ଜୀବନ୍ତ GPS : ମାତ୍ର ୧୦ଟଙ୍କାରେ ମିଳୁଛି ଠିକଣା...ଅଜବ ଦୋକାନ ଖୋଲିଛନ୍ତି ଏହି ବ୍ୟକ୍ତି

ଜଣେ ବୟସ୍କ ଲୋକ ଠିକଣା ଜଣାଇବାର ଦୋକାନ ଖୋଲିଛନ୍ତି। ଯେଉଁଠି ମାତ୍ର ୧୦ଟଙ୍କାରେ ଠିକଣା ଜଣାଇବା ପାଇଁ ହୋର୍ଡିଂ ଲଗାଯାଇଛି। ବୟସ୍କ ବ୍ୟକ୍ତିଜଣକ ସେଠାରେ ଚେୟାର ପକାଇ ବସିଛନ୍ତି।

ଜୀବନ୍ତ GPS : ମାତ୍ର ୧୦ଟଙ୍କାରେ ମିଳୁଛି ଠିକଣା...ଅଜବ ଦୋକାନ ଖୋଲିଛନ୍ତି ଏହି ବ୍ୟକ୍ତି

୨୦୧୨ମସିହାର ବ୍ଲକବଷ୍ଟର ଫିଲ୍ମ 'ଓଏମଜି – ଓ ମାଇଁ ଗଡ୍!' ର ସେହି ଦୃଶ୍ୟକୁ ଥରେ ମନେ ପକାନ୍ତୁ। ଯେଉଁଠି ଜଣେ ଦୋକାନୀଙ୍କୁ ସମସ୍ତେ କଞ୍ଜୀ ଲାଲଜୀ ମେହେଟ୍ଟାଙ୍କ ଠିକଣା ପଚାରି ପଚାରି ବିରକ୍ତ କରିଦେଇଥିଲେ। ପରିସ୍ଥିତି ଏପରି ହେଲା ଯେ ସେ ଏକଦମ ବିରକ୍ତ ହୋଇପଡିଲେ। ଶେଷରେ ସେ ରାଗ ତମତମ ହୋଇ ସମସ୍ତଙ୍କୁ ପୋଷ୍ଟର ଧରାଇ ଦେଲେ ଓ କହିଲେ ସେ ସେଠାରେ ରହନ୍ତି। ତେବେ ଏହି ଫିଲ୍ମ ପରି ଏକ ପ୍ରକୃତ ଘଟଣା ସାମନାକୁ ଆସିଛି। ଯାହାର ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ଭିଡିଓରେ ଜଣେ ବୟସ୍କ ଲୋକ ଠିକଣା ଜଣାଇବାର ଦୋକାନ ଖୋଲିଛନ୍ତି। ଯେଉଁଠି ମାତ୍ର ୧୦ଟଙ୍କାରେ ଠିକଣା ଜଣାଇବା ପାଇଁ ହୋର୍ଡିଂ ଲଗାଯାଇଛି। ବୟସ୍କ ବ୍ୟକ୍ତିଜଣକ ସେଠାରେ ଚେୟାର ପକାଇ ବସିଛନ୍ତି। ସେ ସେଠାରେ ଗୁଗୁଲ ମ୍ୟାପର କାମ କରୁଛନ୍ତି । ତେବେ ଗନ୍ତବ୍ୟସ୍ଥଳକୁ ରାସ୍ତା ପାଉନଥିବା ବ୍ୟକ୍ତି ତାଙ୍କର ସାହାଯ୍ୟ ନେଇ ସେଠାରେ ପହଞ୍ଚି ପାରନ୍ତି। ମାତ୍ର ଏଥିପାଇଁ ତାଙ୍କୁ ମାତ୍ର ୧୦ଟଙ୍କା ଦେବାକୁ ପଡିଥାଏ।

କୌଣସି ଏକ ଅଜଣା ସ୍ଥାନକୁ ଯିବା ପାଇଁ ଆମେ ଗୁଗୁଲ ମ୍ୟାପର ସାହାଯ୍ୟ ନେଇଥାଉ। ଏହା ଆମକୁ ଠିକଣା ଜାଗାରେ ପହଞ୍ଚାଇବାରେ ସାହାଯ୍ୟ କରେ। ମାତ୍ର କଥାଟା ଯେତିକି ସରଳ ଲାଗୁଛି ଯଦି ଇଣ୍ଟରନେଟ ନଥାଏ ତେବେ ଆମେ ଗନ୍ତବ୍ୟ ସ୍ଥଳକୁ ଯାଇପାରନ୍ତି ନାହିଁ। ବେଳେ ବେଳେ ଏହି ଗୁଗୁଲ ମ୍ୟାପ ଧୋକା ଦେବାର ଖବର ବି ଆମେ ଦେଖିଛେ। ଆମେ ଠିକଣା ଖୋଜିଖୋଜି ବେଳେବେଳେ ବିରକ୍ତ ହୋଇଯାଉ। ତେବେ ଏହାର ସମାଧାନ ପାଇଁ ସେହି ବ୍ୟକ୍ତି ଜଣକ ଏହାକୁ ବ୍ୟବସାୟରେ ପରିଣତ କରିଛନ୍ତି। ଏହି ବ୍ୟକ୍ତି ସେଠାରେ ଗୁଗୁଲ ମ୍ୟାପ ଭଳି କାମ କରୁଛନ୍ତି।