ଭୁବନେଶ୍ୱରରେ ସ୍କୋଡାର ଇଣ୍ଡିଆ ଡ୍ରିମ୍‌ ଟୁର୍‌ ଟିମ୍‌

ଭୁବନେଶ୍ୱର,୩୦।୧୨: ସ୍କୋଡା ଅଟୋ ଇଣ୍ଡିଆର ନୂତନ ଅଭିଯାନ ‘ଇଣ୍ଡିଆ ଡ୍ରିମ୍‌ ଟୁର୍‌’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ସର୍ବଭାରତୀୟ କାର୍ଯ୍ୟକ୍ରମ ବ୍ରାଣ୍ଡ୍‌ର ନୂତନ ମଡେଲ ‘ସ୍କୋଡା କ୍ୟାଲାକ’ର ପ୍ରଚାର ଓ ପ୍ରସାର ସାଙ୍ଗକୁ ମଡେଲର ଆଭିମୁଖ୍ୟ ଓ ବିଶେଷତ୍ୱ ସମ୍ପର୍କରେ ଅବଗତ କରାଉଛନ୍ତି। ଏପରିକି ନିକଟରେ ବ୍ରାଣ୍ଡ୍‌ର ଅଭିଯାନ ଟିମ୍‌ (ସ୍କୋଡାର ଇଣ୍ଡିଆ ଡ୍ରିମ୍‌ ଟୁର୍‌ ଟିମ୍‌) ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଟ୍ରିନିଟି ସ୍କୋଡା ପ୍ରତାପନଗରୀ କଟକ (ଡିଏମପିଏଲ) ପକ୍ଷରୁ ରବିବାର […] The post ଭୁବନେଶ୍ୱରରେ ସ୍କୋଡାର ଇଣ୍ଡିଆ ଡ୍ରିମ୍‌ ଟୁର୍‌ ଟିମ୍‌ appeared first on Dharitri Odia News.

ଭୁବନେଶ୍ୱରରେ ସ୍କୋଡାର ଇଣ୍ଡିଆ ଡ୍ରିମ୍‌ ଟୁର୍‌ ଟିମ୍‌

ଭୁବନେଶ୍ୱର,୩୦।୧୨: ସ୍କୋଡା ଅଟୋ ଇଣ୍ଡିଆର ନୂତନ ଅଭିଯାନ ‘ଇଣ୍ଡିଆ ଡ୍ରିମ୍‌ ଟୁର୍‌’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ସର୍ବଭାରତୀୟ କାର୍ଯ୍ୟକ୍ରମ ବ୍ରାଣ୍ଡ୍‌ର ନୂତନ ମଡେଲ ‘ସ୍କୋଡା କ୍ୟାଲାକ’ର ପ୍ରଚାର ଓ ପ୍ରସାର ସାଙ୍ଗକୁ ମଡେଲର ଆଭିମୁଖ୍ୟ ଓ ବିଶେଷତ୍ୱ ସମ୍ପର୍କରେ ଅବଗତ କରାଉଛନ୍ତି। ଏପରିକି ନିକଟରେ ବ୍ରାଣ୍ଡ୍‌ର ଅଭିଯାନ ଟିମ୍‌ (ସ୍କୋଡାର ଇଣ୍ଡିଆ ଡ୍ରିମ୍‌ ଟୁର୍‌ ଟିମ୍‌) ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଟ୍ରିନିଟି ସ୍କୋଡା ପ୍ରତାପନଗରୀ କଟକ (ଡିଏମପିଏଲ) ପକ୍ଷରୁ ରବିବାର ଏକ ସ୍ବତନ୍ତ୍ର ଅନାବରଣ ଓ ସ୍ବାଗତ ଉତ୍ସବ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ଆୟୋଜନ କରାଯାଇଥିଲା। ସେହିଭଳି ଟ୍ରିନିଟି ସ୍କୋଡା ପକ୍ଷରୁ ସ୍କୋଡାର ଅଲ ନ୍ୟୁ କ୍ୟାଲାକର ଅନାବରଣ କରାଯାଇଥିଲା। ଏହି ଅବସରରେ ଟ୍ରିନିଟି ସ୍କୋଡାର ସିଇଓ ଅଶ୍ୱସ୍ତ ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଅନାବାରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟ୍ରିନିଟି ସ୍କୋଡାର ମୁଖ୍ୟ (ମାର୍କେଟିଂ) ଶ୍ରୀମୟ ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ। ପରିଶେଷରେ ଏକ ସୁନ୍ଦର ଭାବ ବିନିମୟ କାର୍ଯ୍ୟକ୍ରମ ଉଭୟ ଆଶାୟୀ ଗ୍ରାହକ ଓ ପୁରୁଣା ଗ୍ରାହକଙ୍କ ମଧ୍ୟରେ ହୋଇଥିଲା।

The post ଭୁବନେଶ୍ୱରରେ ସ୍କୋଡାର ଇଣ୍ଡିଆ ଡ୍ରିମ୍‌ ଟୁର୍‌ ଟିମ୍‌ appeared first on Dharitri Odia News.