ଖରା ଛୁଟି କାଟୁଛନ୍ତି ପର୍ଯ୍ୟଟକ: ଟୟ ଟ୍ରେନ, ଦୋଳିର ମଜା ଉଠାଉଛନ୍ତି ଶିଶୁ

ଦାରିଙ୍ଗବାଡି, ୧୩।୫ (ଅରୁଣ ସାହୁ)- ପରୀକ୍ଷା ସରିଲା। ବିଭିନ୍ନ ଶ୍ରେଣୀର ପରୀକ୍ଷା ଫଳ ମଧ୍ୟ ବାହାରିଲା। ଏବେ ବିଦ୍ୟାଳୟ ଛୁଟି ରହିଛି। ଏଭଳି ସମୟରେ ଶିଶୁ ପର୍ଯ୍ୟଟକମାନେ ଦାରିଙ୍ଗବାଡିରେ ଛୁଟି କାଟୁଛନ୍ତି। ଦାରିଙ୍ଗବାଡିର ହିଲଭିୟୁ ପାର୍କରେ ରହିଥିବା ଟୟ ଟ୍ରେନ ସମେତ ଦୋଳି ଆଦିରେ ଶିଶୁ ପର୍ଯ୍ୟଟକ ନିଜ ପରିବାର ସହ ହସଖୁସିରେ ସମୟ ବିତାଉଥିବାବେଳେ ରାଜ୍ୟ ଏବଂ ରାଜ୍ୟ ବାହାରର ବିଶେଷ କରି ପଶ୍ଚିମବଙ୍ଗର ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଦାରିଙ୍ଗବାଡିରେ ଗରମ ଗୁଳୁଗୁଳି ରହିଥିବାରୁ […] The post ଖରା ଛୁଟି କାଟୁଛନ୍ତି ପର୍ଯ୍ୟଟକ: ଟୟ ଟ୍ରେନ, ଦୋଳିର ମଜା ଉଠାଉଛନ୍ତି ଶିଶୁ appeared first on Dharitri Odia News.

ଖରା ଛୁଟି କାଟୁଛନ୍ତି ପର୍ଯ୍ୟଟକ: ଟୟ ଟ୍ରେନ, ଦୋଳିର ମଜା ଉଠାଉଛନ୍ତି ଶିଶୁ

ଦାରିଙ୍ଗବାଡି, ୧୩।୫ (ଅରୁଣ ସାହୁ)- ପରୀକ୍ଷା ସରିଲା। ବିଭିନ୍ନ ଶ୍ରେଣୀର ପରୀକ୍ଷା ଫଳ ମଧ୍ୟ ବାହାରିଲା। ଏବେ ବିଦ୍ୟାଳୟ ଛୁଟି ରହିଛି। ଏଭଳି ସମୟରେ ଶିଶୁ ପର୍ଯ୍ୟଟକମାନେ ଦାରିଙ୍ଗବାଡିରେ ଛୁଟି କାଟୁଛନ୍ତି। ଦାରିଙ୍ଗବାଡିର ହିଲଭିୟୁ ପାର୍କରେ ରହିଥିବା ଟୟ ଟ୍ରେନ ସମେତ ଦୋଳି ଆଦିରେ ଶିଶୁ ପର୍ଯ୍ୟଟକ ନିଜ ପରିବାର ସହ ହସଖୁସିରେ ସମୟ ବିତାଉଥିବାବେଳେ ରାଜ୍ୟ ଏବଂ ରାଜ୍ୟ ବାହାରର ବିଶେଷ କରି ପଶ୍ଚିମବଙ୍ଗର ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଦାରିଙ୍ଗବାଡିରେ ଗରମ ଗୁଳୁଗୁଳି ରହିଥିବାରୁ ଅପରାହ୍ନ ସମୟରେ ପର୍ଯ୍ୟଟକଙ୍କ ସ୍ଥାନୀୟ ପର୍ଯ୍ୟଟନକ୍ଷେତ୍ର ହିଲଭିୟୁ ପାର୍କ, ଡୁଲୁରୀ ପାଇନବନ, କଫି ବଗିଚାରେ ଅଧିକା ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି।

ସୂଚନା ଯୋଗ୍ୟ ଯେ ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ଦାରିଙ୍ଗବାଡିର ତାପମାତ୍ରା କମ ରହୁଥିବା ଜଣାପଡିଛି। ଫଳରେ କନ୍ଧମାଳ ଜିଲାର ଦାରିଙ୍ଗବାଡିକୁ ପର୍ଯ୍ୟଟକ ଏହି ସମୟରେ ମଧ୍ୟ ପସନ୍ଦ କରୁଥିବା ଜଣାପଡିଛି।

The post ଖରା ଛୁଟି କାଟୁଛନ୍ତି ପର୍ଯ୍ୟଟକ: ଟୟ ଟ୍ରେନ, ଦୋଳିର ମଜା ଉଠାଉଛନ୍ତି ଶିଶୁ appeared first on Dharitri Odia News.