ପ୍ରତି ଭାଷଣରେ ମହିଳା ସଶକ୍ତିକରଣ କଥା କହୁଥିଲେ ନବୀନ, କିନ୍ତୁ ...

ଗତ ୨୪ ବର୍ଷରେ ରାଜ୍ୟରେ ମହିଳା ବିରୋଧୀ ଅପରାଧ ବଢ଼ିଛି। କିନ୍ତୁ ଦଣ୍ଡବିଧାନ କମ୍ ରହିଛି। NCRB ରିପୋର୍ଟ ଆଧାରରେ ଦଣ୍ଡ ବିଧାନ ହାର ରହିଛି ମାତ୍ର ୯.୩%, ଯାହା ଲଜ୍ଜାଜନକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ପ୍ରତି ଭାଷଣରେ ମହିଳା ସଶକ୍ତିକରଣ କଥା କହୁଥିଲେ ନବୀନ, କିନ୍ତୁ ...

ମହିଳା ବିରୋଧୀ ହିଂସା କ୍ଷେତ୍ରରେ ଦଣ୍ଡବିଧାନ ହାର ନେଇ ପୂର୍ବ ସରକାରଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଭାରତୀୟ ନ୍ୟାୟ ସଂହିତା ଜାଗୃତିକରଣ କାର୍ଯ୍ୟକ୍ରମରେ ପୂର୍ବ ସରକାରଏବଂ ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ କଲେ ସମାଲୋଚନା । କହିଲେ  NCRB ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନ ହାର ମାତ୍ର ୯.୩ ପ୍ରତିଶତ ।  ୨୪ ବର୍ଷ ଧରି ଶାସନ କରିଥିବା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୃହ ବିଭାଗ ଥିଲେ ବି ଏଭଳି ଲଜ୍ଜାଜନକ ସ୍ଥିତି ବାବଦରେ ଜାଣି ପାରିନଥିଲେ।