ଟ୍ରମ୍ଫଙ୍କ ପାଇଁ ପାଣିଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି ମସ୍କ
ଓ୍ବାଶିଂଟନ,୨୫।୧୦: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଲିୟନେୟାର ଏଲୋନ ମସ୍କ ଖୋଲାଖୋଲି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରୁଛନ୍ତି। ଟ୍ରମ୍ପଙ୍କ ସମର୍ଥନରେ ସେ ନିରନ୍ତର ରାଲି ମଧ୍ୟ କରୁଛନ୍ତି। ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାରେ ମସ୍କ ଦ୍ୱିତୀୟ ବୃହତ୍ତମ ବ୍ୟକ୍ତି ହୋଇପାରିଛି। ଏପର୍ଯ୍ୟନ୍ତ ସେ ପ୍ରାୟ ୧୨୦ ନିୟୁତ ଡଲାର ଅର୍ଥାତ୍ ୧୦,୦୮,୮୨,୩୮,୪୫୬ ଟଙ୍କା ଦାନ କରିଛନ୍ତି। ତେବେ ଟ୍ରମ୍ପଙ୍କୁ ମସ୍କ ଏହି ଦାନ ଦେଇନାହାଁନ୍ତି। ଏହାକୁ ସୁପର PAC କୁ ଦେଇଛନ୍ତି, ଯାହା […] The post ଟ୍ରମ୍ଫଙ୍କ ପାଇଁ ପାଣିଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି ମସ୍କ appeared first on Dharitri Odia News.
ଓ୍ବାଶିଂଟନ,୨୫।୧୦: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଲିୟନେୟାର ଏଲୋନ ମସ୍କ ଖୋଲାଖୋଲି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରୁଛନ୍ତି। ଟ୍ରମ୍ପଙ୍କ ସମର୍ଥନରେ ସେ ନିରନ୍ତର ରାଲି ମଧ୍ୟ କରୁଛନ୍ତି। ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାରେ ମସ୍କ ଦ୍ୱିତୀୟ ବୃହତ୍ତମ ବ୍ୟକ୍ତି ହୋଇପାରିଛି।
ଏପର୍ଯ୍ୟନ୍ତ ସେ ପ୍ରାୟ ୧୨୦ ନିୟୁତ ଡଲାର ଅର୍ଥାତ୍ ୧୦,୦୮,୮୨,୩୮,୪୫୬ ଟଙ୍କା ଦାନ କରିଛନ୍ତି। ତେବେ ଟ୍ରମ୍ପଙ୍କୁ ମସ୍କ ଏହି ଦାନ ଦେଇନାହାଁନ୍ତି। ଏହାକୁ ସୁପର PAC କୁ ଦେଇଛନ୍ତି, ଯାହା ଟ୍ରମ୍ପଙ୍କ ନିର୍ବାଚନରେ ସାହାଯ୍ୟ କରିଛି। ସୂଚନାଯୋଗ୍ୟ, ଗୁରୁବାର ସା ସୁଦ୍ଧା ଫୋର୍ବସ ମସ୍କର ନିଟ ମୂଲ୍ୟ ୨୬୯.୮ ବିଲିୟନ ଡ଼ଲାର୍ କରିଛି। ବର୍ତ୍ତମାନ ସେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି।
ଏପର୍ଯ୍ୟନ୍ତ ସେ ପ୍ରାୟ ୧୨୦ ନିୟୁତ ଡଲାର ଅର୍ଥାତ୍ ୧୦,୦୮,୮୨,୩୮,୪୫୬ ଟଙ୍କା ଦାନ କରିଛନ୍ତି। ତେବେ ଟ୍ରମ୍ପଙ୍କୁ ମସ୍କ ଏହି ଦାନ ଦେଇନାହାଁନ୍ତି। ଏହାକୁ ସୁପର ପିଏସିକୁ ଦେଇଛନ୍ତି, ଯାହା ଟ୍ରମ୍ପଙ୍କ ନିର୍ବାଚନରେ ସାହାଯ୍ୟ କରିଛି। ସୂଚନାଯୋଗ୍ୟ, ଗୁରୁବାର ସା ସୁଦ୍ଧା ଫୋର୍ବସ ମସ୍କର ନିଟ ମୂଲ୍ୟ ୨୬୯.୮ ବିଲିୟନ ଡ଼ଲାର୍ କରିଛି। ବର୍ତ୍ତମାନ ସେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି।
ଅକ୍ଟୋବର ୧ ରୁ ୧୬ ପର୍ଯ୍ୟନ୍ତ ମସ୍କ ଆମେରିକାର ପିଏସିକୁ ୪୩.୬ ମିଲିୟନ ଡଲାର ଦାନ କରିଥିଲେ। ଏହା ବ୍ୟତୀତ ନିକଟରେ ମସ୍କ ପ୍ରତିଦିନ ଜଣେ ଭାଗ୍ୟଶାଳୀ ଭୋଟରଙ୍କୁ ୮କୋଟିରୁ ଅଧିକ ଟଙ୍କା ଦେବାକୁ ଘୋଷଣା କରିଛି। କିନ୍ତୁ ସେମାନେ ଏହି ପ୍ରସଙ୍ଗରେ ଅଟକି ରହିଥିବା ଜଣାପଡିଛି। ତାଙ୍କ ବିରୋଧରେ ଆଇନଗତ ତଦନ୍ତ ଆରମ୍ଭ ହୋଇଛି।
ଆମେରିକୀୟ ବିଶେଷଜ୍ଞଙ୍କ ଅନୁଯାୟୀ ମସ୍କଙ୍କ ଘୋଷଣା ଆଇନର ଉଲ୍ଲଂଘନ ଅଟେ। ଆମେରିକାର ନିୟମ ଅନୁଯାୟୀ, ଭୋଟ କିମ୍ବା ପଞ୍ଜୀକରଣ ବଦଳରେ କାହାକୁ ଉପହାର କିମ୍ବା ଟଙ୍କା ଦେବାକୁ ଉତ୍ସାହିତ କରାଯାଇପାରିବ ନାହିଁ। ଏହି ସମୟରେ ଜଷ୍ଟିସ ବିଭାଗ ମଧ୍ୟ ଆମେରିକା ପିଏସିକୁ ଏକ ଚିଠି ଲେଖିଛି। ଏଥିରେ କୁହାଯାଇଛି ଯେ ଏହି ଘୋଷଣା ଫେଡେରାଲ ଆଇନର ଉଲ୍ଲଂଘନ ଅଟେ। ଯଦି ଦୋଷୀ ସାବ୍ୟସ୍ତ ହୁଏ, ତେବେ ଏହି ଦଣ୍ଡ ୧୦,୦୦୦ ଡଲାର ପର୍ଯ୍ୟନ୍ତ ଜରିମାନା କିମ୍ବା ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ। ଏହି ଚେତାବନୀ ପରେ ମସ୍କ ବୁଧବାର ମସ୍କ ତାଙ୍କର ଦୈନିକ ଉପହାର ବିଜେତାଙ୍କ ନାମ ଘୋଷଣା କରି ନାହାଁନ୍ତି।
The post ଟ୍ରମ୍ଫଙ୍କ ପାଇଁ ପାଣିଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି ମସ୍କ appeared first on Dharitri Odia News.