ଫାୟାର ଆର୍ମ କ୍ୟାମ୍ପରେ ୨୮ କୃତକାର୍ଯ୍ୟ
ଭୁବନେଶ୍ବର, ୨୯।୧ (ତପନ ସ୍ବାଇଁ): ଓଡ଼ିଶା ରାଇଫଲ ଆସୋସିଏଶନ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ୫୦ ମିଟର ଫାୟାର ଆର୍ମ ଶୁଟିଂ ରେଞ୍ଜରେ ପିସ୍ତଲ ଓ ରାଇଫଲ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରୁ ୨୮ ପ୍ରଶିକ୍ଷାର୍ଥୀ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି। ଓଡ଼ିଶା ରାଇଫଲ ଆସୋସିଏଶନ ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। କ୍ୟାମ୍ପରେ ବଳଭଦ୍ର ଦାସ ଓ ଆଶିଷ ନାୟକ ପ୍ରଶିକ୍ଷଣ ଦେଇଥିଲେ। ବନ୍ଧୁକର ରକ୍ଷଣାବେକ୍ଷଣ, ସୁରକ୍ଷା ଜ୍ଞାନ, ଆଇନଗତ ତଥ୍ୟ ସହ […] The post ଫାୟାର ଆର୍ମ କ୍ୟାମ୍ପରେ ୨୮ କୃତକାର୍ଯ୍ୟ appeared first on Dharitri Odia News.
ଭୁବନେଶ୍ବର, ୨୯।୧ (ତପନ ସ୍ବାଇଁ): ଓଡ଼ିଶା ରାଇଫଲ ଆସୋସିଏଶନ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ୫୦ ମିଟର ଫାୟାର ଆର୍ମ ଶୁଟିଂ ରେଞ୍ଜରେ ପିସ୍ତଲ ଓ ରାଇଫଲ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରୁ ୨୮ ପ୍ରଶିକ୍ଷାର୍ଥୀ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି। ଓଡ଼ିଶା ରାଇଫଲ ଆସୋସିଏଶନ ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। କ୍ୟାମ୍ପରେ ବଳଭଦ୍ର ଦାସ ଓ ଆଶିଷ ନାୟକ ପ୍ରଶିକ୍ଷଣ ଦେଇଥିଲେ। ବନ୍ଧୁକର ରକ୍ଷଣାବେକ୍ଷଣ, ସୁରକ୍ଷା ଜ୍ଞାନ, ଆଇନଗତ ତଥ୍ୟ ସହ ବନ୍ଧୁକ ଚାଳନା ପ୍ରଶିକ୍ଷଣ ଦିଆଯାଇଥିଲା। କୃତକାର୍ଯ୍ୟ ହୋଇଥିବା ଶୁଟରମାନେ ହେଲେ ଲକ୍ଷ୍ମଣ ବାଗ, ଶ୍ରୀବର୍ଦ୍ଧନ ସିଂଦେଓ, ବିଶ୍ୱଜିତ ସ୍ବାଇଁ, ନଚିକେତା ସ୍ବାଇଁ, କେ. ସତୀଶ କୁମାର ସୁବୁଦ୍ଧି, ବି. ଲକ୍ଷ୍ମୀ ନାରାୟଣ ଡୋରା, ଗୋପାଳ କୃଷ୍ଣ ପ୍ରଧାନ, ବିଶାଳ ଶର୍ମା, ପଞ୍ଚାନନ ବେହେରା, ପ୍ରତୟ କୁମାର ମହାନ୍ତି, ପ୍ରମୋଦ କୁମାର ନନ୍ଦ, ଆଶିଷ କୁମାର ମହାନ୍ତି, ତରୁଣ କୁମାର ବେହେରା, ତ୍ରିନାଥ ରାଣା, ଶାନ୍ତନୁ କୁମାର ବେହେରା, ରବୀନ୍ଦ୍ର ମହାପାତ୍ର, ପ୍ରଭାତ କୁମାର ବେହେରା, ଦେବୀଦତ୍ତ ବିଶ୍ୱାଳ, ଅଭିଷେକ ପ୍ରଧାନ, ତିରୁପତି ପଟେଲ, ସୁଶୀଲ ନାୟକ, ଚିତ୍ତ ରଞ୍ଜନ ସ୍ବାଇଁ, ମୁକେଶ କୁମାର, ବ୍ରିନେଶ ଶୋନି, ସିଦ୍ଧାର୍ଥ ଶଙ୍କର ମିଶ୍ର, ପ୍ରେମସାଗର ଭୋଇ, କାହ୍ନୁ କିଶୋର ସାହୁ ଓ ସନ୍ତୋଷ କୁମାର।
The post ଫାୟାର ଆର୍ମ କ୍ୟାମ୍ପରେ ୨୮ କୃତକାର୍ଯ୍ୟ appeared first on Dharitri Odia News.