ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ୍
ଢାକା, ୧୭/୯ : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ବାଂଲାଦେଶ କୋର୍ଟ ଆଜି ଆରେଷ୍ଟ ୱାରେଣ୍ଟ୍ ଜାରି କରିଛନ୍ତି। ବାଂଲାଦେଶରେ ଗତ ଅଗଷ୍ଟ ମାସରେ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ପରେ କ୍ଷମତାଚ୍ୟୁତ ହୋଇଥିବା ହସିନା ଦେଶ ଛାଡ଼ି ଭାରତ ପଳାଇ ଆସିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଗିରଫ କରିବାପାଇଁ ଆଜି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୧୮ ତାରିଖରେ ହସିନା କୋର୍ଟରେ ହାଜର ହେବାପାଇଁ ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବୁନାଲ୍ର ମୁଖ୍ୟ ପ୍ରୋସିକ୍ୟୁଟର […]

ଢାକା, ୧୭/୯ : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ବାଂଲାଦେଶ କୋର୍ଟ ଆଜି ଆରେଷ୍ଟ ୱାରେଣ୍ଟ୍ ଜାରି କରିଛନ୍ତି। ବାଂଲାଦେଶରେ ଗତ ଅଗଷ୍ଟ ମାସରେ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ପରେ କ୍ଷମତାଚ୍ୟୁତ ହୋଇଥିବା ହସିନା ଦେଶ ଛାଡ଼ି ଭାରତ ପଳାଇ ଆସିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଗିରଫ କରିବାପାଇଁ ଆଜି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୧୮ ତାରିଖରେ ହସିନା କୋର୍ଟରେ ହାଜର ହେବାପାଇଁ ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବୁନାଲ୍ର ମୁଖ୍ୟ ପ୍ରୋସିକ୍ୟୁଟର ତଜୁଲ ମହମ୍ମଦ ତଜୁଲ ଇସଲାମ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ହସିନା ଦେଶ ଛାଡ଼ି ଭାରତ ଚାଲି ଆସିଛନ୍ତି ଏବଂ ତାଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳୁନାହିଁ। ମାନବିକତା ବିରୋଧରେ ଅପରାଧ ଅଭିଯୋଗରେ ହସିନାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ୍ ଜାରି ହୋଇଛି। ହସିନାଙ୍କ ୧୫ ବର୍ଷର ଶାସନରେ ବ୍ୟାପକ ମାନବ ଅଧିକାର ଅବମାନାନା ହୋଇଥିବା ଅଭିଯୋଗ ରହିଛି। ରାଜନୈତିକ ବିରୋଧୀଙ୍କୁ ଗଣ ଅଟକ ଏବଂ ବେଆଇନ ହତ୍ୟା ସମେତ ତାଙ୍କ ଶାସନ ସମୟରେ ବ୍ୟାପର ମାନବାଧିକାର ଅବମାନନା ହୋଇଥିବା ଅଭିଯୋଗ ହୋଇଛି।