ଅରମାନ ଏବଂ ଦୁଇ ପତ୍ନୀଙ୍କ ଜୀବନ ପ୍ରତି ବିପଦ? କହିଲେ- ବନ୍ଧୁକର ଲାଇସେନ୍ସ ଦିଅ…

ମୁମ୍ବାଇ: ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସମାଲୋଚିତ ହୋଇଆସିଛନ୍ତି ୟୁଟ୍ୟୁବର ଅରମାନ ମଲିକ। ଦୁଇ ପତ୍ନୀଙ୍କ ସହ ତାଙ୍କର ସଂସାର ଚର୍ଚ୍ଚାରେ ରହିଥାଏ। ସେମାନେ ବ୍ଲଗ୍‌ କରିବା ସହ ବିଗ୍‌ ବସ୍‌ ଓଟିଟିରେ ନଜର ଆସିଥିଲେ। ଏବେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ତାଙ୍କୁ ଏବଂ ତାଙ୍କ ପରିବାରର ଜୀବନ ପ୍ରତି ବିପଦ ଥିବା କହିଛନ୍ତି। ଏମିତିରେ ୟୁଟ୍ୟୁବର ପୋଲିସଠାରୁ ବନ୍ଧୁକର ଲାଇସେନ୍ସ ଲାଗି ଦାବି କରିଛନ୍ତି। ଅରମାନ ପୋଷ୍ଟରେ କହିଛନ୍ତି, ଗତ କିଛି […] The post ଅରମାନ ଏବଂ ଦୁଇ ପତ୍ନୀଙ୍କ ଜୀବନ ପ୍ରତି ବିପଦ? କହିଲେ- ବନ୍ଧୁକର ଲାଇସେନ୍ସ ଦିଅ… appeared first on Dharitri Odia News.

ଅରମାନ ଏବଂ ଦୁଇ ପତ୍ନୀଙ୍କ ଜୀବନ ପ୍ରତି ବିପଦ? କହିଲେ- ବନ୍ଧୁକର ଲାଇସେନ୍ସ ଦିଅ…

ମୁମ୍ବାଇ: ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସମାଲୋଚିତ ହୋଇଆସିଛନ୍ତି ୟୁଟ୍ୟୁବର ଅରମାନ ମଲିକ। ଦୁଇ ପତ୍ନୀଙ୍କ ସହ ତାଙ୍କର ସଂସାର ଚର୍ଚ୍ଚାରେ ରହିଥାଏ। ସେମାନେ ବ୍ଲଗ୍‌ କରିବା ସହ ବିଗ୍‌ ବସ୍‌ ଓଟିଟିରେ ନଜର ଆସିଥିଲେ। ଏବେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ତାଙ୍କୁ ଏବଂ ତାଙ୍କ ପରିବାରର ଜୀବନ ପ୍ରତି ବିପଦ ଥିବା କହିଛନ୍ତି। ଏମିତିରେ ୟୁଟ୍ୟୁବର ପୋଲିସଠାରୁ ବନ୍ଧୁକର ଲାଇସେନ୍ସ ଲାଗି ଦାବି କରିଛନ୍ତି।

ଅରମାନ ପୋଷ୍ଟରେ କହିଛନ୍ତି, ଗତ କିଛି ସମୟ ଧରି ମୋତେ ଲଗାତାର ଭାବେ ଧମକ ମିଳୁଛି। ମୋତେ ଏବଂ ମୋ ପରିବାରକୁ କ୍ଷତି ପହଞ୍ଚାଇବେ ବୋଲି କହୁଛନ୍ତି। ଏସବୁ ସତ୍ତ୍ୱେ ଆଇନ ବ୍ୟବସ୍ଥା ଉପରେ ମୋର ବିଶ୍ୱାସ ରହିଛି। ମୁଁ ଅଭିଯୋଗ କରିଛି, ଚିଠି ପଠାଇଛି, ସହାୟତା ମାଗିଛି। ହେଲେ ଏବେ ବି ବିପଦ ପୂର୍ବଭଳି ରହିଛି। ସୁରକ୍ଷା ଲାଗି ବନ୍ଧୁକ ରଖିବାର ଲାଇସେନ୍ସ ଦାବି କରିଥିଲି। ହେଲେ ମୋ’ ଉପରେ ମାମଲା ଚାଲିଥିବା କହି ରିଜେକ୍ଟ କରିଦିଆଯାଉଛି। ଏହା ମିଛ, କୋର୍ଟରେ କେସ୍‌ ଚାଲିଛି।

The post ଅରମାନ ଏବଂ ଦୁଇ ପତ୍ନୀଙ୍କ ଜୀବନ ପ୍ରତି ବିପଦ? କହିଲେ- ବନ୍ଧୁକର ଲାଇସେନ୍ସ ଦିଅ… appeared first on Dharitri Odia News.