ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ ମହିଳାଙ୍କ ଶନିବାର ମୃତ୍ୟୁ ଘଟିଛି। ପଣ୍ଡିତରା ସାହିର ଅନୁସାୟା ସାହୁ (୭୦) କେତେଜଣ ମହିଳାଙ୍କ ସହିତ ଠାକୁରାଣୀ ମନ୍ଦିରକୁ ଦର୍ଶନ କରିବା ପାଇଁ ଯାଇଥିଲେ। ଦର୍ଶନ କରୁଥିବା ବେଳେ ହଠାତ ମନ୍ଦିର ଦୀପର ନିଆଁ ଶାଢୀରେ ଲାଗିଯାଇଥିଲା। ଫଳରେ ଦୁଇ ଗୋଡ଼ ପୋଡ଼ିଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ଚିକିଟି […] The post ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ appeared first on Dharitri Odia News.

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ ମହିଳାଙ୍କ ଶନିବାର ମୃତ୍ୟୁ ଘଟିଛି। ପଣ୍ଡିତରା ସାହିର ଅନୁସାୟା ସାହୁ (୭୦) କେତେଜଣ ମହିଳାଙ୍କ ସହିତ ଠାକୁରାଣୀ ମନ୍ଦିରକୁ ଦର୍ଶନ କରିବା ପାଇଁ ଯାଇଥିଲେ। ଦର୍ଶନ କରୁଥିବା ବେଳେ ହଠାତ ମନ୍ଦିର ଦୀପର ନିଆଁ ଶାଢୀରେ ଲାଗିଯାଇଥିଲା। ଫଳରେ ଦୁଇ ଗୋଡ଼ ପୋଡ଼ିଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ଚିକିଟି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ବ୍ରହ୍ମପୁର ବଡମେଡିକାଲ ଏବଂ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାରେ ଅଗ୍ରଗତି ନ ଘଟିବାରୁ ଘରକୁ ପଳାଇ ଆସିଥିଲେ। ଶନିବାର ତାଙ୍କର ମୃତ୍ୟ ଘଟିଥିବା ଜଣାପଡିଛି।

The post ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ appeared first on Dharitri Odia News.