ବାଇକ୍‌-ଟ୍ରାକ୍ଟର ଧକ୍କାରେ ଦୁଇ ମୃତ, ଜଣେ ଗୁରୁତରଙ୍କ ଚିକିତ୍ସା ଜାରି

ଲମତାପୁଟ: କାଠ ବାଝେଇ ଟ୍ରାକ୍ଟରକୁ ଧକ୍କା ଦେଇ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ପାଡୁଆ ଥାନା ଅର୍ନ୍ତଗତ ପାନ୍ତଲ୍ଲୁଙ୍ଗ ଗ୍ରାମ ପଞ୍ଚାୟତର ହାଟଗୁଡ଼ା ହାଇସ୍କୁଲ ସମ୍ମୁଖରେ। ଏଠାରେ କାଠ ବୋଝେଇ କରି ମୁଖ୍ୟ ରାସ୍ତାକୁ ଟ୍ରାକ୍ଟର ଯାଉଥିବା ସମୟରେ ଏକ ବାଇକ୍‌ ସହ ଧକ୍କା ହୋଇଥିଲା। ତେବେ ଘଟଣା ସ୍ଥଳରେ ହିଁ ବାଇକ୍‌ ଚାଳକ ସୁଶାନ୍ତ ଗାଲୀଙ୍କ ମୃତ୍ୟୁ ହୋଇଥିଲା। ଆଉ ପଛରେ ବସିଥିବା ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଲମତାପୁଟ ଆଶାକିରଣ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ପ୍ରସାଦ ଖୁଡାଙ୍କ ମୃତ୍ୟୁ ଘଟିଥିବାବେଳେ, ଅନ୍ୟ ଜଣେ ଆହତ ରାଜେଶ ତୈଶବଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣା ଉତ୍ତେଜନା ରହିଥିବା ବେଳେ ପାଡୁଆ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ଟ୍ରାକ୍ଟର ଡ୍ରାଇଭର। ଆହୁରି ପଢ଼ନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଶିଶୁ କନ୍ୟା ସମେତ ୨ ଜଣଙ୍କ ମୃତ୍ୟୁ The post ବାଇକ୍‌-ଟ୍ରାକ୍ଟର ଧକ୍କାରେ ଦୁଇ ମୃତ, ଜଣେ ଗୁରୁତରଙ୍କ ଚିକିତ୍ସା ଜାରି appeared first on Prameya News7.

ବାଇକ୍‌-ଟ୍ରାକ୍ଟର ଧକ୍କାରେ ଦୁଇ ମୃତ, ଜଣେ ଗୁରୁତରଙ୍କ ଚିକିତ୍ସା ଜାରି

ଲମତାପୁଟ: କାଠ ବାଝେଇ ଟ୍ରାକ୍ଟରକୁ ଧକ୍କା ଦେଇ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ପାଡୁଆ ଥାନା ଅର୍ନ୍ତଗତ ପାନ୍ତଲ୍ଲୁଙ୍ଗ ଗ୍ରାମ ପଞ୍ଚାୟତର ହାଟଗୁଡ଼ା ହାଇସ୍କୁଲ ସମ୍ମୁଖରେ।

ଏଠାରେ କାଠ ବୋଝେଇ କରି ମୁଖ୍ୟ ରାସ୍ତାକୁ ଟ୍ରାକ୍ଟର ଯାଉଥିବା ସମୟରେ ଏକ ବାଇକ୍‌ ସହ ଧକ୍କା ହୋଇଥିଲା। ତେବେ ଘଟଣା ସ୍ଥଳରେ ହିଁ ବାଇକ୍‌ ଚାଳକ ସୁଶାନ୍ତ ଗାଲୀଙ୍କ ମୃତ୍ୟୁ ହୋଇଥିଲା।

ଆଉ ପଛରେ ବସିଥିବା ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଲମତାପୁଟ ଆଶାକିରଣ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ପ୍ରସାଦ ଖୁଡାଙ୍କ ମୃତ୍ୟୁ ଘଟିଥିବାବେଳେ, ଅନ୍ୟ ଜଣେ ଆହତ ରାଜେଶ ତୈଶବଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣା ଉତ୍ତେଜନା ରହିଥିବା ବେଳେ ପାଡୁଆ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ଟ୍ରାକ୍ଟର ଡ୍ରାଇଭର।

ଆହୁରି ପଢ଼ନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଶିଶୁ କନ୍ୟା ସମେତ ୨ ଜଣଙ୍କ ମୃତ୍ୟୁ

The post ବାଇକ୍‌-ଟ୍ରାକ୍ଟର ଧକ୍କାରେ ଦୁଇ ମୃତ, ଜଣେ ଗୁରୁତରଙ୍କ ଚିକିତ୍ସା ଜାରି appeared first on Prameya News7.