ସାମସନଙ୍କ ସଟ୍‌ରେ ଘାଇଲା ଦର୍ଶକ, ଗାଲରେ ବାଜିଲା ବଲ୍, ଭିଡିଓ ଭାଇରାଲ୍...

ନୂଆଦିଲ୍ଲୀ, ୧୬/୧୧: ସଞ୍ଜୁ ସାମସନ । ଅନ୍ତର୍ଜାତୀୟ ଟି-୨୦  ମ୍ୟାଚର ଏବେ ସେ ରେକର୍ଡ ବୟ । କରିଚାଲିଛନ୍ତି ଗୋଟିଏ ପରେ ଗୋଟିଏ ରେକର୍ଡ । ପ୍ରତିଦିନ ରଚୁଛନ୍ତି ନୂଆ କୀର୍ତ୍ତିମାନ । ଆଉ ପ୍ରତିଟି ମ୍ୟାଚ୍‌ରେ କରିଚାଲିଛନ୍ତି ରେକର୍ଡ । ମାତ୍ର ପାଞ୍ଚ ଇନିଂସରେ ତିନି ଶତକ ହାସଲ କରିଛନ୍ତି । କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ଚତୁର୍ଥ ମ୍ୟାଚ୍‌ରେ ସାମସନ୍‌ ଏପରି ଏକ ସଟ୍‌ ମାରିଥିଲେ ଯେ ବଲ୍ ଦର୍ଶକଙ୍କ ମଧ୍ୟରେ ବସିଥିବା ମହିଳାଙ୍କ ଗାଲରେ ବାଜିଥିଲା। ଯେହେତୁ କ୍ରିକେଟ୍ ବଲ୍ ଅତି ଟାଣ । ଫଳରେ ତାଙ୍କୁ ପ୍ରବଳ ଆଘାତ ଲାଗିଥିବା ଅନୁମାନ କରାଯାଉଛି । ସଞ୍ଜୁ ସାମସନ ଇନିଂସର ଦଶମ ଓଭରର ପ୍ରଥମ ବଲରେ ଛକା ମାରି ନିଜର ପଚାଶ ବର୍ଷ ପୂରଣ କରିଥିଲେ। ଟ୍ରିଆଷ୍ଟ ଷ୍ଟବ୍ସ ବୋଲିଂ କରୁଥିଲେ,ସାମସନ୍ ଛକା ମାରିବାରେ ସଫଳ ହୋଇଥିଲେ । Wishing a quick recovery for the injured fan! ????????Keep watching the 4th #SAvIND T20I LIVE on #JioCinema, #Sports18 & #ColorsCineplex ????#JioCinemaSports pic.twitter.com/KMtBnOa1Hj— JioCinema (@JioCinema) November 15, 2024ବଲ୍ ମାରିବା ପରେ ଏହା ସିଧାସଳଖ ମହିଳାଙ୍କ ଗାଲରେ ବାଜିଥିଲା । ଏହାର ପ୍ରଭାବ ଏତେ ଥିଲା ଯେ ମହିଳା ପ୍ରଶଂସକଙ୍କ ଗାଲରେ ବରଫ ମାଲିସ କରାଯାଇଥିଲା । ଏହି ମହିଳା ପ୍ରଶଂସକଙ୍କ କାନ୍ଦିବାର ଚିତ୍ର ସୋସିଆଲ ମିଡିଆରେ

ସାମସନଙ୍କ ସଟ୍‌ରେ ଘାଇଲା ଦର୍ଶକ, ଗାଲରେ ବାଜିଲା ବଲ୍, ଭିଡିଓ ଭାଇରାଲ୍...

ନୂଆଦିଲ୍ଲୀ, ୧୬/୧୧: ସଞ୍ଜୁ ସାମସନ । ଅନ୍ତର୍ଜାତୀୟ ଟି-୨୦  ମ୍ୟାଚର ଏବେ ସେ ରେକର୍ଡ ବୟ । କରିଚାଲିଛନ୍ତି ଗୋଟିଏ ପରେ ଗୋଟିଏ ରେକର୍ଡ । ପ୍ରତିଦିନ ରଚୁଛନ୍ତି ନୂଆ କୀର୍ତ୍ତିମାନ । ଆଉ ପ୍ରତିଟି ମ୍ୟାଚ୍‌ରେ କରିଚାଲିଛନ୍ତି ରେକର୍ଡ । ମାତ୍ର ପାଞ୍ଚ ଇନିଂସରେ ତିନି ଶତକ ହାସଲ କରିଛନ୍ତି । 

କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ଚତୁର୍ଥ ମ୍ୟାଚ୍‌ରେ ସାମସନ୍‌ ଏପରି ଏକ ସଟ୍‌ ମାରିଥିଲେ ଯେ ବଲ୍ ଦର୍ଶକଙ୍କ ମଧ୍ୟରେ ବସିଥିବା ମହିଳାଙ୍କ ଗାଲରେ ବାଜିଥିଲା। ଯେହେତୁ କ୍ରିକେଟ୍ ବଲ୍ ଅତି ଟାଣ । ଫଳରେ ତାଙ୍କୁ ପ୍ରବଳ ଆଘାତ ଲାଗିଥିବା ଅନୁମାନ କରାଯାଉଛି । ସଞ୍ଜୁ ସାମସନ ଇନିଂସର ଦଶମ ଓଭରର ପ୍ରଥମ ବଲରେ ଛକା ମାରି ନିଜର ପଚାଶ ବର୍ଷ ପୂରଣ କରିଥିଲେ। ଟ୍ରିଆଷ୍ଟ ଷ୍ଟବ୍ସ ବୋଲିଂ କରୁଥିଲେ,ସାମସନ୍ ଛକା ମାରିବାରେ ସଫଳ ହୋଇଥିଲେ । 


ବଲ୍ ମାରିବା ପରେ ଏହା ସିଧାସଳଖ ମହିଳାଙ୍କ ଗାଲରେ ବାଜିଥିଲା । ଏହାର ପ୍ରଭାବ ଏତେ ଥିଲା ଯେ ମହିଳା ପ୍ରଶଂସକଙ୍କ ଗାଲରେ ବରଫ ମାଲିସ କରାଯାଇଥିଲା । ଏହି ମହିଳା ପ୍ରଶଂସକଙ୍କ କାନ୍ଦିବାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି । 

ଅନେକ ଲୋକ ଦାବି କରୁଛନ୍ତି ଯେ ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହିଳାଙ୍କୁ ଏକ ଅଟୋଗ୍ରାଫ ବ୍ୟାଟ୍ ଉପହାର ଦେଇ ଉଦାରତାର ଉଦାହରଣ ସୃଷ୍ଟି କରନ୍ତୁ । ଅନ୍ୟପକ୍ଷରେ, ଜଣେ ପ୍ରଶଂସକ ଝିଅକୁ ଟ୍ରୋଲ କରି କହିଥିଲେ ଯେ ମ୍ୟାଚ୍ ଲାଇଭ୍ ଦେଖିବା ସମୟରେ ଫୋନରେ ଚାଟିଂ କରିବା ଠିକ୍ କଥା ନୁହେଁ।