ରୁଷିଆ ବୈଦେଶିକ ମନ୍ତ୍ରଣାଳୟ ଅଭିଯୋଗ ପରେ ଏରିକ ଏହା କହିଛନ୍ତି।
ଆମେରିକାର ଥିଙ୍କ ଟ୍ୟାଙ୍କ ‘କାଉନସିଲ ଅଫ ଫରେନ୍‌ ରିଲେସନ୍‌’ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏରିକ ଗାରସେଟ୍ଟୀ କହିଛନ୍ତି, ଯେତେବେଳେ ଦୁଇ ଦେଶ ସମ୍ପର୍କର ଉତ୍ଥାନ-ପତନ ବିଷୟରେ କଥା ଆସିବ ତେବେ ଏହା ଆମର ସମ୍ପର୍କର ପ୍ରଥମ ବଡ ଲଢେଇ। ଆମେ ବର୍ତ୍ତମାନ ପର୍ଯ୍ୟନ୍ତ କରିଥିବା ଦାବିରେ ଭାରତର ଉତ୍ତରଦାୟିତ୍ୱରେ ବାଡେନ ସରକାର ସନ୍ତୁଷ୍ଟ ଅଛନ୍ତି। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, ଆମେରିକୀୟ ମାଟିରେ ଜଣେ ଆମେରିକୀୟ ନାଗରିକଙ୍କୁ ହତ୍ୟା କରିବାର କୌଣସି ପ୍ରୟାସ ଆମେରିକା ପାଇଁ ଏକ ରେଡ୍‌ ଲାଇନ୍‌।
ସୂଚନାଯୋଗ୍ୟ ଯେ, ଖାଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂ ପନ୍ନୁଙ୍କ ଆମେରିକା ଏବଂ କାନାଡାର ଦ୍ୱୈତ ନାଗରିକତା ରହିଛି। ସେ ପ୍ରାୟତଃ ଭାରତ ବିରୋଧରେ ମନ୍ତବ୍ୟ ଦିଅନ୍ତି। ନିକଟରେ ଆମେରିକା ଦାବି କରିଛି, ଆମେରିକାରେ ପନ୍ନୁଙ୍କୁ ହତ୍ୟା କରିବା ପାଇଁ ଭାରତ ଏକ ଷଡଯନ୍ତ୍ର ରଚିଛି। ଏହି ମାମଲାରେ ଚେକ ଗଣତନ୍ତ୍ରରେ ଭାରତୀୟ ନାଗରିକ ନିଖିଲ ଗୁପ୍ତାଙ୍କୁ ଗିରଫ କରାଯାଇଥିଲା। ନିଖିଲ ଗୁପ୍ତାଙ୍କୁ ଜଣେ ଭାରତୀୟ ସରକାରୀ ଅଧିକାରୀ ପନ୍ନୁଙ୍କୁ ହତ୍ୟା କରିବାର ଦାୟିତ୍ୱ ଦେଇଥିଲେ। ଏଥିପାଇଁ ନିଖିଲ ଗୁପ୍ତା ଆମେରିକାରେ ନିଯୁକ୍ତ ହତ୍ୟାକାରୀଙ୍କ ସହ ପନ୍ନୁଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ। ତେବେ ଆମେରିକାର ଡକ୍ୟୁମେଣ୍ଟରେ ଭାରତ ସରକାରୀ ଅଧିକାରୀଙ୍କ ନାମ ପ୍ରକାଶ କରାଯାଇ ନାହିଁ।

The post ଶେଷରେ ଭାରତ ଆଗରେ ମୁଣ୍ଡ ନୁଆଁଇଲା ଆମେରିକା appeared first on Dharitri Odia News.