ଘାଟିରେ ଓଲଟି ପଡ଼ିଲା ପିକ୍ଅପ୍
ଦାରିଙ୍ଗବାଡ଼ି,୩ା୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ଗାଜଲବାଡ଼ି ଘାଟିରେ ଏକ ଧାନ କୁଣ୍ଡା ବୋଝେଇ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣା ଘଟି ଜଣେ ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ହେଲେ ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଗ୍ରାମର ବିଦ୍ୟାଧର ସାହୁ। ତାଙ୍କର ଛାତିରେ ଆଘାତ ଲାଗିଛି। ପ୍ରକାଶ ଯେ, ସିମନବାଡ଼ିରୁ କୁଣ୍ଡା ବୋଝେଇ କରି ବ୍ରହ୍ମପୁର ବିକ୍ରି କରିବା ଉଦ୍ଦେଶ୍ୟରେ ଯାଉଥିଲେ। ଜାତୀୟ ରାଜପଥର ଗାଜଲବାଡ଼ି ଘାଟିର ରାସକିଯୋଡ଼ି ନିକଟ ବୁଲାଣି ରାସ୍ତାରେ ଭ୍ୟାନ୍ର ବ୍ରେକ୍ ଫେଲ୍ ହୋଇଥିଲା। ତେବେ ଚାଳକଙ୍କ […] The post ଘାଟିରେ ଓଲଟି ପଡ଼ିଲା ପିକ୍ଅପ୍ appeared first on Dharitri Odia News.
ଦାରିଙ୍ଗବାଡ଼ି,୩ା୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ଗାଜଲବାଡ଼ି ଘାଟିରେ ଏକ ଧାନ କୁଣ୍ଡା ବୋଝେଇ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣା ଘଟି ଜଣେ ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ହେଲେ ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଗ୍ରାମର ବିଦ୍ୟାଧର ସାହୁ। ତାଙ୍କର ଛାତିରେ ଆଘାତ ଲାଗିଛି। ପ୍ରକାଶ ଯେ, ସିମନବାଡ଼ିରୁ କୁଣ୍ଡା ବୋଝେଇ କରି ବ୍ରହ୍ମପୁର ବିକ୍ରି କରିବା ଉଦ୍ଦେଶ୍ୟରେ ଯାଉଥିଲେ। ଜାତୀୟ ରାଜପଥର ଗାଜଲବାଡ଼ି ଘାଟିର ରାସକିଯୋଡ଼ି ନିକଟ ବୁଲାଣି ରାସ୍ତାରେ ଭ୍ୟାନ୍ର ବ୍ରେକ୍ ଫେଲ୍ ହୋଇଥିଲା। ତେବେ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସେ ଘାଟିର ଖାଲ ବଦଳରେ ଚାଳକଙ୍କ ଡାହାଣ ପଟେ ଥିବା ପାହାଡ଼ରେ ଧକ୍କା ଦେଇଥିଲେ ଫଳରେ ଭ୍ୟାନ୍ଟି ସେଠାରେ ଓଲଟିଥିଲା। ବାମ ପଟେ ଅକାତକାତ ଖାଲ ଥିବାରୁ ବଡ଼ ବିପତ୍ତିରୁ ସୁରକ୍ଷା ମିଳିଛି। ସେହି ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀ ସୁନୀଲ ବିନ୍ଧାଣି ଓ ଅନ୍ୟମାନେ ଆମ୍ବୁଲାନ୍ସ ଡକାଇ ବିଦ୍ୟାଧରଙ୍କୁ ଦାରିଙ୍ଗବାଡ଼ିି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି।
The post ଘାଟିରେ ଓଲଟି ପଡ଼ିଲା ପିକ୍ଅପ୍ appeared first on Dharitri Odia News.